ସଫଳତା ରାତା ରାତି ମିଳେ ନାହିଁ ଏହା ସମୟ , ଧୈର୍ଯ୍ୟ ଏବଂ କଠିନ ପରିଶ୍ରମ ଆବଶ୍ୟକ କରିଥାଏ । ହେଲେ ଆମେ ଯେବେ କୌଣସି କାମ କରୁ ତେବେ ତାର ଫଳ ଶୀଘ୍ର ପାଇବାକୁ ଚାହୁଁ, ଯଦି ଫଳ ମିଳେନାହିଁ ତେବେ ହାର ମାନି ଯାଇ ଅନ୍ୟ କାମ ଉପରେ ଧ୍ୟାନ ଦେଇଥାଉ ଏମିତି ବାରମ୍ବାର ଘଟିଥାଏ । ତେଣୁ ଆମେ ଏକ ଏମିତି Success Motivational Story in Odia ନେଇକି ଆସିଛୁ ଯାହା ଧୈର୍ଯ୍ୟର ସହିତ ପରିଶ୍ରମ କରିବା ପାଇଁ ପ୍ରେରିତ କରିବ ।
କାହାଣୀ :-
Odia Motivational Story ଧୈର୍ଯ୍ୟର ଫଳ ବହୁତ ମିଠା :- ଅନେକ ଦିନ ତଳର କଥା ଏକ ଗାଁ ରେ ଜଣେ ଗରିବ କୃଷକ ରହୁଥିଲା । ତା ପାଖରେ ବହୁତ୍ କମ ଜମି ଥିଲା ଆଉ ସେ ବହୁତ୍ ପରିଶ୍ରମ କରୁଥିଲା । ସେ ତା ବଗିଚାରେ ବହୁତ୍ ପ୍ରକାର ର ଚାଷ କରୁଥିଲା ।ହେଲେବି ତାକୁ ଅଧିକ କିଛି ଫାଇଦା ମିଳୁ ନ ଥିଲା କାରଣ ସେ ଗଛର ବହୁତ୍ ଯତ୍ନ ତ ନେଉଥିଲା ହେଲେ ଗଛରେ ଫଳ ନ ଆସିବା ଯୋଗୁଁ , ଗଛକୁ ଉପାଡ଼ି ଦେଉଥିଲା ଆଉ ନୂଆ ଗଛ ଲଗେଇ ଦେଉଥିଲା । ତେଣୁ କେମିତି ଭଲ ଚାଷ କରି , ଭଲ ଦୁଇ ପଇସା ରୋଜଗାର କରିବା ପାଇଁ ସେ କିଛି ଉପାୟ ଖୋଜୁଥିଲା।
ଥରେ ଜଣେ ସାଧୁ ତା ଘର ବାଟ ଦେଇ ଯାଉଥାଏ , କୃଷକ ଜଣକ ସାଧୁଙ୍କୁ ଦେଖି ପାଖକୁ ଦଉଡି ଆସେ ଆଉ ପ୍ରଣାମ କରି ସବୁ ଦୁଃଖ ଜଣାଏ । ସେ କହେ ମହାଶୟ ମୁ ମୋ ବଡିଚରେ ବହୁତ୍ ପ୍ରକାର ର ଗଛ ଲଗେଇଛି , ଆଉ ବହୁତ୍ ଯତ୍ନ ମଧ୍ୟ ନେଉଛି ହେଲେ କଣ କରିବି ଯେତେ ପରିଶ୍ରମ କଲେବି ଗଛରେ ଫଳ ଆସୁନାହିଁ ,ଯାଉଥି ପାଇଁ ବହୁତ୍ କ୍ଷତି ସହିବାକୁ ପଡୁଛି।
ତେଣୁ ମତେ କିଛି ଉପାୟ କୁହନ୍ତୁ ମହାଶୟ ଯାହା ଦ୍ଵାରା ମୁଁ ଅଧିକ କିଛି ରୋଜଗାର କରି ପାରିବି । ସାଧୁ ଟିକେ ମୁରୁକି ହସେ ଆଉ ତା ଥଳୀ ରୁ କିଛି ମଞ୍ଜି ବାହାର କରି କୃଷକ କୁ ଦିଏ ଆଉ କହେ ଏହାକୁ ଲଗେଇ ଯଦି ବଡ଼ ହେଲା ପର୍ଯ୍ୟନ୍ତ ଯତ୍ନ ନେବ ତେବେ ଏହାର ଫଳ ବିକି ଆଶା ଠାରୁ ଅଧିକ ରୋଜଗାର କରି ପାରିବ । କିନ୍ତୁ ମନେରଖ ଯେ ପର୍ଯ୍ୟନ୍ତ ଫଳ ନ ଆସିଛି ସେ ପର୍ଯ୍ୟନ୍ତ ଯତ୍ନ ନେବାକୁ ପଡ଼ିବ ନ ହେଲେ ତମେ କିଛି ପାଇବ ନାହିଁ । ଏତିକି କହି ସାଧୁ ଜଣଙ୍କ ସେଠାରୁ ଚାଲି ଯାଏ ।
କୃଷକ ବହୁତ୍ ଖୁସି ହୋଇ ଯାଏ ଆଉ ମଞ୍ଜିକୁ ବଗିଚାରେ ପୋତି ସବୁଦିନ ପାଣି ଦେଉଥାଏ । କିଛି ଦିନ ପରେ ମଞ୍ଜିରୁ ଗଜା ହୁଏ ଆଉ ଧୀରେ ଧୀରେ ବଡ଼ ହେବାକୁ ଲାଗେ । କୃଷକ ଗଛ ର ବହୁତ୍ ଯତ୍ନ ନେଉ ଥାଏ । କିଛି ମାସ ପରେ ଗଛ ବଡ ହୋଇଯାଏ ,କୃଷକ ଦେଖି କି ଗଛ ତ ବଡ଼ ହେଇ ଗଲାଣି ତଥାପି ସେଥିରେ ଫଳ ଫଳୁ ନାହିଁ , ସେ ଟିକେ ନିରାଶ ହୋଇ ଯାଏ ।
ହେଲେ ବି ଧର୍ଯ୍ୟ ର ସହିତ ଯତ୍ନ ନେଉ ଥାଏ ଏହି ଆଶାରେ କି ସାଧୁ ବାବା କହିଛନ୍ତି ମାନେ କେବେ ନା କେବେ ତ ଗଛରେ ଫଳ ଫଳିବ । ଏମିତି ଆଉ କିଛି ମାସ ବିତିଯାଏ, ଧୀରେ ଧୀରେ ଗଛ ପୁଲ ଫଳରେ ପରିପୂର୍ଣ୍ଣ ହୋଇଯାଏ । କୃଷକ ବହୁତ୍ ଖୁସି ହୋଇ ଯାଏ ଆଉ ଫଳ ବଜାରରେ ବିକି ବହୁତ୍ ପଇସା ରୋଜଗାର କରେ । ସେ ଏବେ ଭଲ ଭାବରେ ସବୁକିଛି ବୁଝି ଯାଏ କି ଧର୍ଯ୍ୟ ର ସହିତ ପରିଶ୍ରମ କରିବା ଯୋଗୁଁ ସେ ଆଜି ଏତେ ପଇସା ରୋଜଗାର କରି ପାରିଲା ।
ଶିକ୍ଷା :-
ଏମିତି ଆମେ ମଧ୍ୟ ଜୀବନରେ ଶୀଘ୍ର ସଫଳତା ପାଇଁ ଜୋରସୋର ରେ କଠିନ ପରିଶ୍ରମ କରି ଚାଲୁ , ହେଲେ ସଫଳତା ଯେବେ ଦେଖାଯାଏ ନାହିଁ , ଆମେ ଲକ୍ଷ୍ୟକୁ ବଦଳେଇ ଦେଉ , ପରେ ସେଥିରେ ସଫଳତା ମିଳୁ ଥାଉ ନା କାହିଁ ଲକ୍ଷ୍ୟ ବଦଳେଇ ନୂଆ ଲକ୍ଷ୍ୟ ଉପରେ ଧ୍ୟାନ ଦେଇଥାଉ । ଯାହାଦ୍ବାରା ଆମର ପରିଶ୍ରମ ବେକାର ହେବା ସହିତ ବହୁତ୍ ସମୟ ନଷ୍ଟ ମଧ୍ୟ ହୋଇଯାଏ ।
ଦେଖ ଧର୍ଯ୍ୟ ଆମକୁ ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ପ୍ରେରିତ କରିଥାଏ ଆଉ କଠିନ ସମୟ ରେ ଆଗକୁ ବଢ଼ିବାରେ ସହଯଗ କରିଥାଏ ।
ତେଣୁ ତମେ ଧର୍ଯ୍ୟ ର ସହିତ ପରିଶ୍ରମ କରି ଚାଲ ,ସମୟ ଆସିଲେ ସଫଳତା ତୁମକୁ ନିହାତି ମିଳିବ ।
How to stay positive ?
ସଫଳତା ପାଇଁ ସକରାତ୍ମକ ରହିବାକୁ, ତୁମର ଲକ୍ଷ୍ୟ ଉପରେ ଧ୍ୟାନ ଦିଅ ଏବଂ ସେଗୁଡିକ ହାସଲ କରିବାକୁ ତୁମର ଦକ୍ଷତା ଉପରେ ବିଶ୍ୱାସ କର | ଯଦି ସଫଳତା ମିଳୁନାହିଁ ତେବେ ସେହି ସମୟରେ ନିରାଶ ହୋଇ ଯାଅ ନାହିଁ, ଶାନ୍ତ ଆଉ ସକରାତ୍ମକ ମାନସିକତା ରଖ । ଦେଖ ବିଫଳତା ସଫଳତାର ବିପରୀତ ନୁହେଁ, ଏହା ମଧ୍ୟ ଯାତ୍ରାର ଏକ ଅଂଶ ଏହାକୁ ଶିଖିବାର ସୁଯୋଗ ଭାବରେ ଦେଖ । ହାରିଯିବା ମାନେ ଶେଷ ନୁହେଁ ,ପ୍ରଥମେ ତୁମର କଣ ଭୁଲ ହୋଇଛି ସେ ବିଷୟରେ ଚିନ୍ତା କରିବାକୁ କିଛି ସମୟ ନିଅ ,ଆଉ ଏହାକୁ ପରାଜୟ ପରିବର୍ତ୍ତେ ଏକ ଶିକ୍ଷା ଭାବରେ ଦେଖ ଆଉ ନିଜର ଲକ୍ଷ୍ୟ ଉପରେ ଧ୍ୟାନ ଦିଅ । ଏବଂ ମନେରଖ ଯେ ସଫଳତା ସାଧାରଣତଃ ଶୀଘ୍ର ମିଳେନାହିଁ , ଏହା ସମୟ ,ଧୈର୍ଯ୍ୟ ଆଉ ସ୍ଥିର ପ୍ରୟାସ ଆବଶ୍ୟକ କରିଥାଏ ।
ତେବେ ଏହା ଥିଲା Odia Motivational Story ଆଶା କରୁଛୁ ଆପଣ ମାନଙ୍କୁ ଭଲ ଲାଗିଥିବ । ଯଦି ଭଲ ଲାଗିଲା ତେବେ ଏହାକୁ ନିଜ ସାଙ୍ଗ ମାନଙ୍କ ସହିତ share କରନ୍ତୁ ।
For more Motivational Story Visit Our Homepage