How To Stop Overthinking ? Powerful Motivational Story in Odia[2024]

ଆଜିର ଦ୍ରୁତ ଗତିଶୀଳ ଦୁନିଆଁରେ , ଅତ୍ୟଧିକ ଚିନ୍ତା କରିବା ଏକ ସାଧାରଣ ସଂଗ୍ରାମରେ ପରିଣତ ହୋଇଛି ଯାହା ଆମମାନଙ୍କ ମଧ୍ୟରୁ ଅନେକଙ୍କୁ ରାତିରେ ଶୋଇବାକୁ ଦିଏ ନାହିଁ । ଏହା ଆମର ଦୃଷ୍ଟିକୋଣକୁ କୁହୁଡିରେ ଢାଙ୍କି ଦିଏ ଆଉ ବର୍ତ୍ତମାନର ମୁହୂର୍ତ୍ତକୁ ଉପଭୋଗ କରିବାକୁ ବାରଣ କରିଥାଏ । ତେଣୁ ଆମେ ଏକ ପ୍ରେରଣା ଦାୟକ କାହାଣୀ How To Stop Overthinking ନେଇକି ଆସିଛୁ ଯାହା ଚିନ୍ତାର ଜାଲରୁ ମୁକ୍ତି ପାଇବାକୁ ସାହାଯ୍ୟ କରିବ ।

How To Stop Overthinking in Odia
Odia Story

ଏକଦା ପର୍ବତ ଉପରେ ବାସ ବାନ୍ଧିଥିବା ଏକ ଛୋଟ ଗାଁରେ ଅର୍ଜୁନ ନାମରେ ଜଣେ ଯୁବକ ରହୁଥିଲା । ସେ ତାର ଦୟା ,କରୁଣା ଏବଂ କୌତୁହଳ ପାଇଁ ଜଣାଶୁଣା ଥିଲା । ତାର ଏକ ନିଆରା ଗୁଣ ଥିଲା ଯେ ଅଧିକ ଚିନ୍ତା କରିବା । ବଡ ହେଉକି ଛୋଟ ପ୍ରତ୍ୟେକ ନିଷ୍ପତି ତାକୁ ଅସୀମ ଚିନ୍ତାଧାରା ଆଉ ସନ୍ଦେହରେ ପକାଇ ଦେଉଥିଲା ଆଉ ଅତୀତରେ ଘଟିଯାଇ ଥିବା ଘଟଣାକୁ ନେଇ ବହୁତ ଚିନ୍ତିତ ରହୁଥିଲା ।

ଦିନେ ଅର୍ଜୁନ ତା ମାମୁଁ ଘରକୁ ଯିବବୋଲି ସ୍ଥିର କରେ । ତା ମାମୁଁ ପାଖରେ ଥିବା ଏକ ସହରରେ ବାସ କରୁଥିଲେ ଆଉ ଜୀବନରେ ବହୁତ ସଫଳତା ହାସିଲ କରିଥିଲେ ଆଉ ନିଜ ଜ୍ଞାନ ପାଇଁ ଚାରିଆଡ଼େ ଜଣାଶୁଣା ଥିଲେ । ଅର୍ଜୁନ ତାର ଅସୀମ ଚିନ୍ତାଧାରା ଆଉ ଅତ୍ୟଧିକ ଚିନ୍ତାଧାରାର ସମାଧାନ ପାଇବା ଆଶାରେ ତାଙ୍କୁ ଦେଖା କରିବାକୁ ନିଷ୍ପତି ନେଇଥିଲା ।

ଅର୍ଜୁନ ତା ମାମୁଁ ଘରକୁ ଯିବାବେଳେ ମନ ଭିତରେ ବହୁତ ପ୍ରଶ୍ନ ଉଙ୍କି ମାରୁଥାଏ  ଯେ ସେ ମୋ ବିଷୟରେ କଣ ଭାବିବେ ? ମୁଁ କଣ ତାଙ୍କର ସମୟ ନଷ୍ଟ କରୁଛି ? ମୁଁ କଣ କେବେ ଅଧିକ ଚିନ୍ତା କରିବା ବନ୍ଦ କରି ପାରିବି । ଏହିସବୁ ଚିନ୍ତାଧାରା ତା ଉପରେ ଭାରି ପଡୁଥିଲା ଏବଂ ସେ ତା ମାମୁଁ ଘରକୁ ପହଞ୍ଚିବା ବେଳକୁ ଭାବପ୍ରବଣ ହୋଇ ଯାଇଥିଲା ।

ଏମିତି ଭାବି ଭାବି ଶେଷରେ ତା ମାମୁଁ ଘରେ ପହଞ୍ଚିଯାଏ , ତା ମାମୁଁ ରବି ସ୍ନେହର ସହିତ ତାକୁ ସ୍ବାଗତ କରେ ଆଉ ଭଣଜାର ଏମିତି ଉଦାସ ମୁଁହ ଦେଖି ଏହାର କାରଣ ପଚାରେ , ଅର୍ଜୁନ ପ୍ରଥମେ ଏହାର ଉତ୍ତର ଦିଏ ନାହିଁ ହେଲେ ପରେ ସବୁକିଛି ଖୋଲି କହିଦିଏ । ଏହାପରେ ଖାଇବାକୁ ବସନ୍ତି , ଆଉ ଖାଇ ସାରିବା ପରେ ବିଶ୍ରାମ ନେଇ ନିକଟରେ ଥିବା ଏକ ପାହାଡ ଉପରକୁ ବୁଲିବାକୁ ଯାଆନ୍ତି, ଯେଉଁଠାରେ ଉପତ୍ୟକାର ଦୃଶ୍ୟ ଅତି ସୁନ୍ଦର ଥିଲା । ରବି ଏକ ପଥର ଉପରେ ବସି ଦୂରରୁ ଏକ ବଡ ପ୍ରାଚୀନ ଗଛକୁ ଦେଖେଇ କହିଲେ ।

ସେଇ ଗଛକୁ ଦେଖ ଆଉ କଳ୍ପନା କର ଯେ ଏଥିରେ ଥିବା ପ୍ରତ୍ୟେକ ପତ୍ର ଗତ ମାସରେ ତୁମେ କରିଥିବା ଏକ ଚିନ୍ତାଧାରା କୁ ପ୍ରତିପାଦିତ କରୁଛି ।
ମାମୁଁଙ୍କର କଥା ସରିବା ପୂର୍ବରୁ ଅର୍ଜୁନ କହେ ” ତାହେଲେ ସେହି ଗଛର ପତ୍ର ବୋଧହୁଏ ଦୁଇଗୁଣ ପତ୍ର ଥାଏ ” ।
ରବି ଚକିତ ହୋଇଯାଏ ଆଉ କହେ.. ଦେଖ ଅତ୍ୟଧିକ ଚିନ୍ତା କରିବା ସେହି ଗଛର ପ୍ରତ୍ୟେକ ପତ୍ରକୁ ବାରମ୍ବାର ପାଣି ଦେବା ପରି  ।
ଯଦିଓ ଏହା ଫଳପ୍ରଦ ମନେହୁଏ , ହେଲେ ଏହା ଅଧିକ ଶକ୍ତି ଖର୍ଚ୍ଚ କରିଥାଏ ଏବଂ ଗଛକୁ ସଠିକ୍ ଭାବରେ  ବଢ଼ିବାକୁ ଦିଏ ନାହିଁ । ପ୍ରକୃତ ଅଭିବୃଦ୍ଧି ତୁମର ଚିନ୍ତାଧାରାକୁ ସନ୍ତୁଳିତ କରିବାର କ୍ଷମତା ମଧ୍ୟରେ ଅଛି ।

ଅର୍ଜୁନ ପୁରା ଧ୍ୟାନରେ ଶୁଣୁଥାଏ , ରବି ପୁଣି କହେ ମୁଁ ଜାଣେ ତୁମେ ବହୁତ ସଂଘର୍ଷ କରୁଛ । ତେଣୁ ମୁଁ ଏକ କାହାଣୀ ଶୁଣେଇବି ଭଲରେ ବୁଝିବାକୁ ଚେଷ୍ଟା କରିବ ଆଉ ରବି କାହାଣୀ ଆରମ୍ଭ କରେ ..

ଥରେ ସଞ୍ଜୟ ନାମରେ ଜଣେ ବ୍ୟକ୍ତି ଥିଲା । ସେ ସହରର ଜଣେ ବଡ ବ୍ୟବସାୟୀ ଥିଲେ । ଦିନେ ସେ ଏକ ଅପ୍ରତ୍ୟାଶିତ ସଙ୍କଟର ସମ୍ମୁଖୀନ ହୋଇଗଲେ , କିଛି ଖରାପ ବିନିଯୋଗ ଯୋଗୁଁ ତାର ପୁରା ବ୍ୟବସାୟ କ୍ଷତିରେ ଚାଲିଗଲା । ସମସ୍ତେ ଭାବୁଥିଲେ ଯେ ସଞ୍ଜୟ ବହୁତ୍ ନିରାଶ ହୋଇ ଯିବେ , ବହୁତ ଭୟଭୀତ ହୋଇଯିବେ । ହେଲେ ସଞ୍ଜୟ ଶାନ୍ତ ରହିଲେ ଆଉ ପୂର୍ବ ପରି ପୁଣି ଥରେ ନୂଆ କରି କାମ ଆରମ୍ଭ କଲେ ।
ଏହା ଦେଖି ଜଣେ ଗ୍ରାମବାସୀ ତାଙ୍କୁ ପଚାରିଲା , ତୁମେ ତ ସବୁକିଛି ହରେଇ ଦେଲ ,ତୁମର ସବୁ ପୁଞ୍ଜି ନଷ୍ଟ ହୋଇଗଲା ହେଲେବି ତୁମ ମୁହଁରେ ଚିନ୍ତା କି ଦୁଃଖ ଟିକେ ନାହିଁ ହେଲେ କେମିତି ।

ସଞ୍ଜୟ ହସି ହସି ଉତ୍ତର ଦିଏ , ହଁ ମୋର ବହୁତ କ୍ଷତି ହୋଇଗଲା ସେଥିପାଇଁ ଟିକେ ଦୁଃଖ ତ ଲାଗୁଛି ହେଲେ ଯାହା ହୋଇ ସାରିଛି ତାକୁ ତ କେବେ ବଦଳେଇ ପାରିବି ନାହିଁ , ସେବିଷୟରେ ଚିନ୍ତାକରି କଣ ପାଇବି । ଆଉ ଯଦି ଏମିତି ପୁଣି କ୍ଷତି ହୋଇଯିବ ବୋଲି ଭୟ କରିବି ତେବେ କାମ କେମିତି କରିବି ।
ଏହାଶୁଣି ସେଇ ଲୋକଟି ଆଶ୍ଚର୍ଯ୍ୟ ହୋଇଯାଏ , ସଞ୍ଜୟ ପୁଣି ବୁଝେଇବାକୁ ଯାଇ କହେ ..ମନେକର କର ତୁମେ ଏକ କପ୍ ପାଣି ଧରିଛ  । ଯଦି ଏହାକୁ କିଛି ସମୟ ଧରି ରଖିବ ତେବେ ଏହା ହାଲୁକା ଲାଗିବ ହେଲେ ଯଦି ଏହାକୁ କିଛି ଘଣ୍ଟା ପର୍ଯ୍ୟନ୍ତ ଧରି ରଖିବ ତେବେ ହାତରେ ଯନ୍ତ୍ରଣା ହେବ ଆଉ ଯଦି ଏହାକୁ ପୁରା ଦିନ ଧରି ରଖିବ ତେବେ ବହୁତ ଭାରି ଲାଗିବ , ବହୁତ କଷ୍ଟ ହେବ ଆଉ ଯନ୍ତ୍ରଣାରେ ତୁମର ହାତ ଅସ୍ଥିର ହୋଇ ଥରିବାକୁ ଲାଗିବ ।

ସେହିପରି ଅତ୍ୟଧିକ ଚିନ୍ତା କରିବା ସେହି କପ୍ ପାଣିକୁ ଅଧିକ ସମୟ ପର୍ଯ୍ୟନ୍ତ ଧରି ରଖିବା ପରି ହୋଇଥାଏ । ଦେଖ ଭାବିବା ଠିକ୍ , ତୁମେ ନିଶ୍ଚିତ ଭାବରେ କପ୍ କୁ କିଛି ସମୟ ଧରି ରଖି ପାରିବ ହେଲେ ପରେ ଏହାକୁ ତଳେ ପକାଇ ଦେବା ଉଚିତ , ନଚେତ୍ ଏହା ତୁମକୁ ପକ୍ଷାଘାତ କରିବ ।

ରବି କାହାଣୀଟି ସମାପ୍ତ କରି କହେ ,ଏହି କାରଣ ଯୋଗୁଁ ସଞ୍ଜୟ ଅଧିକ ଚିନ୍ତା କରିବା ପରିବର୍ତ୍ତେ , ସେ ନିଜର ଶକ୍ତିକୁ ଚତୁରତାର ସହିତ ବ୍ୟବହାର କରିଥିଲେ ଆଉ ଶେଷରେ ତାଙ୍କ ବ୍ୟବସାୟକୁ ପୁନ ନିର୍ମାଣ କରିଥିଲେ ।
ଏହାପରେ ରବି ଅର୍ଜୁନକୁ ପଚାରେ , ” ତେବେ ତୁମେ କେଉଁ କପ୍ କୁ ଜାବୁଡି ଧରି ରଖିଛ ? “

ଅର୍ଜୁନ ଚିନ୍ତାଧାରା ପୂର୍ଣ୍ଣ ଚେହେରା କରି ହୃଦୟଙ୍ଗମ କରେ ଯେ ସେ ନିଜର ଭୟ ଆଉ ଅସୁରକ୍ଷିତତାକୁ ଧରି ରଖିଛି , ବିଫଳତା , ପ୍ରତ୍ୟାଖ୍ୟାନ ଏବଂ ଅନ୍ୟମାନେ ତା ବିଷୟରେ କଣ ଭାବୁଛନ୍ତି ସେହି ଭୟକୁ ଧରି ରଖିଛି । ସେ ଏହି ଜିନିଷ ଗୁଡ଼ିକ ବିଷୟରେ ଚିନ୍ତା କରି ସମୟ ବିତାଇ ଦେଉଛି , କେବେହେଲେ ଛାଡିବାକୁ ଦେଉ ନାହାଁନ୍ତି ଆଉ ଜୀବନରେ ଆଗକୁ ବଢ଼ିବାକୁ ଦେଉ ନାହାଁନ୍ତି ।

ଏହା ଶୁଣିଲା ପରେ ରବି ପୁଣି କହେ ” ଅତ୍ୟଧିକ ଚିନ୍ତା କରିବା ଏକ ଅଭ୍ୟାସ , ଯଦି ଆମେ ଏହାକୁ ଅଧିକ ଉତ୍ସାହିତ କରିବା ତେବେ ଏହା ଅଧିକ ଶକ୍ତିଶାଳୀ ହୋଇଯିବ । ଏହାଠାରୁ ମୁକ୍ତି ପାଇବାକୁ ହେଲେ ଆକ୍ରମଣାତ୍ମକ ଭାବରେ ଲଢ଼ି ନୁହେଁ ବରଂ ମନକୁ ଧୀରେ ଧୀରେ ପୁନ ନିର୍ଦ୍ଧେଶ କରି ମୁକ୍ତି ପାଇ ପାରିବା । ଯେପରି ଏକ ଭ୍ରମଣକାରୀ ପିଲାକୁ ସଠିକ୍ ପଥରେ ଫେରାଇ ଆଣିବା । ଯେତେବେଳେ ଏକ ଚିନ୍ତାଧାରା ତୁମ ମନ ଭିତରେ ପ୍ରବେଶ କରୁଛି ସେତେବେଳେ ତାହାକୁ ସ୍ୱୀକାର କର କିନ୍ତୁ ପରେ ଏହାକୁ ଛାଡ଼ିଦିଅ । ଆଉ ନିଜକୁ ପଚାର କଣ ଏହା ପରେ ଖରାପ ପ୍ରଭାବ ପକାଇବ ? ଯଦି ନାହିଁ ତେବେ ଏହାକୁ ରଖି ପାରିବ ।

ଏହାପରେ ଅର୍ଜୁନ ତା ମାମୁଁଙ୍କ ଠାରୁ ମିଳିଥିବା ଶିକ୍ଷାକୁ ପ୍ରତିଦିନ ଅଭ୍ୟାସ କରି ଆତ୍ମବିଶ୍ବାସର ସହିତ ନିଜକୁ ନିୟତ୍ରଣ କରିଥିଲେ ଆଉ ସକାରାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜ ଜୀବନକୁ ଆନନ୍ଦମୟ କରିଥିଲେ ।

Conclusion :

ଅତ୍ୟଧିକ ଚିନ୍ତା କରିବା ପ୍ରାୟତ ଏକ ଦାୟିତ୍ଵ ପୂର୍ଣ୍ଣ କାର୍ଯ୍ୟ ପରି ଅନୁଭବ ହୁଏ , ଆଉ ନିଜକୁ ବିଫଳତା ଏବଂ ଅନିଶ୍ଚିତତାରୁ ରକ୍ଷା କରିବାର ଏକ ଉପାୟ ପରି ମନେ ହୁଏ କିନ୍ତୁ ବାସ୍ତବରେ ଏହା ଏକ ଭାରି ଭାର ଧାରଣ କରିବା ପରି ଯାହା ଦ୍ଵାରା କେବଳ ଆମର ଶକ୍ତି ନଷ୍ଟ ହୋଇଥାଏ ଏବଂ ଆଗକୁ ବଢ଼ିବାକୁ ଦେଇ ନଥାଏ । ଦେଖ ଅସୀମ ସନ୍ଦେହ ଆଉ ଚିନ୍ତାଧାରାକୁ ଛାଡ଼ିବା ଅର୍ଥ ଦୟିତ୍ୱକୁ ଅଣଦେଖା କରିବା ନୁହେଁ , ଏହାର ଅର୍ଥ ହେଉଛି ସନ୍ତୁଳନ ଖୋଜିବା ଏବଂ ମାନସିକ ଭାରକୁ କମାଇ ଶିଖିବା ଯାହା ଆମକୁ ଆଉ ସେବା କରୁ ନାହିଁ । ପରବର୍ତ୍ତୀ ସମୟରେ ଯେତେବେଳେ ତୁମେ ଅତ୍ୟଧିକ ଚିନ୍ତାର ଜାଲରେ ପଡ଼ି ଯାଉଛନ୍ତି ସେତେବେଳେ ସେହି ଚିନ୍ତାର କପ୍ କୁ ତଳେ ପକାଇବାକୁ ଭୁଲନ୍ତୁ ନାହିଁ । ଆଉ ଯାହାକୁ ତୁମେ ନିୟନ୍ତ୍ରଣ କରି ପାରିବ , ତୁମର ଧ୍ୟାନ ସେହିଠାରେ ଦିଅ ଆଉ ଏହି ପ୍ରକ୍ରିୟା ଉପରେ ବିଶ୍ୱାସ କର ତୁମେ ଶାନ୍ତିପୂର୍ଣ୍ଣ ଜୀବନ ବିତାଇ ପାରିବ ।

ତେବେ ଏହା ଥିଲା Odia Story For Stop Overthinking ଆଶା କରୁଛୁ ଆପଣ ମାନଙ୍କୁ ଭଲ ଲାଗିଥିବ । ଯଦି ଭଲ ଲାଗିଲା ତେବେ ଏହାକୁ ନିଜ ସାଙ୍ଗ ମାନଙ୍କ ସହିତ share କରନ୍ତୁ ।

Visit Our Homepage.

Spread the love

Leave a comment