ସଫଳତା ଏକ ସରଳ ପଥ ନୁହେଁ, ଏହା ବହୁତ ଚ୍ୟାଲେଞ୍ଜ ଆଉ କଠିନ ପରିଶ୍ରମରେ ପରିପୂର୍ଣ୍ଣ ଯାତ୍ରା । ଆଉ ମଧ୍ୟ ସଫଳତା କେବଳ ଭାଗ୍ୟ ବା ପ୍ରତିଭା ଦ୍ବାରା ମିଳି ନଥାଏ, ନିଷ୍ଠା, ସ୍ଥିରତା, ଆଉ ଆଗକୁ ବଢ଼ିବାର ସାହସ ମଧ୍ୟ ଦରକାର ହୋଇଥାଏ । ଯେତେବେଳେ ଆମେ ଅସଫଳତା ସହିତ ଲଢ଼ି ଲଢ଼ି ହାର ମାନି ଯାଉ, ସେତେବେଳେ ଆମକୁ ଦରକାର ହୋଇଥାଏ ଟିକେ ସାହସ । ତେଣୁ ଆମେ Never Give Up Story in Odia ଆପଣ ମାନଙ୍କ ପାଇଁ ନେଇକି ଆସିଛୁ ଯାହା ସଫଳତା ପାଇଁ ଆଗକୁ ବଢ଼ିବାକୁ ସାହସ ଦେବ ।
କାହାଣୀ :
Never Give Up Story in Odia : ଏକ ଛୋଟ ଗାଁରେ ଅଭୟ ନାମରେ ଜଣେ ଯୁବକ ରହୁଥିଲା । ପିଲାଟି ଦିନରୁ ତାର ବାପା ଆରପାରିକୁ ଚାଲି ଯାଇଥିଲା , ସେ ତା ମାଆ ସହିତ ରହୁଥିଲା । ତା ମାଆ ଏକ ସିଲେଇ ଦୋକାନରେ କାମ କରୁଥିଲା, ଆଉ ଯେତେ କିଛି ଟଙ୍କା ମିଳୁଥିଲା ସେଥିରେ ତାଙ୍କର ପରିବାର ଚଳୁଥିଲା । ଅଭୟର ଏକ ଲକ୍ଷ୍ୟ ଥିଲା ଯେ ଜଣେ ସଫଳ ଏଣ୍ଟରପ୍ରିନୋର ହେବା ଆଉ ତାର ଏହି ଅଭିନବ ଚିନ୍ତାଧାରାକୁ ଜୀବନ୍ତ କରିବାକୁ ସ୍ବପ୍ନ ଦେଖୁଥିଲା । କିନ୍ତୁ ସମସ୍ତଙ୍କ ପରି ତାର ପଥରେ ମଧ୍ୟ ବହୁତ ସମସ୍ୟା ଆସିଥିଲା ଶକ୍ତି ପରୀକ୍ଷା କରିବା ପାଇଁ । ହେଲେ ତାର ସ୍ବପ୍ନ ତାକୁ ଆଗକୁ ବଢ଼ିବାକୁ ଉତ୍ସାହିତ କରୁଥିଲା ।
କଲେଜ ଶେଷ କରିବା ପରେ, ଅଭୟ ଉଚ୍ଚଭିଳାଷରେ ପରିପୂର୍ଣ୍ଣ ସହରକୁ ଚାଲିଗଲା । ଏହାପରେ ପ୍ରଥମେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଏକ ଛୋଟ କାମଟିଏ ଖୋଜିଥିଲା ଆଉ କିଛି ଦିନ ସଂଘର୍ଷ କରିବା ପରେ ତାକୁ ମିଳି ମଧ୍ୟ ଯାଇଥିଲା । ସେ ସେଠାରେ ଦିନବେଳେ କାମ କରି ରାତିରେ ତାର ପ୍ରୋଜେକ୍ଟ ଆଇଡିଆ ଉପରେ ଆତ୍ମବିଶ୍ବାସର ସହିତ ଏକୁଟିଆ କାମ କରୁଥିଲା । ଏମିତି କିଛି ମାସ ବିତିଗଲା ପରେ ପ୍ରୋଜେକ୍ଟ ପୁରା ରେଡି ହୋଇଗଲା । ଆଉ ପୂର୍ଣ୍ଣ ବିଶ୍ଵାସର ସହିତ ପ୍ରୋଜେକ୍ଟକୁ ନେଇ ନିବେଶକ ମାନଙ୍କ ପାଖକୁ ଗଲା ହେଲେ ଯେତେବେଳେ ନିବେଶକମାନେ ଏହାକୁ ଦେଖିଲେ ସେତେବେଳେ ତାହା ସେମାନଙ୍କୁ ପସନ୍ଦ ଆସି ନଥିଲା ତେଣୁ ବେକାର ଆଇଡିଆ କହି ଯିବାକୁ କହିଥିଲେ ।
ସେ ନିରାଶ ହୋଇ ଫେରି ଆସିଲା ଆଉ ପୁଣିଥରେ ସେଇ ପ୍ରୋଜେକ୍ଟକୁ ସୁଧାରି ଅନ୍ୟ ଏକ କମ୍ପାନୀ ପାଖକୁ ଗଲା ଆଉ ସେଠାରେ ମଧ୍ୟ ତାକୁ ସେଇ କଥା ଶୁଣିବାକୁ ପଡ଼ିଥିଲା , ନିବେଶକ ମାନେ ତାର ଅଭିଜ୍ଞତାର ଅଭାବ ଉପରେ ପ୍ରଶ୍ନ କରିଥିଲେ । ବଜାରରେ ଏହା ସଫଳ ହେବାର ସମ୍ଭାବନା ଉପରେ ସନ୍ଦେହ କରିଥିଲେ ଏବଂ ତାର କୌଣସି ବ୍ୟାକଅପ୍ ପ୍ଲାନ୍ ଅଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ । ତେଣୁ ସେଠାରୁ ମଧ୍ୟ ନିରାଶ ହୋଇ ଫେରଆସିଲା ।
ନିରାଶା ମିଳିବା ସତ୍ତ୍ୱେ ତାର ଆତ୍ମବିଶ୍ବାସ କମି ନଥିଲା ଆଉ ଆତ୍ମ ସନ୍ଦେହକୁ ଦୂର କରି ନିଜର କାର୍ଯ୍ୟ କରି ଚାଲିଥିଲା । ସେ ବହୁତ କମ୍ପାନୀ ପାଖକୁ ଯାଇଥିଲା , ଏହି ଆଶାରେ କି କେହି ନା କେହି ତ ତାର ପ୍ରୋଜେକ୍ଟ ଆଇଡିଆ ଉପରେ ବିଶ୍ୱାସ କରିବେ କିନ୍ତୁ ସାକ୍ଷାତ ପରେ ସାକ୍ଷାତ କରିବା ସତ୍ତ୍ୱେ , କେହି ତାର ଆଇଡିଆକୁ ଗ୍ରହଣ କରୁ ନଥିଲେ । ଆଉ ସେ ସବୁବେଳେ ପ୍ରତ୍ୟାଖାନର ସମ୍ମୁଖିନ ହେଉଥିଲା । ସେ ଅନୁଭବ କରି ପାରୁଥିଲା ଯେ ,କେତେ ସଂଘର୍ଷ କରିବାକୁ ପଡ଼େ ଦେଖିଥିବା ସ୍ବପ୍ନକୁ ପୂରଣ କରିବା ପାଇଁ , ଏହି ବିଫଳତା ତାର ମନକୁ ଭାଙ୍ଗି ଦେଇଥିଲା । ଆଉ ହତାଶ ହୋଇ ଘରକୁ ଫେରି ଆସିଲା ।
ଘରେ ଚୁପ ଚାପ ଯାଇ ଦୁଃଖରେ କାନ୍ଦିବାକୁ ଲାଗିଲା , ଏହା ଦେଖି ତାର ମା ଚିନ୍ତିତ ହୋଇ କହେ କଣ ହେଲା କନ୍ଧୁଛୁ କାହିଁକି ।
ଅଭୟ କହେ ମତେ କ୍ଷମା କରି ଦିଅ ମାଆ , ଆଖିରୁ ପାଣି ଆସିଗଲା । ଛୋଟ ବେଳୁ କହୁଥିଲ ସୁନା ପିଲା କାନ୍ଦନ୍ତି ନାହିଁ । ହେଲେ କଣ କରିବି, ଭାବିଥିଲି ତୁମକୁ ଖୁସିରେ ରଖିବି, ହେଲେ ବେକାର ହେଇ ରହିଗଲି । ତୁମ ବିନା ମୁଁ କିଛି ନାହିଁ ମାଆ ।
ମାଆ କହେ ..ଯଦି ହାରି ଯାଇଛୁ ତେବେ ଭାଙ୍ଗି ପଡୁଛୁ କାହିଁକି , ଏହା ଜାଣି ମଧ୍ୟ ଯେ ବିଫଳତା ସଫଳତାର ଏକ ଭାଗ । ଦେଖ କୌଣସି ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରଥମେ ସମସ୍ୟାର କାରଣକୁ ଖୋଜିବାକୁ ପଡ଼ିଥାଏ ।
ଯଦି ତୁମେ କରୁଥିବା କାମ ଉପରେ କାହାରି ଭରସା ନାହିଁ ଆଉ ଆଙ୍ଗୁଳି ଉଠାଏ । ତେବେ ତାକୁ ଉତ୍ତର ଦିଅ , ଆଉ ଯଦି ତାର ଉତ୍ତର ଜାଣି ନାହିଁ ତେବେ ଉତ୍ତର ଖୋଜ । ଯଦି ନିଜର ଭୁଲ କୁ ସୁଧାରି କାମ କରିବ ତେବେ ସଫଳତା ନିହାତି ମିଳିବ , ହାର ମାନିଯାଇ ବସିପଡ଼ି କାନ୍ଦିଲେ ମିଳିବ ନାହିଁ । ଆଉ ଗୋଟିଏ କଥା ସବୁବେଳେ ମନେରଖିଥିବ ମଣିଷର ଶୋଷ ଯେତେ ବି ହେଉନା କାହିଁ ସେ ନିଜର ଅଶ୍ରୁ ଦ୍ବାରା ମେଣ୍ଟାଇ ପାରିବ ନାହିଁ ।
ମାଆ ଦେଇଥିବା ଜ୍ଞାନ ଦ୍ବାରା ତାର ମନୋବଳ ପୁଣି ଫେରି ଆସିଥିଲା ଆଉ ସେ ପୁଣିଥରେ ନୂଆ ମନରେ , ଆତ୍ମବିଶ୍ବାସର ସହିତ କାମ ଆରମ୍ଭ କଲା ,କରିଥିବା ଭୁଲ ସବୁକୁ ବାହାର କରି ତାକୁ ସୁଧାରି ଥିଲା । ଏହାପରେ ପୁଣିଥରେ ଏକ ନୂଆ ଆଇଡିଆ ସହିତ କମ୍ପାନୀ ପାଖକୁ ଗଲା । ସେଠାରେ ବହୁତ ନିବେଷକ ବସିଥିଲେ ,ସେ ଗୋଟି ଗୋଟି କରି ତାର ବିଜନେସ ଆଇଡିଆକୁ ବର୍ଣ୍ଣନା କରିଥିଲା । ତାର ଆଇଡ଼ିଆ ବିଷୟରେ ଜାଣିବା ପରେ ସମସ୍ତେ ବହୁତ ପ୍ରଶଂସା କରିଥିଲେ ଆଉ ଏହାର ପୁରା ତଥ୍ୟ ନେଇକି ଆସିବା ପାଇଁ କହିଥିଲେ ।
ଅଭୟ ବହୁତ ଖୁସି ହୋଇ ଯାଇଥିଲା ଆଉ ଏହି ସୁଯୋଗକୁ ହାତଛଡ଼ା ନକରିବା ପାଇଁ ସ୍ଥିର କରିଥିଲା । ତେଣୁ ତା ଆରଦିନ ସବୁକିଛି ରେଡି କରି ସେଇ କମ୍ପାନୀ ପାଖକୁ ଗଲା । ସେଠାରେ କିଛି ଖରାପ ଲୋକ ଥିଲେ ,ତାର ଆଇଡିଆକୁ କପି କରି ତାକୁ କହିଲେ ଏହି ଆଇଡିଆ ଉପରେ ଅଲରେଡି ଆମ କମ୍ପାନୀ କାମ କରୁଛି କିଛି ନୂଆ ଆଇଡିଆ ନେଇକି ଆସ । ଏହାପରେ ତାକୁ ସେଠାରୁ ବିଦା କରି ଦେଇଥିଲେ । ଗରିବ ପିଲା , କିଏ ବା ତା କଥା ଶୁଣିବା ପାଇଁ ଆସିବ ତେଣୁ ଚୁପ୍ ଚାପ୍ ସେଠାରୁ ଘରକୁ ଚାଲି ଗଲା । ତାର ଖୁସୀ ପୁଣିଥରେ ମଉଳି ଗଲା ଆଉ ଦୁଃଖରେ ଯାଇ ମା କୋଳରେ ଶୋଇ ପଡିଲା ।
ମାଆ, ତାର ଦୁଃଖୀ ମନକୁ ଦେଖି ପଚାରେ.. ପୁଣି ଥରେ ହାରି ଗଲୁକି ?
ଅଭୟ କହେ ..ଆଉ କେତେଦିନ ଚାଲିବ ଏମିତି ମା, ଆଉ କେତେ ସମସ୍ୟା ସାମ୍ନା କରିବି, ଆଉ କେତେଦିନ ସଂଘର୍ଷ କରିବି । ବାରମ୍ବାର ଚେଷ୍ଟା କରି ଯଦି କିଛି ମିଳିବ ନାହିଁ ତେବେ ଚେଷ୍ଟା କାହିଁକି କରିବି । ଗୋଟିଏ ପାଦ ଆଗକୁ ବଢ଼ଇଛି କି ନାହିଁ ପୁଣି ଖସିପଡୁଛି । ମୁଁ ଆଉ ଏମିତି କରି ପାରିବିନି ।
ମା କହେ ..
ହାରିଗଲୁ ଯଦି ଏତେ ଦୁଃଖ କରୁଛୁ କାହିଁକି , ଏମିତି ଯଦି ଦୁଃଖରେ ଭାଙ୍ଗି ପଡ଼ିବୁ ତେବେ ସ୍ବପ୍ନକୁ ପୁରା କରିବୁ କେମିତି । ଦେଖ ସଫଳତା ବେଳେବେଳେ ଦୁଇପାଦ ପଛକୁ ନେଇ ଯାଇଥାଏ ଏକ ବଡ଼ ସଫଳତା ସହିତ ଚକିତ କରିବା ପାଇଁ । ଆଉ ତୁମର ଏହି ଭୁଲ ହୋଇଥାଏ , ତମେ ନବୁଝି ବିଚାରି ଲକ୍ଷ୍ୟକୁ ବଦଳେଇ ଦିଅ । କୁହ କି ଏହା ମତେ ପସନ୍ଦ ଆସୁ ନାହିଁ , ଏହାକୁ କରିବା ମୋ ପକ୍ଷେ ସମ୍ଭବ ନୁହେଁ ।ଏମିତି ଯଦି ସବୁ ଜିନିଷ ଛାଡ଼ି ଛାଡ଼ି ଯିବ ତେବେ ଖାଲି ହାତରେ ହିଁ ରହିବ ।
ଯେମିତି ତମେ ଯେତେବେଳେ ଏକ ଦୋକାନକୁ ଯାଅ କୌଣସି ଜିନିଷ କିଣିବା ପାଇଁ ଆଉ ଯଦି ସେଇ ଜିନିଷ ସେଇ ଦୋକାନରେ ମିଳୁନାହିଁ ,ତେବେ ଜିନିଷ ବଦଳରେ ଅଲଗା ଜିନିଷ ନନେଇ ଆଉ ଏକ ଦୋକାନକୁ ଚାଲିଯାଅ ସେମିତି ଯଦି ଲକ୍ଷ୍ୟ ମିଳୁନାହିଁ ତେବେ ରାସ୍ତାକୁ ବଦଳାଅ ଲକ୍ଷ୍ୟକୁ ନୁହେଁ ଆଉ ଯଦି କୌଣସି ସମସ୍ୟା ଆସୁଛି ତେବେ ତାକୁ ସାମ୍ନା କର ଆଉ ଧର୍ଯ୍ୟର ସହିତ କାର୍ଯ୍ୟ କରିଚାଲ ,କାରଣ ସଫଳତା ସମୟ ମାଗିଥାଏ ।
ମାଆଙ୍କର କଥା ତାର ଆଖି ଖୋଲି ଦେଇଥିଲା ଆଉ ସେ ଏବେ ଅଗଲା କିଛି କରିବା ପାଇଁ ସ୍ଥିର କରିଥିଲା । ଏମିତି କିଛିଦିନ ବିତିଗଲା ପରେ ସେ ତା ମାଆକୁ କିଛି ଟଙ୍କା ମାଗିଥିଲା ବ୍ୟବସାୟ କରିବା ପାଇଁ । ଏହାଶୁଣି ତା ମାଆ ଚକିତ ହୋଇଗଲା କାରଣ ମା ପାଖରେ ଏତେ ଟଙ୍କା ନଥିଲା , ହେଲେବି ପୁଅର କାର୍ଯ୍ୟ କରିବାର ଇଚ୍ଛାକୁ ଦେଖି ତାର ସବୁ ସୁନା ଗହଣା ବିକି ଦେଇଥିଲା ଆଉ ପୁଅ ପାଇଁ କିଛି ଟଙ୍କା ବନ୍ଦବସ୍ତ କରିଥିଲା ।
ଏହାପରେ ଅଭୟ ସେଇ ଟଙ୍କାକୁ ନେଇ ଛୋଟ ବ୍ୟବସାୟଟିଏ କରିଥିଲା । ଏହି ବ୍ୟବସାୟ ତାକୁ ଲାଭଦାୟକ ପ୍ରତୀତ ହେଉଥିଲା ଆଉ ଧିରେ ଧିରେ ତାର ବ୍ୟବସାୟ ବଢ଼ିବାକୁ ଲାଗିଲା । ସେ ବହୁତ ଖୁସି ହୋଇଗଲା କାରଣ ବହୁତ ଦିନ ପରେ ଯାଇ ସଫଳତାକୁ ଅନୁଭବ କରି ପାରୁଥିଲା । ଏହାପରେ ତାର ବ୍ୟବସାୟକୁ ବଡ କରିବା ପାଇଁ କିଛି ଲୋକ ନିଯୁକ୍ତି କରିଥିଲା ଆଉ ଲୋକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ଜିନିଷ ରଖିଥିଲା । ଏମିତି ତାର ବ୍ୟବସାୟ ଆହୁରି ବଢ଼ିବାକୁ ଲାଗିଲା । ଏହି ସଫଳତା ସହିତ ତାଙ୍କର ଜୀବନ ବଦଳିଗଲା , ଏବେ ସେମାନେ ଖୁସିରେ ରହିବାକୁ ଲାଗିଲେ ।
ଦେଖୁ ଦେଖୁ କିଛି ବର୍ଷ ବିତିଗଲା ଅଭୟ ପାଖରେ ବହୁତ ଟଙ୍କା ଜମା ହୋଇଗଲା । ଏବେ ତାର ଅସଲ ପ୍ଲାନ ଉପରେ କାର୍ଯ୍ୟ କରିବାର ସମୟ ଆସିଗଲା । ସେ ଏକ ନୂଆ କମ୍ପାନୀ ଖୋଲିଥିଲା ଆଉ ବହୁତ ଲୋକଙ୍କୁ ନିଯୁକ୍ତି କରି ଛୋଟ ଛୋଟ ଦଳରେ ଭାଗ କରିଦେଇଥିଲା କାର୍ଯ୍ୟ ଅନୁଯାୟୀ । କମ୍ପାନୀକୁ ବିସ୍ତାର କରିବା ପାଇଁ ଆଗରୁ ପ୍ରସ୍ତୁତ କରି ରଖିଥିବା ପ୍ରଡକ୍ଟକୁ ଲଞ୍ଚ କରିଥିଲା ଆଉ ବହୁତ ଲୋକଙ୍କୁ ଆକର୍ଷିତ କରିଥିଲା । ଏହାପରେ ତାର କମ୍ପାନୀ କ୍ରମାଗତ ଭାବରେ ବୃଦ୍ଧି ପାଇଲା , ବିଶ୍ୱସନୀୟ ଏବଂ ନୂତନତ୍ବ ଜିନିଷ ପାଇଁ କମ୍ପାନୀ ପରିଚିତ ହେଲା । ଏହି ସଫଳତା ସହିତ ସେ ସବୁଠାରେ ପରିଚିତ ହୋଇଥିଲା ଆଉ ଏତେ ସଂଘର୍ଷ କରିବା ପରେ ଶେଷରେ ତାର ସ୍ବପ୍ନକୁ ପୁରା କରିଥିଲା ।
ଶିକ୍ଷା :
ଅଭୟଙ୍କ ଯାତ୍ରା ଆମକୁ ଏହି ଶିକ୍ଷା ଦେଇଥାଏ ଯେ ” ବିଫଳତା ଶେଷ ନୁହେଁ ; ଏହା କେବଳ ସଫଳତା ପାଇଁ ଏକ ପାଦ ” । ଅନେକ ଥର ଯେତେବେଳେ ଆମେ ଅସଫଳତା ସହିତ ସାମ୍ନା କରନ୍ତି ସେତେବେଳେ ଛାଡ଼ି ଦେବାକୁ ମନେ ହୋଇଥାଏ ଆଉ ଆମେ ସହି ନପାରି ଛାଡ଼ି ମଧ୍ୟ ଦେଇଥାଉ ଆଉ ଅନ୍ୟ ଲକ୍ଷ୍ୟ ଉପରେ ଧ୍ୟାନ ଦେଇଥାଉ , ହେଲେ ସେତେବେଳେ ଆମକୁ ଲକ୍ଷ୍ୟକୁ ନବଦଳେଇ ରାସ୍ତାକୁ ବଦଳେଇ , ଧର୍ଯ୍ୟର ସହିତ କାର୍ଯ୍ୟ କରିବାର ଥାଏ କାରଣ ଆଜିର ଦୁନିଆଁରେ ବିନା ସଂଘର୍ଷରେ ସଫଳତା ମିଳି ନଥାଏ । ତେଣୁ ରାସ୍ତା ଯେତେବି ସଂଘର୍ଷପୂର୍ଣ୍ଣ ମନେ ହେଉନା କାହିଁକି , କେବେବି ସ୍ବପ୍ନକୁ ଛାଡ଼ନ୍ତୁ ନାହିଁ । ସବୁବେଳେ ପ୍ରୟାସ ଜାରି ରଖନ୍ତୁ , ଦେଖିବେ ତୁମର ମଧ୍ୟ ଜୀବନ ନିଶ୍ଚୟ ବଦଳିବ ।
ତେବେ ଏହା ଥିଲା Never Give Up Story in Odia ଆଶା କରୁଛୁ ଆପଣ ମାନଙ୍କୁ ଭଲ ଲାଗିଥିବ । ଯଦି ଭଲ ଲାଗିଲା ତେବେ ଏହାକୁ ନିଜ ସାଙ୍ଗ ମାନଙ୍କ ସହିତ share କରନ୍ତୁ । ଏହାକୁ ମଧ୍ୟ ପଢ଼ନ୍ତୁ Story of Goutam Buddha.