ଜୀବନ ଉତ୍ଥାନ-ପତନରେ ପରିପୂର୍ଣ୍ଣ , କିନ୍ତୁ ସକାରାତ୍ମକ ତଥା ପ୍ରେରିତ ରହିବା ଦ୍ଵାରା ପ୍ରତ୍ୟେକ ସମସ୍ୟା କୁ ଦୂର କରି ପାରିବା ଏବଂ ସଫଳତା ହାସଲ କରି ପରିବା । ତେଣୁ ଏହି ପୋଷ୍ଟରେ କିଛି ପ୍ରେରଣାଦାୟକ Odia Quotes On Life For Success ସଂଗ୍ରହ କରିଛୁ ଯାହା ଆପଣଙ୍କୁ ଉତ୍ସାହ ଦେବ ଆଗକୁ ବଢ଼ିବା ପାଇଁ । ଏହି ଶବ୍ଦ ଗୁଡ଼ିକ ମନେ ପକାଇ ଦେବ ଯେ ସଠିକ୍ ମାନସିକତା ଏବଂ ନିଷ୍ଠା ସହିତ ସଫଳତା ସମ୍ଭବ ।
Life Quotes for Success
ଯେବେ ତମେ ନିଜ ପାନିଭାର ନିଜେ ବୋହିବ ,
ସେତେବେଳେ ତୁମେ ପ୍ରତି ବୁନ୍ଦା ପାଣିର ମୂଲ୍ୟ ବୁଝି ପାରିବ ।
ସଡ଼କ କେବେ ସିଧା ହୋଇ ନଥାଏ ,
କିଛି ସମୟ ଚାଲିଲା ପରେ ମୋଡ଼ ନିଶ୍ଚିତ ଆସିଥାଏ ।
ଠିକ୍ ସେହିପରି ଆମ ଜୀବନ ହେଉଛି ସଡ଼କ ସଦୃଶ ,
ବାସ ଧୈର୍ଯ୍ୟର ସହିତ ଚାଲିବା ଆବଶ୍ୟକ ,
ଭଲ ସମୟ ନିଶ୍ଚିତ ଆସିବ ।
ସମୟ ବଧିର ହୋଇଥାଏ କାହାରି କଥା ଶୁଣି ନଥାଏ ,
କିନ୍ତୁ ସମୟ ଅନ୍ଧ ନୁହେଁ ସବୁବେଳେ ସମସ୍ତଙ୍କୁ ନଜର ରଖିଥାଏ ।
ସବୁ କଷ୍ଟ ଆମକୁ ଏକ ଶିକ୍ଷା ଦେଇଥାଏ ,
ଆଉ ସବୁ ଶିକ୍ଷା ଆମ ଜୀବନକୁ ବଦଳାଇ ଥାଏ ।
ଯେମିତି ଗୋଳିଆ ପାଣି ଉପରେ ପ୍ରତିବିମ୍ବ ଦେଖାଯାଏ ନାହିଁ ,
ସେମିତି କ୍ରୋଧରେ ଆମେ ସତ୍ୟକୁ ଦେଖି ପାରିବା ନାହିଁ ।
ଯଦି କାହାର ବ୍ୟବହାର ଦେଖିବାକୁ ଚାହୁଁଛ ତେବେ ତାକୁ ସମ୍ମାନ ଦିଅ ।
ଗୁଣ ଦେଖିବାକୁ ଚାହୁଁଥିଲେ ତା ସାଥିରେ ସମୟ ବିତାଅ ।
କାହାରି ନିୟତି ଦେଖିବାକୁ ଚାହୁଁଥିଲେ ତାକୁ ଉଧାର ଦିଅ ଆଉ
ଅଭ୍ୟାସ ଦେଖିବାକୁ ଚାହୁଁଥିଲେ ସ୍ଵତନ୍ତ୍ର କରିଦିଅ ।
ଦୀପ ମାଟିର ହେଉ କି ସୁନାର, ସେଇଟା ମହତ୍ତ୍ୱପର୍ଣ୍ଣ ନୁହେଁ ।
ଏହା କେତେ ପରିମାଣରେ ଆଲୋକିତ କରୁଛି ତାହା ମହତ୍ତ୍ୱପର୍ଣ୍ଣ ।
ସେହିପରି ମଣିଷ ଗରିବ ହେଉ କି ଧନୀ ତାହା ମହତ୍ତ୍ୱପର୍ଣ୍ଣ ନୁହେଁ ,
ଭଲ ବ୍ୟବହାର ସବୁଠୁ ମହତ୍ତ୍ୱପର୍ଣ୍ଣ ।
ଦୁନିଆଁରେ ପରୋଉପକାର ସବୁଠୁ ବଡ଼ ଧର୍ମ ହୋଇଥାଏ ଆଉ ଅନ୍ୟର ସହାୟତା ଏହି ଦୁନିଆଁର ସବୁଠୁ ବଡ କର୍ମ ହୋଇଥାଏ ।
ସଂସାର ଆବଶ୍ୟକତା ନିୟମ ଅନୁଯାୟୀ ଚାଲିଥାଏ,
ଶୀତଦିନେ ଯେଉଁ ସୂର୍ଯ୍ୟକୁ ଅପେକ୍ଷା କରା ଯାଇଥାଏ ,
ଖରାଦିନେ ସେଇ ସୂର୍ଯ୍ୟକୁ ତିରସ୍କାର କରା ଯାଇଥାଏ ।
ସେମିତି ନିଜ ଲୋକଙ୍କ ପାଖରେ ଆପଣଙ୍କ ମୂଲ୍ୟ
ସେତେବେଳେ ହୋଇଥାଏ ଯେବେ ଆବଶ୍ୟକତା ପଡ଼ିଥାଏ ।
ଝଡ଼ି ଯାଇଥିବା ପତ୍ର ପୁଣିଥରେ ଗଛକୁ ଫେରି ପାରେନାହିଁ ,
ତେଣୁ ଅତୀତ ବିଷୟରେ ଚିନ୍ତା କରି ସମୟ ଅଯଥା ନଷ୍ଟ କରନାହିଁ
କାରଣ ବିତି ଯାଇଥିବା ସମୟ କେବେ ଫେରେ ନାହିଁ।
ଜୀବନରେ ଯେବେ ଜ୍ଞାନ ବଢ଼ିଥାଏ ତେବେ ମଣିଷ ମୌନ ରହିବା ପସନ୍ଦ କରିଥାଏ
ହେଲେ ଯେବେ ଅଭିମାନ ବଢ଼ିଥାଏ ତେବେ ମଣିଷ ଅଧିକ କହିବା ପସନ୍ଦ କରିଥାଏ ।
ଜୀବନରେ କେବେ କାହାକୁ ଠକି ଆଗକୁ ଯିବାକୁ ଚେଷ୍ଟା କର ନାହିଁ ,
କାରଣ ସମୁଦ୍ରର ଢେଉ ଯେମିତି ଆଗକୁ ଆସିଥାଏ ,
ସେମିତି ବହୁତ୍ ଶୀଘ୍ର ପଛକୁ ଚାଲି ଯାଇଥାଏ ।
Read Also : Best Odia Quotes for Archiving success
Life Quotes For Student

ଏହା ସଂଘର୍ଷର ଦୁନିଆଁ ମହାଶୟ , ଯଦି କଷ୍ଟ କରିବ ନାହିଁ ତେବେ ଫଳ ମଧ୍ୟ କେବେ ପାଇବ ନାହିଁ ।
ଜୀବନ ଆଇସକ୍ରିମ ପରି ହୋଇଥାଏ ,
ତମେ ଚାଖ କି ନଷ୍ଟ କର ତାହା ଯେମିତି ହେଲେବି ତରଳିଵ ।
ତେଣୁ ଚାଖିବା ଶିଖ, ଏମିତିବି ନଷ୍ଟ ତ ହୋଇ ଚାଲିଛି ।
ପରିସ୍ଥିତିର ବାହାନା ଦେଖାଇ ସମ୍ପର୍କ ଭାଙ୍ଗୁଥିବା ଲୋକ
ଜୀବନରେ କଦାପି ସମ୍ପର୍କର ମୂଲ୍ୟ ବୁଝି ପାରେନି
କି କେବେ ଶାନ୍ତିରେ ରହି ପାରେନି ।
କହିବାକୁ ତ ନିଜର ବହୁତ ଥାଆନ୍ତି ହେଲେ ଯେତେବେଳେ ମନ ଉଦାସ ଥାଏ ସେତେବେଳେ ପାଖରେ କେହି ନଥାନ୍ତି ।
ଆପଣଙ୍କୁ କିଏ କଣ କହି ଦେଉଛି ସେ କଥା ଭାବି ଚିନ୍ତିତ ହୁଅ ନାହିଁ ,
କାରଣ ହୀରା କୁ କାଚ କହିଦେଲେ ହୀରା କେବେ କାଚ ହୋଇଯାଏ ନାହିଁ ।
ଭଲ କଥା ଗ୍ରହଣ କରିବାର ଯଦି ଅଭ୍ୟାସ ହୁଏ ତେବେ ଭଲ କଥା କହିବାର ମଧ୍ୟ ଅଭ୍ୟାସ ହୋଇଯାଏ ।
କ୍ରୋଧ ଏକ ଏମିତି ଅଗ୍ନି ଯାହା ଅନ୍ୟର କ୍ଷତି କରିଥାଉ ନଥାଉ, ନିଜର କ୍ଷତି ନିଶ୍ଚୟ କରିଥାଏ ।
ଯୁକ୍ତିଠାରୁ ନିରବତା ଭଲ ,
ପ୍ରତିଶୋଧ ନେବାଠାରୁ ରାସ୍ତା ବଦଳେଇ ଦେବା ଭଲ
ଆଉ ସ୍ୱାର୍ଥବାଦୀ ମଣିଷ ସହିତ ଚାଲିବା ଅପେକ୍ଷା
ଏକା ଚାଲିବା ଭଲ ।
ଅଜବ ପ୍ରକାର ଲୋକ ଅଛନ୍ତି ଏଇ ଦୁନିଆଁରେ , ଧୂପ ଭଗବାନଙ୍କ ପାଇଁ କିଣନ୍ତି ପରନ୍ତୁ ସୁଗନ୍ଧ ନିଜ ପସନ୍ଦର ବାଛନ୍ତି ।
ଟଙ୍କା ଉଧାର ଦେଲେ ସମ୍ପର୍କ ନଷ୍ଟ ହୁଏ ନାହିଁ ,
ସମ୍ପର୍କ ନଷ୍ଟ ହୁଏ ଉଧାର ନେଇଥିବା ଟଙ୍କାକୁ ମାଗିଲେ ।
କାହାର ପାଦ ଧରି ସଫଳତା ପାଇବା ଅପେକ୍ଷା , ନିଜେ ଲଢ଼ି ହାରିଯିବା ହିଁ ଭଲ ।
ଜଣେ ସହନଶିଳ ବ୍ୟକ୍ତି ହିଁ ବୁଝି ପାରିବ ତାକୁ କେତେ କଷ୍ଟ ଲାଗୁଛି ,
ଅନ୍ୟମାନେ ତ କେବଳ ତା ବିଷୟରେ ଅନୁମାନ ଲଗାଇ ଥାଆନ୍ତି ।
Life Quotes in Odia

ଜଣେ ମଣିଷ ସଫଳ ସେତେବେଳେ ହୋଇଥାଏ ଯେବେ ଦୁନିଆଁକୁ ନୁହେଁ ବରଂ ନିଜକୁ ବଦଳେଇବା ଆରମ୍ଭ କରିଥାଏ ।
ପାଣି ଯେତେ ସଫା ହୋଇ ଥାଉନା କାହିଁ,
ଯଦି ପାଣି ରଖା ଯାଉଥିବା ପାତ୍ର ସଫା ନଥାଏ
ତେବେ ସେହି ପାଣିର ମୂଲ୍ୟ କିଛି ରହେନା ।
ଠିକ୍ ସେହିପରି ମଣିଷ ଯେତେ ସୁନ୍ଦର ହୋଇ ଥାଉନା କାହିଁ
ଯଦି ତାର ଚରିତ୍ର ଠିକ୍ ନଥାଏ ତେବେ
ସେ ମଣିଷର କିଛି ମୂଲ୍ୟ ରହେନା ।
ମାନୁଛି ତୁମକୁ ମଧ୍ୟ ତୁମର ଭାଗ୍ୟ ମଉକା ଦେବ ,
ହେଲେ ତୁମର ପରିଶ୍ରମ ସମସ୍ତଙ୍କୁ ଚମକେଇ ଦେବ ।
ବିକାଶ ସେ ପର୍ଯ୍ୟନ୍ତ ହୋଇ ପାରିବ ନାହିଁ ଯେ ପର୍ଯ୍ୟନ୍ତ ଆମେ ଯାହା ଜାଣିଛୁ ତାହାକୁ ଆଗକୁ ବଢ଼ାଇ ପାରି ନାହିଁ ।
କେବେବି ନିଜର ଶାରୀରିକ ଶକ୍ତି ଆଉ ଧନର ଶକ୍ତି ଉପରେ ଭରସା କରିବ ନାହିଁ
କାରଣ ରୋଗ ଆଉ ଦରିଦ୍ରତା ଆସିବାରେ ଅଧିକ ସମୟ ଲାଗେ ନାହିଁ ।
ନର୍କ ଦେଖିବାକୁ ଚାହୁଁଥିଲେ ବେରୋଜଗାର ହୋଇ ଦେଖ ,
ନା ସମ୍ମାନ , ନା ଟଙ୍କା, ନା ଖୁସୀ, ନା ଭଲ ବ୍ୟବହାର ମିଳିବ ।
ପ୍ରଶଂସା ତାହା ନୁହେଁ ଯାହା ତୁମ ସାମ୍ନାରେ କରାଯାଏ ,
ପ୍ରଶଂସା ତାହା ହୋଇଥାଏ ଯାହା ତୁମ ଅନୁପସ୍ଥିତିରେ କରାଯାଏ ।
କାହାକୁ କେବେ ଛୋଟ ଭାବିବେ ନାହିଁ କାରଣ ୫ଟଙ୍କାର କଲମ ଟିଏ ମଧ୍ୟ କୋଟିଏ ଟଙ୍କାର ଚେକ୍ ଲେଖିବାର କାମରେ ଆସେ ।
ଜୀବନରେ ସବୁ ମଉକାର ଫାଇଦା ଉଠାଅ ହେଲେ କାହାରି ଖରାପ ସମୟ ଦେଖି କେବେ ଫାଇଦା ଉଠାଅ ନାହିଁ ।
ଲୁହା କୁ ଆଉ କେହି ନୁହେଁ ତା ନିଜ କଳଙ୍କି ତାକୁ ନଷ୍ଟ କରିଥାଏ ,
ସେହିପରି ମଣିଷକୁ ଆଉ କେହି ନୁହେଁ ତାର ଗର୍ବ ଆଉ ଅହଂକାର ତାକୁ ନଷ୍ଟ କରିଥାଏ ।
ଫୁଲ ଆଉ ଫଳ , ଗଛର ପତ୍ରଠାରୁ କମ ହୋଇଥାଏ
କିନ୍ତୁ ଗଛବି ସେହି ଫୁଲ ଫଳ ନାରେ ଜଣାଶୁଣା ।
ସେହିପରି ଆମ ଭିତରେ କେତେବି କମ ଭଲଗୁଣ ଥାଉ ନା କାହିଁ ,
ପରିଚୟ ତ କେବଳ ସେହି କର୍ମ ଦ୍ଵାରା ହିଁ ହୋଇଥାଏ ।
ପାଣିକୁ ନ ପସିଲେ ଯେମିତି ପହଁରିବା ଶିଖିହୁଏ ନାହିଁ, ସେମିତି ଜୀବନରେ ଖରାପ ସମୟ ନ ଆସିଲେ ମଣିଷ ଚିହ୍ନି ହୁଏ ନାହିଁ ।
ତେବେ ଏହା ଥିଲା Odia Quotes on life for Success ଯଦି ଆପଣଙ୍କୁ ଭଲ ଲାଗିଲା ତେବେ କମେଣ୍ଟ୍ ଆଉ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ ଆଉ ଏହାକୁ ମଧ୍ୟ ପଢ଼ନ୍ତୁ Gautam Buddha Story in Odia .
କଠିନ ସମୟରେ ଆପଣଙ୍କୁ କ’ଣ ପ୍ରେରଣା ଦିଏ ? ନିମ୍ନରେ ଦିଆ ଯାଇଥିବା ମନ୍ତବ୍ୟରେ ଆପଣଙ୍କ ଚିନ୍ତାଧାରାକୁ ତଳେ କମେଣ୍ଟ କରନ୍ତୁ ଏବଂ ଚାଲନ୍ତୁ ପରସ୍ପରକୁ ପ୍ରେରଣା ଦେବା ସଫଳତାର ପଥରେ ଚାଲିବାକୁ ।