How to Study Effectively at Night : ରାତିରେ ପଢିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି 7ଟି ଉପାୟ ।

ଯଦି ତମେ ମଧ୍ୟ ରାତିରେ ପଢ଼ିବାକୁ ଚାହୁଁଛ ହେଲେ ପଢ଼ି ପାରୁନାହ ତେବେ ଆମେ ଆପଣଙ୍କ ପାଇଁ ନେଇକି ଆସିଛୁ How to Study Effectively at Night  ଯାହା ରାତିରେ ପଢିବା ପାଇଁ ସାହାଯ୍ୟ କରିବ । ଦେଖ ବହୁତ୍ students ରାତିରେ ପଢ଼ିବାକୁ ଚାହାଁନ୍ତି ହେଲେ ନିଦ ସେମାନଙ୍କୁ ପଢ଼ିବାକୁ ଦିଏ ନାହିଁ, exam ବି ପାଖେଇ ଆସୁଛି syllabus complete କରିବାର ଅଛି , ନହେଲେ ଦିନ ବେଳେ ତ ଭଲରେ ପଢ଼ି ଦିଅନ୍ତି ହେଲେ ସେତିକି ସମୟ ମିଳୁ ନାହିଁ  ଯେତିକି ଦରକାର । ଆଉ କିଛି ଏମିତି ବି students ଅଛନ୍ତି ଯେଉଁମାନେ ଶାନ୍ତ ପରିବେଶରେ ପଢିବାକୁ ଭଲ ପାଆନ୍ତି । ତେଣୁ ରାତିରେ ପଢ଼ିବାକୁ ଚାହାଁନ୍ତି କାରଣ ରାତିରେ ନା ବାଜେ ଫୋନ ର ଘଣ୍ଟି , ନା ଆସେ email , ନା ମିଳେ କାମ , ହେଲେ ସେମାନଙ୍କ ରାସ୍ତାରେ ବାଧା ସୃଷ୍ଟି କରିଥାଏ ନିଦ ।

Planning :-

ରାତିରେ ପଢ଼ିବା ସମସ୍ତଙ୍କ ପାଇଁ ସହଜ ହୋଇ ନଥାଏ  । କିଛି ଷ୍ଟୁଡେଣ୍ଟ୍ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ । ତେଣୁ ଏକ ପ୍ଲାନ୍ କର
ତୁମର ପ୍ଲାନିଂ ଶିକ୍ଷଣ ଯାତ୍ରା ପାଇଁ rode map ପରି କାମ କରିବ । ଏହା ଏକ କାର୍ଯ୍ୟସୂଚୀ ଯାହା ତୁମ ସମୟକୁ ସଂଗଠିତ କରିବାରେ ଏବଂ କେଉଁ କେଉଁ ବିଷୟ ତମେ ପଢ଼ିବ , ପ୍ରତ୍ୟେକ ବିଷୟକୁ କେତେ ସମୟ ଦେବ , କେବେ ରେଷ୍ଟ୍ ନେବ ଏସବୁ କରିବାରେ ସାହାଯ୍ୟ କରେ ।
ଆଉ ଯଦି ସମ୍ଭବ , ତମେ ରାତିରେ ପଢ଼ିବା ପୂର୍ବରୁ ଏକ ସ୍ୱଳ୍ପ ଶକ୍ତିର ନିଦ ନିଅ  । ଗଭୀର ନିଦରେ ପ୍ରବେଶ ନକରି ମନକୁ ସତେଜ କରିବା ପାଇଁ ଲକ୍ଷ୍ୟ ରଖ  ନହେଲେ ଦିନ ବେଳେ କିଛି ସମୟ ପାଇଁ ନିଦ ନିଅ ।

Avoid heavy meals :-

ପଢିବାକୁ ଯିବା ପୂର୍ବରୁ ଭାରି ଭଜନ କର ନାହିଁ କାରଣ  ଭାରି ଭୋଜନ ଖାଇବା ଦ୍ଵାରା ଶରୀରର ଶକ୍ତି ବଣ୍ଟନ ଏବଂ ହଜମ ପ୍ରକ୍ରିୟା ହେତୁ ଆମକୁ ନିଦ୍ରା ଏବଂ ଅଳସୁଆ ଲାଗେ  । ତେଣୁ ସୁସ୍ଥ ସହିତ ହାଲୁକା ସନ୍ତୁଳିତ ଖାଦ୍ୟ ଚୟନ କର । ଆଉ କେବେବି ଖାଲି ପେଟରେ ପଢିବାକୁ ବସନ୍ତୁ ନାହିଁ , କିଛି ନା କିଛି ହାଲୁକା ଖାଦ୍ୟ ଖାଆନ୍ତୁ କାରଣ ଖାଲି ପେଟରେ ପଢ଼ିବା ଦ୍ବାରା ମନେ ରଖିବାର କ୍ଷମତା କମ ହୋଇଯାଇଥାଏ । ଆଉମଧ୍ୟ ଖାଇସାରି ତୁରନ୍ତ ପଢିବାକୁ ବସନ୍ତୁ ନାହିଁ ।

Change your Environment  :-

ପଢ଼ିବା ପାଇଁ ଏକ ଶାନ୍ତ ପରିବେଶ ଚୟନ କର । ସେଠାରେ ସଠିକ୍ ଆଲୋକ ଥିବା ଦରକାର କାରଣ ଉଜ୍ଜଳ ଆଲୋକ ସଚେତନତା ଏବଂ ଜାଗରଣରେ ସହାୟକ ହୋଇଥାଏ ଆଉ ମସ୍ତିଷ୍କ କୁ ଉତ୍ସାହିତ କରେ ଏକ ଉଚ୍ଚ ସ୍ତରର ଏକାଗ୍ରତା ବଜାୟ ରଖିବାରେ, ଯାହା ତୁମର ଅଧ୍ୟୟନରେ ଧ୍ୟାନ ରଖିବା ସହଜ କରିଥାଏ । ସଠିକ୍ ଆଲୋକ ଆଖିର ଚାପ ଏବଂ ଥକ୍କାପଣକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଅଧିକ ଆଲୋକ ଆଖିରେ ଅସୁବିଧା , ମୁଣ୍ଡବିନ୍ଧା ,ଏବଂ ବହି ଉପରେ ଧ୍ୟାନ ଦେବାର ଅସୁବିଧା ସୃଷ୍ଟି କରିପାରେ । ତେଣୁ ଏତେ ଅଧିକ ଆଲୋକ ମଧ୍ୟ ରଖ ନାହିଁ ।  ଆଉ ପଢିଲା ବେଳେ ବେଡ୍ ଉପରେ ନ ବସି କୌଣସି chair ବା ଟେବୁଲ ଉପରେ ବସି ପଢ଼ କାରଣ ବେଡ୍ ଉପରେ ଆମେ ଆରାମ ଅନୁଭବ କରୁ ତେଣୁ ଅଳସୁଆ ଆଉ ନିଦ ଲାଗେ ।

Take a small breaks :-

ତୁମ ର ଅଧ୍ୟୟନ ମଝିରେ  ଥକ୍କାପଣ କୁ ରୋକିବା ପାଇଁ କିଛି ସମୟ ବ୍ରେକ ନିଅ, ଆଉ ମଝିରେ ମଝିରେ ପାଣି ପିଅ,  ଯଦି ନିଦ୍ରା ଅନୁଭବ କରୁଛ ତେବେ ସତର୍କତା ପାଇଁ ଠିଆ ହୁଅ, ନିଜକୁ ଟିକେ ଷ୍ଟ୍ରେଚ କର , ନହେଲେ ବ୍ୟାୟାମ କର । ଏହା ମାନେ ନୁହେଁ କି ତମେ dumbbell ନେଇ ବସି ଯାଅ । ମୋ କହିବାର ମାନେ ହେଲା ତମେ ୫ ରୁ ୧୦ ଥର push up ଲଗାଅ । ଆଉ ଧ୍ୟାନ ବଜାଇ ରଖିବା ପାଇଁ ଦୀର୍ଘ ସମୟ ଧରି ବସିବ ଠାରୁ ଦୂରେଇ ରୁହ ।

Learn by writing :-

ପଢ଼ି ପଢ଼ି ଲେଖିବା କୁ ସକ୍ରିୟ ଶିକ୍ଷଣ କୁହାଯାଏ । ଏହି ଶୈଳୀ ଶିଖିବାର ଶକ୍ତି ଏବଂ ବୁଝିବାର ଶକ୍ତିକୁ ବୃଦ୍ଧି କରିଥାଏ । ଆଉ ପଢ଼ିବା ସମୟରେ ଲେଖିବା , ଫୋକସ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଏହା ତୁମର ମନକୁ ଭ୍ରମରୁ ନିବୃତ କରେ ଆଉ ନିଶ୍ଚିତ କରେ ଯେ ତମେ ଶିକ୍ଷଣ ପ୍ରକ୍ରିୟାରେ ସକ୍ରିୟ ଅଛ ।

Choose easy subject :-

ରାତିରେ ପଢିବାକୁ ଚାହୁଁ ଥିଲେ କଷ୍ଟ ବିଷୟ ଠାରୁ ଦୂରେଇ ରୁହ, କାରଣ ଆମର ମନେ ରଖିବାର ଶକ୍ତି ଦିନ ଅପେକ୍ଷା ରାତିରେ ବହୁତ୍ କମ ଥାଏ । ତେଣୁ ଏମିତି ବିଷୟ ଗୁଡ଼ିକ ବାଛ ଯୋଉଥିରେ ଅଧିକ କିଛି ମନେ ରଖିବା କୁ ପଡ଼ି ନଥାଏ । ଯେମିତି କି ରାତିରେ ମତେ ଗଣିତ ପଢ଼ିବାକୁ ଭଲଲାଗେ, କାରଣ ଏହା ଟିକେ ସହଜ ହୋଇ ଥାଏ ଏଥିରେ  ଅଧିକ କିଛି ମନେ ରଖିବାକୁ ପଡ଼ି ନଥାଏ । ସେହିପରି ତୁମେ ମଧ୍ୟ ସେହି ବିଷୟ ଗୁଡିକୁ ନେଇ ପାରିବ ଯାହା ତୁମକୁ ସହଜ ଲାଗେ , ଯାହା ତୁମକୁ ପଢିବାକୁ ଭଲ ଲାଗେ ।

Study with a friend :-

ଯଦି ତମେ ତୁମ ସାଙ୍ଗ ମାନଙ୍କ ସହିତ ରହୁଛ ତେବେ ତମେ ସେମାନଙ୍କ ସହିତ ବସି ପଢ଼ । ଆଉ ବିଷୟ ଉପରେ ଆଲୋଚନା କର କାରଣ  ଅନ୍ୟ କାହା ସହିତ ବିଷୟ ଉପରେ ଆଲୋଚନା କରିବା ତୁମର ଅଧ୍ୟୟନ ଅଧିବେଶନକୁ ଅଧିକ ଉତ୍ସାହିତ ଆଉ ଆକର୍ଷଣୀୟ କରିବ । ଯାହା କି ତୁମକୁ ସତର୍କ ରଖିବ ,ଆଉ ନିଦ ଆସିବ ନାହିଁ ।

Conclusion :-

ରାତିରେ ଅଧ୍ୟୟନ କରିବା ଧ୍ୟାନ ଦେବା ପାଇଁ ଏକ ଭଲ ଉପାୟ ଆଉ ଲାଭ ଦାୟକ ହୋଇଥିଲେ ମଧ୍ୟ , ମନେରଖ ଯେ ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଅନିଦ୍ରା ରହି ପଢ଼ିବା କ୍ଷତି କାରକ ହୋଇପାରେ । ରାତିରେ ଅଧ୍ୟୟନ କରିବା ତୁମର ପ୍ରାକୃତିକ ଶୋଇବା ଚକ୍ରକୁ ବାଧା ଦେଇପାରେ । ଠିକ୍ ରେ ନିଦ ପୁରା ନହେବା ଯୋଗୁଁ ତୁମର ମସ୍ତିଷ ଉପରେ ଖରାପ ପ୍ରଭାବ ପଡ଼ିପାରେ ଆଉ ରାତିରେ ପଢ଼ିଥିବା ପାଠ ଭୁଲି ଯାଇପାର , ତେଣୁ ତୁମେ ଯଦି ରାତିରେ ଅଧ୍ୟୟନ କରିବାକୁ ଚାହୁଁଛ ତେବେ ଅବଶ୍ୟ କରି ପାରିବ ହେଲେ ଅଧିକ ସମୟ ପର୍ଯ୍ୟନ୍ତ ଅନିଦ୍ରା ନହେବା ଦରକାର । ନହେଲେ ସକାଳେ ପଢ଼ିବା ସମୟରେ ତୁମକୁ ଅଳସୁଆ ଆଉ ଥକ୍କା ଲାଗିବ , ପଢ଼ିବା ପାଇଁ ମନ ଲାଗିବ ନାହିଁ । 

ତେବେ ଏହା ଥିଲା କିଛି Study tips ଆଶା କରୁଛୁ ଆପଣ ମାନଙ୍କୁ ଭଲ ଲାଗିଥିବ । ଯଦି ଭଲ ଲାଗିଲା ତେବେ ଏହାକୁ ନିଜ ସାଙ୍ଗ ମାନଙ୍କ ସହିତ share କରନ୍ତୁ ।

Visit Our Homepage.

Spread the love

Leave a comment