ଯେବେ କାହାର ହୃଦୟ ଭାଙ୍ଗିଯାଏ ସେତେବେଳେ ତା ଆଖିରୁ ଲୁହ ଝରିଯାଏ ,ସେ ବହୁତ ଉଦାସ ବା ଦୁଃଖିତ ହୋଇଯାଏ , ସେତେବେଳେ ସାଧାରଣତଃ ନିଜ ଭାବନାକୁ କାହା ସାମ୍ନାରେ ବ୍ୟକ୍ତ କରି ହୃଦୟର ପୀଡ଼ାକୁ କମ କରିବା ପାଇଁ ଚାହିଁ ଥାଏ ହେଲେ ତାର ଦୁଃଖ ଶୁଣିବା ପାଇଁ ପାଖରେ କେହି ନଥାନ୍ତି। ତେଣୁ ହୃଦୟର କଥା କହିବା ପାଇଁ ମେସେଜର ସାହାରା ନେଇ ଥାଏ । ଯଦି ତୁମେ ମଧ୍ୟ ନିଜ ହୃଦୟର ପୀଡ଼ାକୁ କୌଣସି ମେସେଜ ସାହାଯ୍ୟରେ କହିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କ ପାଇଁ Odia Sad Shayari ନେଇ କି ଆସିଛୁ ଯାହା ଆପଣ ମାନଙ୍କୁ ବହୁତ ପସନ୍ଦ ଆସିବ ।
Top 10 Odia Sad Shayari
ମୁଁ ଥିଲି ଏକୁଟିଆ ମୋ ବାଟରେ
ତୁ କାହିଁକି ବାନ୍ଧିଲୁ ମତେ ତୋ ପ୍ରେମରେ
ଘରଟିଏ ଗଢ଼ିଥିଲୁ ନିଜ ହାତରେ
ଆଜି ପୁଣି ଭାଙ୍ଗିଦେଲୁ କାହା କଥାରେ ।
ଏ ପ୍ରେମ ଶୁଣିବା ପାଇଁ ଏକ ଛୋଟ ଶବ୍ଦ ଟିଏ , ପ୍ରଥମେ ଦିଏ ସେ ଖୁସୀ ହେଲେ ଆଗକୁ ଧିରେ ଧିରେ କନ୍ଦାଏ ।
ଅବିଶ୍ବାସୀ ଖୋଜେ ହଜାରେ ପ୍ରମାଣ
ବିଶ୍ବାସୀ ଖୋଜଇ ସୁନ୍ଦର ମନ
ବିଶ୍ୱାସରେ ଯିଏ ବିଷ ଦେଇଥାଏ
ମଣିଷ ନୁହେଁ ସେ ପଶୁଠୁ ହିନ ।
ଜୀବନରେ ବେଳେବେଳେ କିଛି ଏମିତି ଲୋକ ସହିତ ଭେଟ ହୋଇଥାଏ
ଯାହାକୁ ଆମେ ଚାହିଁଥାଉ ହେଲେ ଆପଣେଇ ପାରି ନଥାଉ ।
କାହିଁକି କେଜାଣି ପ୍ରେମ ହୋଇଯାଏ ତା ସାଥିରେ , ଯାହାକୁ ପାଇବା ଭାଗ୍ୟରେ ଲେଖା ନଥାଏ ।
ଯିଏ କଥା ଦେଇଥିଲା ଚାଲିବାକୁ ସାରା ଜୀବନ ମୋ ସାଥେ ,ହାତ ଛାଡ଼ି ଦେଲା କାହିଁକି ସେ କହରେ ବିଧାତା ମତେ ।
ଦିନେ ସିନା ହାତରେ ମୋ ହସୁଥିଲା ଜହ୍ନ
ସେ ଜହ୍ନ ମୋ ପାଇଁ ଆଜି ସାତ ସପନ
ମନ କଥା ମନେ ମରି ବିତୁ ପଛେ ଦିନ
ସୁଖରେ କଟିଯାଉ ତୋର ସବୁ ଦିନ ।
ଏକା ଏକା ମତେ ଲାଗେରେ
ମନ ଖାଲି ତତେ ଖୋଜେରେ
ଖାଲି ତୋ କଥା ଭାବେରେ
ନୀତି ରାତି ଆଉ ଦିନରେ
ତୋର ପ୍ରେମ ପ୍ରୀତି ବନ୍ଧନେ
ଫେରି ଯିବା ପାଇଁ ଭାବେରେ
ସବୁ କଥା ଭୁଲି ସାଥୀ ମୋର
ଫେରି ତୁ ଚାଲି ଆରେ
ପ୍ରିୟା ଛାଡ଼ି ଚାଲିଗଲା କରିଦେଇ ପର ଆଖିରୁ ସପନ ଆଜି ହେଇଗଲା ଦୂର ।
ଏତେ ଭଲ ପାଇବାଟା ଭୁଲ ଥିଲା ମୋର ଆଖିରୁ ଝରି ପଡ଼େ ଆଜି ଲୁହ ଝର ଝର ।
ପ୍ରଥମ ପ୍ରେମ ପାଇଁ ହୃଦୟ ଯାହାକୁ ବାଛିଥାଏ , ସେ ନିଜର ହେଉ ନହେଉ ହୃଦୟରେ ସବୁଦିନ ରହିଥାଏ ।
Read also : Heart Breaking Odia Shayari
Odia Love Emotional Shayari
ତା ବିନା ଏକା ରହିବା ବହୁତ କଷ୍ଟରେ ଶିଖିଛି ,ଏବେ ଶୁଣୁଛି ଏଇ କଥା ବି ତତେ ବହୁତ ବାଧୁଛି ।
ମଣିଷ ମରିବ ସବୁତ ସରିବ ସ୍ନେହ ତ ସରିବ ନାହିଁ
ସେଇ ସ୍ନେହ ମତେ ପାଗଳ କରିଛି ତୁମକୁ ପାଇବା ପାଇଁ ।
ନୀତି ମୋ ଆଖିରେ ନାଚେ ତୋର ସେଇ ଚାହାଣୀ , ଭାବିଲେ ଆଜିବି ଲାଗେ ତୁହି ତ ମୋ କାହାଣୀ ।
ଆମ ସମ୍ପର୍କରେ କିଏ ପକେଇଲା ଦାଗ
ହୃଦୟଟା ହେଇଗଲା ଆଜି ଦୁଇ ଭାଗ
ବଇରୀ ହେଇଗଲାରେ ଆଜି ନିଜ ଭାଗ୍ୟ
କାହାକୁ ବା ଦୋଷ ଦେଇ ନାହିଁ କିଛି ଲାଭ ।
ଭାବିଥିଲି ଯାହାସବୁ କିଛି ଘଟିଲା ନାହିଁ
ମନ ଦେବୁ ଭାବିଥିଲି ହେଲେ ମତେ ଦେଲୁ ନାହିଁ
ଏତେ ଦିନ ମିଶିଲା ପରେ ଜାଣି ପାରିଲି ନାହିଁ
କୁହ କାହିଁକି ତମେ ଛାଡ଼ି ଚାଲିଗଲ କାହିଁ ।
ମରିବା ଲୋକ ତ ଦିନେ ନକହି ମରିଯାଏ
ହେଲେ ପ୍ରତ୍ୟେକ ମୁହୂର୍ତ୍ତରେ ସିଏ ମରିଥାଏ ଯିଏ ନିଜଠୁ ଅଧିକ ଆଉ କହାକୁ ଚାହିଁଥାଏ ।
ନିଶ୍ୱାସ ଆଜି ଦେଲାତ ଠକି
ସାତ ସାଗର ଗଲା ତ ଶୁଖି
ଚାରିଆଡ଼େ ମରୁଭୂମି ପାଣି ଟୋପେ ମିଳେନା
ସାଥେ ଚାଲିବାକୁ ଆଉ କାହା ହାତ ମିଳେନା ।
କିଏ ଲୁଟି ନେଲା ମୋର ଆଖିର ସପନ , ଜିଇଁବା ମରିବା ଆଜି ଲାଗୁଛି ସମାନ ।
ପ୍ରେମ ନିଭେଇ ଜାଣିବା ଦରକାର କାରଣ ପ୍ରେମ ତ ହୋଇଯାଏ ସମସ୍ତଙ୍କୁ ।
ଚେହେରା ତ ମିଳିଯିବ ମୋଠାରୁ ସୁନ୍ଦର ହେଲେ ହୃଦୟ ପାଇବନି ମୋଠାରୁ ସୁନ୍ଦର ।
ଆଖିରୁ ନିଦକୁ ଅଲଗା କରି
ନିଦରୁ ସପନ ଅଲଗା କରି
କାହିଁ ଛାଡି ଚାଲିଗଲ ମତେ ଅଲଗା କରି
ମରୁଛି ମୁଁ ନିତି ପ୍ରିୟା ତୁମକୁ ଝୁରି ଝୁରି ।
ଯଦି ମୋର ହେଇ ପାରିବନି ତେବେ ଏମିତି କିଛି କରିଦିଅ
ପୂର୍ବରୁ ମୁଁ ଯେମିତି ଥିଲି ସେମିତି ମତେ କରିଦିଅ ।
ବଦଳିଲା ଜୀବନର ମୋଡ଼
କଥା ଅଧା ରହିଗଲା
ସ୍ବପ୍ନ ଚୁନା ହେଇ ରାତିର ଅନ୍ଧାରରେ
ଲୁହେ ବହିଗଲା ।
ପ୍ରେମ ଏକ କୁହୁକିନି ନଈ କେବେ ମରୀଚିକା ମରୁଭୂଇଁ
କେବେ ଧୁଁ ଧୁଁ ଖରା କେବେ ପୁଣି ଥୁଣ୍ଟା ଗଛ ଛାଇ ।
ଯାଇଛୁ ସିନା ତୁ ଅଲଗା ହେଇ
ଫେରୁଛୁ ଆଖିକୁ ମୋ ଲୁହ ତୁ ହେଇ
ପ୍ରତିଟି ଲୁହରେ ତୁ ଅଛୁ ବୋଲି
ଚାହିଁଲେ ବି କାନ୍ଦି ପାରୁନାହିଁ ମୁହିଁ ।
ଯଦି କାହା ଉପରେ ରାଗିଛ ତେବେ ରାଗିବାର କାରଣ ଜଣେଇଁ ଦିଅ
କାରଣ ଚୁପ ରହିବା ଦ୍ଵାରା ଭୁଲ ବୁଝାମଣା ବଢିଯାଏ ଆଉ ଭୁଲ ବୁଝାମଣା ଦ୍ବାରା ସମ୍ପର୍କ ଭାଙ୍ଗିଯାଏ ।
ଅଜବ ପ୍ରେମ ଥିଲା ତାର ଉଦାସ ଆଖିରେ
ଅନୁଭବ ଟିକେବି ହେଲା ନାହିଁ
ଥିଲା ଶେଷ ଦେଖା ତା ସାଥିରେ ।
ରଖ ମତେ ତୁମ ଆଖି ପଲକରେ
ଓଠରେ ନହେଲା ନାହିଁ
ଯଦି କେବେ ତୁମେ ଝୁରିବ ମୋ ପାଇଁ
ଝରିବି ମୁଁ ଲୁହ ହୋଇ ।
ଏକା ଏକା ଆଉ ଭଲ ଲାଗୁ ନାହିଁ
ତୁମ ବିନା କିଛି ମତେ
ଭାବି ମୁଁ ନଥିଲି କେହି ଜଣେ ମତେ
ଭଲ ତ ପାଇବ ଏତେ ।
ମୋ ଆଖିରେ ଆଖିଏ ଲୁହ ମୋ ଛାତିରେ ଛାତିଏ କୋହ
ଭରି ଦେଇ ତମେ ଚାଲିଗଲ ପ୍ରିୟା କେମିତି ରହିବି କୁହ ।
ସମ୍ପର୍କକୁ ସ୍ୱାସ୍ଥ୍ୟକର କରିବା ପାଇଁ ଜିମ୍ ଯିବାକୁ ପଡ଼ି ନଥାଏ
ତା ପାଇଁ ଭରସା ହିଁ ଯଥେଷ୍ଟ
ବିନା ଭରସାରେ ପ୍ରେମ ବେଶୀ ଦିନ ରହି ନଥାଏ
ଅଧା ରାସ୍ତାରେ ହିଁ ଦମ୍ ହରେଇ ଥାଏ ।
Heart Breaking Quotes in Odia
ଯଦି ଲୁହ ଦେବାପାଇଁ ଥିଲା ତେବେ ହସ ଦେଇଥିଲୁ କାହିଁକି
ଯଦି ଫେରିବାର ଥିଲା ଜୀବନରେ ଆସୁଥିଲୁ କାହିଁକି ।
କିଛି ଲୋକ ପାଇବାକୁ ପ୍ରେମ କୁହନ୍ତି ଆଉ କିଛି ହରେଇବାକୁ ପ୍ରେମ କୁହନ୍ତି
ହେଲେ ବାସ୍ତବରେ ନିଭେଇବାକୁ ପ୍ରେମ କୁହନ୍ତି ।
ପ୍ରେମ ସିନା ହୋଇଯାଏ ଗୋଟିଏ ଦେଖାରେ ଗୋରୀ
ଭୁଲିବାକୁ ଇଚ୍ଛା କଲେ ଯୁଗ ଯୁଗ ଯାଏ ସରି
ମେଘ ଯାଏ ମେଘ ଆସେ ଶ୍ରାବଣ ରାତିରେ ଫେରି
ହେଲେ ମନ ଫେରେ ନାହିଁ ଥରେ ହୋଇଗଲେ ଚୋରି ।
ପ୍ରେମ ଗୋଟିଏ ପ୍ରକାର ଷ୍ଟିକର ପରି ଯାହା ଚିପକି ତ ପାରିବ
ହେଲେ ଯେବେ କାଢ଼ିବା ପାଇଁ ଚେଷ୍ଟା କରାଯାଏ
ତେବେ ସେଠାରୁ ବହାରିତ ଯାଏ ହେଲେ ଆଉ କୋଉଠି ଲାଗେନା
ଚିହ୍ନ ଛାଡିଯାଏ ସବୁଦିନ ପାଇଁ ।
ଆଖିରୁ ଲୁହ ଛାତିରୁ ଲୋହୁ
ମୋ ରାଣ ତତେ ଆଉ ଝରାନା
କେମିତି ରହିବି ଏକା ଜାଣି ମୁଁ ପାରେନା
ଛାଡ଼ି ମତେ ତୁମେ ଆଉ ଯାଅନା ।
କେବେ ଏହାର ହୃଦୟ ରଖିଲି କେବେ ତାହାର ହୃଦୟ ରଖିଲି
ଏହି ଚିନ୍ତାରେ ଭୁଲି ମୁଁ ଗଲି ନିଜ ହୃଦୟ କୋଉଠି ରଖିଲି ।
ନିଦରୁ ସପନ ଯଦି ଦୂରେଇ ଯିବ
ସପନ ବିନା କି ସୁଖେ ରାତି ପାହିବ
ଏଇ ମୋ ହୃଦୟେ ତମେ ଅଛ ପ୍ରିୟା
ପ୍ରାଣ ଚାଲିଯିବ ଯଦି ସ୍ବପ୍ନ ସତ ନହେବ ।
ମନ ସବୁବେଳେ ଖାଲି ଝୁରେ ତତେ
କେମିତି ଭୁଲିବି ଜାଣି ମୁଁ ପାରେନା
ଆଖିର ଏ ଲୁହ ମନର ଏ କୋହ
ଏ ଛାତି ଭିତରେ ଲୁଚି ଆଉ ଜମା ପାରେନା ।
ଭାବିବୁନି ମିଛ ଏ ପ୍ରେମ ତତେ ମୋ ରାଣ
ଯିବୁ ନାହିଁ ଭାଙ୍ଗି ଏ ମନ ତତେ ରହିଲା ରାଣ ।
ଭୁଲି ପାରିବନି ମତେ ଭୁଲି ଯାଇ ନୀତି ମନେ ପଡ଼ୁଥିବି
କେବେ ସ୍ବପ୍ନ ହେଇ କେବେ ସ୍ମୃତି ହେଇ ଲୁହ ତୋର ଝରାଇବି ।
ଯେମିତି ଜଣେ ଝିଅକୁ ଡର ଥାଏ କି ସେ ଜୀବନ ସାରା ଘର କେମିତି ଚଳେଇବ
ସେହିପରି ପୁଅ ମାନଙ୍କୁ ମଧ୍ୟ ଡର ଥାଏ କି ନିଜ ପ୍ରେମର ବିଶ୍ୱାସକୁ ସାରା ଜୀବନ କେମିତି ବଜାୟ ରଖିବ ।
ମାନୁଛି ଋତୁ ବି ଧିରେ ଧିରେ ବଦଳିଥାଏ ହେଲେ ତୋର ବଦଳିଯିବାର ଗତିକୁ ଦେଖି ପବନ ବି ଚକିତ ହୋଇଯାଏ ।
କାହିଁ ଜାଣି ପାରିଲିନି ଜୀବନରେ ଏମିତି ହାରିବି ବୋଲି
ନିଜ ଲୋକ ସବୁ ଏତେ ଦୁଃଖ ଦେବେ ଆଗରୁ ଜାଣି ନଥିଲି ।
ମନ ଝୁରେ ଖାଲି ତତେ ତୋ କଥା ଭାବି ଭାବି ଦିନ ମୋ କଟେ
ଚାହିଁ ବସିଛି ମୁଁ ଫେରିବୁ ସତେ କାହାଣୀ ଲେଖିବୁ ନୂଆକରି ଗୋଟେ ।
ପହିଲି ପ୍ରେମରେ କେତେ ଖିଆଲରେ
କେତେ ସ୍ବପ୍ନ ମନେ ହୁଏ ଲେଖା
କହି ହୁଏ ନାହିଁ ସହି ହୁଏ ନାହିଁ,
ଯେବେ ପ୍ରିୟା କରେ ଆଉ କାହାକୁ ଦେଖା ।
ପ୍ରଥମ ଦେଖାରେ ଭଲପାଏ ବୋଲି କହେ ସେ ଈଶାରା ଦେଇ
ଏହା ପ୍ରେମ ବୋଲି ବୁଝିବା ଆଗରୁ ସିଏ ଗଲା ଛାଡ଼ି ଦେଇ ।
ପ୍ରଥମ ପ୍ରେମର ପ୍ରଥମ ଲୁହ ତୁ ଝରେଇ ଦେଲୁ ମୋ ଆଖିରେ
ତୁ କେମିତି ଅଛୁ ପାରୁନି ମୁଁ ରହି ତୋ ବିନା ଟିକେ ଶାନ୍ତିରେ ।
କାଲି ଯାହା ଥିଲା ଅଛି ଆମ ଭିତରେ
କାହା କଥା ଶୁଣି ପ୍ରିୟା ଗଲୁ ନୂଆ ବାଟରେ
ଆଜିବି ମୋର ଆଶା ଅଛି ଦିନେ ଫେରି ଆସିବୁ
ଲେଖିବୁ ସେ ପ୍ରେମ କାହାଣୀ ମୋ ସାଥିରେ ।
ପ୍ରେମୀ ହେବା ସହଜ ହେଲେ ସାଥ ନିଭେଇବାର ସାହସ ରଖିବା କଷ୍ଟ ।
ପ୍ରେମ ଏକ ଚକ୍ରବ୍ୟୁହ ପରି ଆଉ ଜଣେ ପ୍ରେମିକ ଅଭିମନ୍ୟୁ ପରି ସେମାନଙ୍କ ପାଇଁ ପ୍ରେମରେ ପଡ଼ିବା ସହଜ ହେଲେ ଥରେ ପ୍ରେମରେ ପଡ଼ିବା ପରେ ସେଥିରୁ କେମିତି ବାହାରିବେ ଜାଣି ପାରନ୍ତି ନାହିଁ ।
ପ୍ରାଣ ମୋର ତୁମେ ତୁମ କଥା ନଭାବି ରହିବି କେମିତି
ସାଥେ ରହିବାକୁ କଥାଦେଇ ମତେ ଭୁଲିଗଲ କେମିତି ।
ଯଦି ଏହା ପ୍ରେମ ନଥିଲା ତେବେ କହି ଦେଇ ଥାଆନ୍ତ
ଏହି ହୃଦୟ ଭାଙ୍ଗିବା ପୂର୍ବରୁ ବଞ୍ଚେଇ ପାରି ଥାଆନ୍ତ ।
ସୁନା ଚଢ଼େଇ ଡେଣା ବାଡେଇ ଉଡ଼ି ଉଡ଼ି ଆସିଥିଲା
ବସା ଟେ ବାନ୍ଧି ପ୍ରେମରେ ଛନ୍ଦି ଦିନେ ପୁଣି ଉଡିଗଲା ।
ତେବେ ଏହା ଥିଲା Odia Sad Shayari ଆଶା କରୁଛୁ ଆପଣ ମାନଙ୍କୁ ଭଲ ଲାଗିଥିବ । ଯଦି ଭଲ ଲାଗିଲା ତେବେ ଏହାକୁ ନିଜ ସାଙ୍ଗ ମାନଙ୍କ ସହିତ share କରନ୍ତୁ । ଆଉ ଏହାକୁ ମଧ୍ୟ ପଢ଼ନ୍ତୁ Beautiful romantic Quotes.