ଜୀବନରେ ସଫଳତା ଧ୍ୟାନ ଆଉ ନିଷ୍ଠା ବିନା ଆସେ ନାହିଁ । ସାଧାରଣତଃ ଯେବେ ବି ଆମେ ଆମ ଲକ୍ଷ୍ୟ ପ୍ରତି କାମ କରିବା ଆରମ୍ଭ କରୁ ସେତେବେଳେ ବହୁତ୍ ସମସ୍ୟାର ସାମ୍ନା କରି ଥାଉ । ଏହି ସମସ୍ୟା ଆମର ଏକାଗ୍ରତାକୁ ଆମ ଲକ୍ଷ୍ୟଠାରୁ ଦୂରେଇ ଦେଇ ଥାଏ । ତେଣୁ ଆମେ ସଫଳ ହୋଇପାରନ୍ତି ନାହିଁ ଆଉ ନିରାଶ ହୋଇ ଯାଉ । ତେବେ ଆମର Powerful Odia Story for stay concentrated ପୋଷ୍ଟ ଟି ତୁମ ସ୍ୱପ୍ନରେ ଆଗକୁ ବଢ଼ିବା ପାଇଁ ଧ୍ୟାନ ରଖିବାର ପ୍ରେରଣା ଦେବ ।
କାହାଣୀ :-
ପ୍ରଚଣ୍ଡ ସବୁଜ କ୍ଷେତ୍ର ଏବଂ ବହୁଥିବା ନଦୀ କୂଳ ମଧ୍ୟରେ ବସା ବାନ୍ଧି ଥିଲା ଏକ ଗାଁ ,ଗାଁ ପାଖରେ ଏକ ଆଶ୍ରମ ଟିଏ ଥିଲା । ସେଠାକୁ ବହୁତ୍ ଛାତ୍ର ଆସୁଥିଲେ ଶିକ୍ଷ୍ୟା ଗ୍ରହଣ ପାଇଁ । ସେଠାରେ ବିଜୟ ନାମରେ ଜଣେ ଛାତ୍ର ଥିଲା । ସେ ବହୁତ୍ ନମ୍ର ସ୍ୱଭାବର ଥିଲା । ଆଉ ସେ ସାମାନ୍ୟ ପରିବାରରେ ଜନ୍ମ ହୋଇ ଥିଲେ ମଧ୍ୟ ତାର ଏକ ବଡ଼ ସ୍ବପ୍ନ ଥିଲା ଜଣେ ଶ୍ରେଷ୍ଠ ଧନୁର୍ଦ୍ଧର ହେବା । ଏଥିପାଇଁ ସେ ବହୁତ୍ ସମସ୍ୟାର ସମ୍ମୁଖିନ ହେବା ସ୍ଵତ୍ତେ ସଫଳ ହେବା ପାଇଁ ବହୁତ୍ ଅଭ୍ୟାସ କରୁଥିଲା ।
ଦିନେ ସମସ୍ତ ଛାତ୍ର ଧନୁତୀର ଚଳେଇବା ଅଭ୍ୟାସ କରୁଥିବା ସମୟରେ ,ଗୁରୁଜୀ ସମସ୍ତଙ୍କୁ ଡ଼ାକି କହିଲେ ଯେ ଆଉ ଗୋଟିଏ ସପ୍ତାହ ପରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହେବ,ଏଥିରେ ସମସ୍ତ ଧନୁର୍ଦ୍ଧର ଭାଗ ନେଇ ପାରିବେ । ବିଜେତା ପାଇଁ ପୁରସ୍କାର ମଧ୍ୟ ରଖା ଯାଇଛି ।
ସମସ୍ତ ଛାତ୍ର ବହୁତ୍ ଖୁସି ହୋଇ ଯାଆନ୍ତି,ବିଜୟ ମଧ୍ୟ ଖୁସି ହୋଇ ଯାଏ କାରଣ ନିଜର ଦକ୍ଷତା କୁ ଦେଖେଇବା ପାଇଁ ଏହା ଏକ ଭଲ ସୁଯୋଗ ଥିଲା । ତେଣୁ ଏବେ ସେ ଆହୁରି ଅଧିକ ପରିଶ୍ରମ କରୁଥାଏ । ପ୍ରତିଯୋଗିତା ଦିନ ଯେତିକି ପାଖେଇ ଆସୁଥାଏ ସେତିକି ତା ମନରେ ଭିତରେ ଅସ୍ଥିରତା ବଢ଼ି ଚାଲିଥାଏ । ତା ମନ ଭିତରେ ଆତ୍ମ ସନ୍ଦେହ ଏବଂ ନିରାଶ ଭରି ଯାଇଥିଲା। ହେଲେବି ସଫଳ ହେବାର ଇଚ୍ଛା ତାକୁ ପୁଣି ସାହସୀ ହେବାକୁ ବାଧ୍ୟ କରୁଥିଲା ।
ଏମିତି କିଛିଦିନ ବିତିଗଲା ପରେ ପ୍ରତିଯୋଗିତା ଦିନ ପହଞ୍ଚି ଯାଏ । ସମସ୍ତ ଛାତ୍ର ଏକ ବଡ ପଡିଆ ମଧରେ ଉପସ୍ଥିତ ହୋଇ ଗଲେ । ସମସ୍ତ ଛାତ୍ର ଏହା ଜାଣିବା ପାଇଁ ବହୁତ୍ ଆଗ୍ରହୀ ଥିଲେ ଯେ ଏହି ପ୍ରତିଯୋଗିତା କୁ ଜିତିବା ପାଇଁ ଗୁରୁଜୀ ସେମାନଙ୍କୁ କେଉଁ ଲକ୍ଷ୍ୟ ଦେବେ । ସମସ୍ତେ ଏଇ ବିଷୟରେ ଚର୍ଚ୍ଚା କରୁଥିବା ସମୟରେ ଗୁରୁଜୀ ସେଠାରେ ପହଞ୍ଚି ଯାଆନ୍ତି । ଆଉ ଲକ୍ଷ୍ୟ ବିଷୟରେ କୁହନ୍ତି ଯେ ଏକ ଛୋଟ ପଥର ତଳୁ ଉପରକୁ ଫାପଡ଼ି ଦିଆଯିବ । ତୁମର ଲକ୍ଷ୍ୟ ଏଇ ପଥର । ଯିଏ ବି ଏହି ପଥର ଉପରକୁ ତୀର ମାରି ପାରିବ ତାକୁ ବିଜେତା ଘୋଷଣା କରାଯିବ ।
ହେଲେ ଏହି ପ୍ରତିଯୋଗିତାରେ ଗୋଟିଏ ସର୍ତ୍ତ ଅଛି , ଏଠାରେ କିଛି ବରିଷ୍ଠ ଛାତ୍ର ଘଡା ଉପରେ ବସି ପଡ଼ିଆରେ ଦୌଡୁ ଥିବେ ଆଉ ପରସ୍ପର ଭିତରେ ତିର ଚଳାଉ ଥିବେ । ତୁମ ମାନଙ୍କୁ ସେମାନଙ୍କ ମଝିରେ ଛିଡ଼ା ହୋଇ ପଥର ଉପରକୁ ଲକ୍ଷ୍ୟ କରିବାକୁ ହେବ । କଣ ଏଥିପାଇଁ ସବୁ ପ୍ରସ୍ତୁତ ଅଛ ,ସମସ୍ତେ ହଁ କୁହନ୍ତି ।
ଏହାପରେ ପ୍ରତିଯୋଗିତା ଆରମ୍ଭ ହୋଇ ଯାଏ ସମସ୍ତ ଛାତ୍ର ଜଣ ଜଣ କରି ଆସି ପଥର ଉପରକୁ ତୀର ଚଲଉ ଥାଆନ୍ତି ହେଲେ କାହାରି ହେଲେ ତୀର ପଥର ଉପରେ ଲାଗୁ ନଥାଏ । କିଛି ଛାତ୍ର ତ ତୀର ଚଳେଇବା ପୂର୍ବରୁ ପଥର ତଳେ ପଡ଼ି ଯାଉଥାଏ । ଏହାପରେ ବିଜୟର ପାଳି ଆସେ , ତାର ଛାତି ବହୁତ ଜୋରରେ ଧକ ଧକ୍ ହେଉଥାଏ । ହାରି ଯିବାର ଭୟ ତାକୁ ଆହୁରି ଦୁର୍ବଳ କରି ଦେଉଥାଏ ,କାରଣ ସେ କେବେ ଭାବି ନଥିଲା ତାକୁ ଏତେ ବଡ ଲକ୍ଷ୍ୟ ମିଳିବ । ଆଉ ମଧ୍ୟ ସେ ଦେଖି ସାରିଥିଲା ଯେ ତାଠାରୁ ଭଲ ଧନୁର୍ଦ୍ଧର ମଧ୍ୟ ଅସଫଳ ହେଉଥିଲେ । ହେଲେବି ତା ମନକୁ ବୁଝାଇ ପଡିଆ ଭିତରକୁ ଯାଏ ଆଉ ପଥର ଉପରକୁ ତୀର ଚଳାଇ କିନ୍ତୁ ତାର ତୀର ପଥରକୁ ଲାଗେ ନାହିଁ ,ସେ ବହୁତ୍ ନିରାଶ ହୋଇ ଫେରି ଆସେ ।
ଏମିତି ସମସ୍ତ ଛାତ୍ର ଜଣ ଜଣ କରି ଆସନ୍ତି ହେଲେ କେହିବି ଏଥିରେ ସଫଳ ହୋଇପାରନ୍ତି ନାହିଁ । ଏହାଦେଖି ଗୁରୁଜୀ ମଧ୍ୟ ବହୁତ୍ ନିରାଶ ହୋଇ ଯାଆନ୍ତି । ଆଉ ଶେଷରେ ଜଣେ ବରିଷ୍ଠ ଛାତ୍ର କୁ ପଠାନ୍ତି ଏହା ଦର୍ଶାଇବା ପାଇଁ ଯେ ସେ ଦେଇଥିବା ଲକ୍ଷ୍ୟ କେତେ ସହଜ । ଏବେ ସେଇ ଛାତ୍ର ପଡିଆ ଭିତରକୁ ଆସି ପଥର ଉପରକୁ ଲକ୍ଷ୍ୟ କରି ତୀର ଛାଡିଦିଏ ,ତାର ତୀର ପଥରକୁ ଦୁଇ ଖଣ୍ଡ କରିଦିଏ । ଏହା ଦେଖି ଅନ୍ୟ ଛାତ୍ରମାନେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି ଆଉ ଭାବନ୍ତି ଏମିତି ସେ କେମିତି କରି ପାରିଲା ।
ପ୍ରକୃତରେ ଗୁରୁଜୀ ଏହା ଜାଣିବା ପାଇଁ ପ୍ରତିଯୋଗିତା ରଖିଥିଲେ ଯେ ସେ ଦେଇଥିବା ଶିକ୍ଷ୍ୟା କେତେ ଜଣ ଶିଖୁଛନ୍ତି । ତେଣୁ ସମସ୍ତେ ଅସଫଳ ହେବାର ଦେଖି ଗୁରୁଜୀ ଟିକେ ଦୁଃଖୀ ହୋଇ ଯାଇ ଥିଲେ। ଏହା ପରେ ପ୍ରତିଯୋଗିତା ଶେଷ ହୁଏ ,ପ୍ରତିଯୋଗିତା ଶେଷ ହେବା ପରେ ବିଜୟ ଗୁରୁଜୀ ପାଖକୁ ଯାଏ ଏହା ଜାଣିବା ପାଇଁ କି ସେମାନଙ୍କର ଭୁଲ କୋଉଠି ରହିଗଲା ଯେ ସେମାନେ ସବୁ ହାରିଗଲେ ।
ବିଜୟ ତା ଗୁରୁଜୀ ପାଖରେ ପହଞ୍ଚି ପ୍ରଥମେ ପ୍ରଣାମ କରେ ଆଉ କହେ ଗୁରୁଜୀ ଆମେ କାହିଁକି ହାରିଗଲୁ ଆଉ ସେ କେମିତି ଅତି ସହଜରେ ଜିତିଗଲା । ସେତିକି ବେଳେ ସେଇ ବିଜେତା ଛାତ୍ର ଟି ମଧ୍ୟ ତାଙ୍କ ପାଖରେ ଥିଲା ତେଣୁ ଗୁରୁଜୀ ତାକୁ ଏହାର ଉତ୍ତର ଦେବାକୁ କହେ । ସେଇ ଛାତ୍ର ଟି ବିଜୟ କୁ ଉତ୍ତର ଦେଇ କହେ, ତମେ ହାରି ଯିବାର ମୁଖ୍ୟ କାରଣ ହେଉଛି ଏକାଗ୍ରତାର ଅଭାବ ।
କାରଣ ଯେବେ ପଥର ଉପରକୁ ଫୋପାଡି ଦିଆଗଲା ସେତେବେଳେ ତୁମର ଧ୍ୟାନ ପଡ଼ିଆରେ ଦୌଡୁ ଥିବା ଘଡ଼ା ଉପରେ ଥିଲା ଯେ କାହିଁ ତା ସହିତ ଧକ୍କା ହୋଇ ନଯାଉ । ଏଇ ସବୁ ଭାବି ଭାବି ତୀର ଛାଡ଼ି ଦେଇଥିଲ ,ଆଉ ଏକାଗ୍ରତାର ଅଭାବ ଯୋଗଁ ତୁମ ମାନଙ୍କର ତୀର ପଥର ଉପରେ ଲାଗୁ ନଥିଲା । ଆଉ କିଛି ଛାତ୍ର ମାନଙ୍କର ଧ୍ୟାନ ବରିଷ୍ଠ ଛାତ୍ର ମାନଙ୍କ ଦ୍ଵାରା ଛଡ଼ା ଯାଉଥିବା ତୀର ଉପରେ ଥିଲା , କାଳେ ତୀର ଆସି ସେମାନଙ୍କ ଦେହରେ ଲାଗିଯିବ । ଏଥିପାଇଁ ସେମାନେ ତୀର ଚଳେଇବା ପୂର୍ବରୁ ପଥର ତଳେ ପଡ଼ି ଯାଉଥିଲା ।
ମୋର ଧ୍ୟାନ କେବଳ ଲକ୍ଷ୍ୟ ଉପରେ ଥିଲା , ମତେ କେବଳ ସେଇ ପଥର ଛଡ଼ା ଆଉ କିଛି ଦେଖା ଯାଉ ନ ଥିଲା । ଆଉ ସାମ୍ନାରେ ଥିବା ସମସ୍ୟା ଠାରୁ ଧ୍ୟାନ ହଟେଇ ଲକ୍ଷ୍ୟ ଉପରେ ଧ୍ୟାନ ଦେଇଥିଲି ।ଆଉ ଏହି ଏକାଗ୍ରତା ଯୋଗୁଁ ମୁଁ ସେଥିରେ ସଫଳ ହୋଇଗଲି ।
ବିଜୟ ତା ପ୍ରଶ୍ନର ଉତ୍ତର ପାଇବା ପରେ ବୁଝି ଯାଏ ତାର ଭୁଲ କୋଉଠି ରହିଗଲା ତେଣୁ ଏବେ ସେ ନିଜର ସ୍ବପ୍ନକୁ ସାକାର କରିବା ପାଇଁ ନୂତନ ନିଷ୍ଠା ସହିତ ପ୍ରସ୍ତୁତି ଏବଂ ଏକାଗ୍ରତା ସହିତ କଠିନ ପରିଶ୍ରମ କରିବ ବୋଲି ପ୍ରତିଜ୍ଞା କରେ ।
ଶିକ୍ଷା :-
ଏମିତି ଆମ ଜୀବନରେ ମଧ୍ୟ ହୋଇଥାଏ । ଯେବେବି ଆମେ ନିଜର ସ୍ବପ୍ନକୁ ପୂରଣ କରିବା ପାଇଁ ଚେଷ୍ଟା କରୁ ସେତେବେଳେ ବହୁତ୍ ସମସ୍ୟାର ସମ୍ମୁଖିନ ହୋଇ ଥାଉ ଆଉ ଏହି ସମସ୍ୟା ଆମର ଏକାଗ୍ରତା କୁ ଲକ୍ଷ୍ୟ ଠାରୁ ଦୂରେଇ ଦିଏ । ଏହି କାରଣ ଯୋଗୁଁ ଆମେ ଅସଫଳ ହୋଇଥାଉ । ତେଣୁ ଯେତେ ବି ସମସ୍ୟା ଆସୁ କାହିଁ ସବୁବେଳେ ଏକାଗ୍ରତା ସହିତ କାମ କର ସଫଳତା ନିହାତି ମିଳିବ ।
ତେବେ ଏହା ଥିଲା Motivational Story For Stay Concentrated ଆଶା କରୁଛୁ ଆପଣ ମାନଙ୍କୁ ଭଲ ଲାଗିଥିବ । ଯଦି ଭଲ ଲାଗିଲା ତେବେ ଏହାକୁ ନିଜ ସାଙ୍ଗ ମାନଙ୍କ ସହିତ share କରନ୍ତୁ ।
For More Powerful Story Visit Our homepage