ଜୀବନ ଏକ ଏମିତି ଚଲାପଥ ଯେଉଁଠି କେବେ ଖରା ତ କେବେ ପୁଣି ଛାଇ । ତଥାପି ଉଠି ପଡି ଚାଲିବାକୁ ହୁଏ ଆଗକୁ ବଢିବା ପାଇଁ । ଜୀବନରେ ବେଳେବେଳେ ହାରିଯିବା ପରେ ଆମର ମନ ଭାଙ୍ଗି ଯାଇଥାଏ ପୁଣି ଥରେ କାର୍ଯ୍ୟ କରିବାକୁ ମନ ହେଇ ନଥାଏ କାରଣ ଏହା ସରଳ ପଥ ନୁହେଁ , ଏହା ବହୁତ ଚ୍ୟାଲେଞ୍ଜ ଆଉ ସଂଘର୍ଷରେ ପରିପୂର୍ଣ୍ଣ ଯାତ୍ରା । ତେଣୁ ଆମେ ଏକ କାହାଣୀ How To Stay Motivated in Tough Time ନେଇକି ଆସିଛୁ ଯାହା ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବ ।
କାହାଣୀ :
How To Stay Motivated in Tough Time : ରିନା ଏକ ସାଧାରଣ ପରିବାରର ଝିଅ ଥିଲା ଆଉ ସେ ଏକ ଏଜେନ୍ସିରେ କାମ କରୁଥିଲା । ସେ ତାର ଭବିଷ୍ୟତକୁ ନେଇ ବହୁତ କିଛି ସ୍ବପ୍ନ ଦେଖିଥିଲା ହେଲେ ଯେତେବେଳେ ରିନା ସେଇ ବ୍ୟସ୍ତବହୁଳ ବିଜ୍ଞାପନ ଅଜେନ୍ସୀ ରେ ଚାକିରି ହରାଇଲା ,ସେତେବେଳେ ତାକୁ ଲାଗିଲା ଯେପରି ତା ଦୁନିଆଁ ଭାଙ୍ଗି ଯାଇଛି । ଏକ ମାସ ପୂର୍ବରୁ , ସେ ନିଜ କ୍ୟାରିୟର ର ଶିଖରରେ ଥିଲା , ଉଚ୍ଚ ପ୍ରୋଫାଇଲ୍ ପ୍ରୋଜେକ୍ଟ ଗୁଡ଼ିକ ପରିଚାଳନା କରୁଥିଲା ଏବଂ ବହୁତ୍ କର୍ମଚାରୀ ତା ତଳେ କାମ କରୁଥିଲେ । ହେଲେ ଆଜି ତାହା ପୁରା ବଦଳି ଯାଇଛି , ବଜାରରେ ହଠାତ୍ ପରିବର୍ତ୍ତନ ହେବା ସହିତ କମ୍ପାନୀ ଧିରେ ଧିରେ ହ୍ରାସ ପାଇବା ଯୋଗୁଁ ତାର ସବୁ ସ୍ବପ୍ନ ଧୂଳିସାତ ହୋଇଗଲା ତେଣୁ ସେ ଚାକିରି ଛାଡ଼ିଦେଇ ଘରକୁ ଚାଲିଗଲା । ସେ ପୁରା ହତାଶ ହୋଇ ଯାଇଥିଲା ।
ତାର ଭବିଷ୍ୟତ ଅନ୍ଧାର ହେବାକୁ ଲାଗିଲା । ସେ ସୋସିଆଲ ମିଡ଼ିଆ ମାଧ୍ୟମରେ ସ୍କ୍ରୋଲ କରି ଅନ୍ୟମାନେ ଜୀବନରେ ଆଗକୁ ବଢିବାର ଦେଖୁଥାଏ ଆଉ ଈର୍ଷାର ଯନ୍ତ୍ରଣା ଅନୁଭବ କରି , ସକାଳୁ ସନ୍ଧ୍ୟା ଯାଏ ଭାବି ଭାବି ଶଯ୍ୟାରେ ଦିନ କାଟି ଦେଉଥାଏ । ସେତେବେଳେ ତାକୁ ଲାଗୁଥାଏ ତା ସାଥିରେ ହିଁ ଏମିତି ଖରାପ ହେଉଛି କାରଣ ତାର ସବୁ ସାଥୀ ସଫଳ ଭାବରେ ଜୀବନ ଅତିବାହିତ କରୁଥିଲେ , କେହି ନୂଆ ବ୍ୟବସାୟ କରି ସଫଳ ହୋଇ ଯାଇ ଥିଲେ ତ କେହି ପଦୋନ୍ନତି ପାଇଥିଲେ ଆଉ କେହି ବିଦେଶରେ ଚାକିରି ପାଇଥିଲେ ।
ଏମିତି କିଛି ଦିନ ବିତିଗଲା ପରେ ଗୋଟିଏ ଅପରାହ୍ନ ସମୟରେ , ରିନା ପୁରୁଣା ଜିନିଷ ଗୁଡ଼ିକୁ ଖୋଜୁଥିବା ସମୟରେ ଏକ ବହୁତ୍ ପୁରୁଣା ପତ୍ରିକା ଉପରେ ତାର ନଜର ପଡିଯାଏ । ପତ୍ରିକାର ପ୍ରଥମ ପୃଷ୍ଠାରେ କିଛି ଶବ୍ଦ ଲେଖା ଥିଲା । ” ଯେ ପର୍ଯ୍ୟନ୍ତ ତୁମେ ପରିଶ୍ରମ କରିବା ବନ୍ଦ କରି ନାହଁ , ସେପର୍ଯ୍ୟନ୍ତ କିଛି ଫରକ ପଡିବ ନାହିଁ ତମେ କେତେଥର ହାରୁଛ ” । ଏହି ଶବ୍ଦ ଗୁଡ଼ିକ ସାଧାରଣ ଥିଲେ ମଧ୍ୟ ଗଭୀର ଅର୍ଥ ପ୍ରକାଶ କରୁଥିଲା । ତେଣୁ ତା ଭିତରେ ମଧ୍ୟ ଏହା ଗଭୀର ପ୍ରଭାବ ପଡ଼ିଥିଲା , ବହୁଦିନ ପରେ ପ୍ରଥମ ଥର ପାଇଁ ସେ ଆଶାର ଆଲୋକ ଅନୁଭବ କରିଥିଲା ।
ଏହାପରେ ରିନା ନୂଆ କରି କାମ ଆରମ୍ଭ କରିବା ପାଇଁ ସ୍ଥିର କରିଥିଲା । ତେଣୁ ଆରଦିନ ସକାଳୁ ଶଯ୍ୟାରେ ପଡ଼ି ରହିବା ପରିବର୍ତ୍ତେ ପୁଣି ଥରେ କାମ ଆରମ୍ଭ କଲା । ଏହା ସହଜ ନଥିଲା, ତା ଭିତରେ ସନ୍ଦେହ ଆଉ ଭୟରେ ପରିପୂର୍ଣ୍ଣ ଥିଲା । କିନ୍ତୁ ପଦକ୍ଷେପ ନେବା ପରେ ସେ ଟିକିଏ ଶକ୍ତିଶାଳୀ ହେବାକୁ ଲାଗିଲା ଆଉ ଏହା ଧୀରେ ଧିରେ ଅଭ୍ୟାସରେ ପରିଣତ ହୋଇଗଲା । ସେ ହୃଦୟଙ୍ଗମ କଲା ଯେ ଯେତେବେଳେ ନିଜ ପରିସ୍ଥିତିକୁ ନିୟନ୍ତ୍ରଣ କରିପରେ ନାହିଁ , ସେତେବେଳେ ସେ ନିଜ କାର୍ଯ୍ୟକୁ ନିୟନ୍ତ୍ରଣ କରିପାରେ , ଗୋଟିଏ ଥରରେ ଗୋଟିଏ ଛୋଟ ପଦକ୍ଷେପ ।
ତେଣୁ ନୂଆ ଚାକିରି ପାଇଁ ରୀନା ପୁଣିଥରେ ତାର ପତ୍ରିକାକୁ ପୁନ ସମୀକ୍ଷା କରିବା ଆରମ୍ଭ କଲା , ପ୍ରତ୍ୟେକ ଦିନ କିଛି କିଛି ସରଳ ଲକ୍ଷ୍ୟ ସ୍ଥିର କରିଥିଲା । ଯେପରିକି ରିସର୍ଚ୍ଚ କରିବା , ସଫଳ ଲୋକଙ୍କ ବିଷୟରେ ଜାଣିବା । ଏମିତି ଧିରେ ଧିରେ ତାର ଆତ୍ମବିଶ୍ବାସ ଫେରିବାକୁ ଲାଗିଲା ।
ଦେଖୁ ଦେଖୁ କିଛି ମାସ ବିତିଗଲା ରିନା ଏକ ଇଭେଣ୍ଟ ରେ ଯୋଗ ଦେଇଥିଲା । ସେଠାରେ ସେ ନିଜ କାହାଣୀ ବିଷୟରେ ଖୋଲା ଖୋଲି ଭାବରେ ସେୟାର କରିଥିଲା ଯେ ସେ କେମିତି ବହୁତ ଚ୍ୟାଲେଞ୍ଜର ସମ୍ମୁଖିନ ହୋଇ ଥିଲା , ଭବିଷ୍ୟତ ଅନ୍ଧାର ହୋଇଯିବା ଭୟରେ କେମିତି ସେ ନିଜର ଆତ୍ମବିଶ୍ବାସ ହରେଇ ବସିଥିଲା ଆଉ କିପରି ପୁନର୍ବାର ପାଦ ପକାଇବାକୁ ଚେଷ୍ଟା କରୁଛି ସେ ବିଷୟରେ କହିଥିଲା ।
ଆଶ୍ଚର୍ଯ୍ୟର କଥା , ଇଭେଣ୍ଟ ଶେଷ ହେବା ପରେ ଅନେକ ଲୋକ ତାର ଆତ୍ମବିଶ୍ବାସ ଆଉ ନମନୀୟତାକୁ ଦେଖି ବହୁତ୍ ପ୍ରଂଶସା କରିଥିଲେ ଆଉ ସମ୍ଭାବ୍ୟ ଚାକିରି ସୁଯୋଗ ସହିତ ହାତ ମଧ୍ୟ ମିଳାଇ ଥିଲେ ।
ଯଦିଓ ଯାତ୍ରା ସହଜ ନଥିଲା ତଥାପି ତାର ଜିଦ୍ ଫଳପ୍ରଦ ହୋଇଥିଲା । ଶେଷରେ ଏକ କମ୍ପାନୀରେ ତାକୁ କାମ ମିଳିଯାଇ ଥିଲା , ଯେଉଁଠାରେ ତାର ଦକ୍ଷତା ଆଉ ଅଭିଜ୍ଞତାକୁ ପୂର୍ବ ତୁଳନାରେ ଅଧିକ ପ୍ରଂଶସା କରାଯାଉଥିଲା । ହେଲେ ତା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନଥିଲା ନୂତନ କାର୍ଯ୍ୟ ମିଳିବା , ଗୁରୁତ୍ଵପର୍ଣ୍ଣ ଥିଲା ନିଜ ଭିତରେ ଅନୁଭବ କରିଥିବା ଆତ୍ମବିଶ୍ବାସ ଆଉ ଆଗକୁ ବଢିବାର ନୂଆ ଅନୁଭୂତି । ସେ ଶିଖିଥିଲା ଯେ କଠିନ ସମୟରେ ପ୍ରେରଣା ସବୁବେଳେ ହଠାତ୍ ଶକ୍ତିଶାଳୀ ହୋଇ ଆସି ନଥାଏ , ଏହା ଛୋଟ , ସ୍ଥିର କାର୍ଯ୍ୟ ଆଉ ଅନିଶ୍ଚିତତା ସତ୍ତ୍ବେ ଆଗକୁ ବଢିବାର ଇଚ୍ଛା ଦ୍ବାରା ଆସିଥାଏ , ଯାହା ସମସ୍ତଙ୍କୁ ପାର୍ଥକ୍ୟ କରିଥାଏ ।
ବର୍ତ୍ତମାନ ଯେତେବେଳେ ବି ସେ ନୂତନ ଚ୍ୟାଲେଞ୍ଜ ସହିତ ସମ୍ମୁଖିନ ହେଉଥିଲା ସେତେବେଳ ସେ ଧର୍ଯ୍ୟ ଆଉ ଆତ୍ମବିଶ୍ବାସ ସହିତ ତାକୁ ସାମ୍ନା କରୁଥିଲା । ସେ ଜାଣିଥିଲା ଯେ ରାସ୍ତାରେ ମିଳୁଥିବା ପ୍ରତ୍ୟେକ ଚ୍ୟାଲେଞ୍ଜ , ଅଧିକ ଶକ୍ତିଶାଳୀ ଆଉ ବୁଦ୍ଧିମାନ ହେବାର ଏକ ସୁଯୋଗ ନେଇ ଆସିଥାଏ । ତେଣୁ ସେ ଜୀବନରେ ବହୁତ ସଫଳତା ହାସଲ କରିଥିଲା ଆଉ ତାର ଜୀବନ ଆନନ୍ଦମୟ ଭାବରେ କଟିଥିଲା ।
ଶିକ୍ଷା :
ଏହି କାହାଣୀରୁ ଆମକୁ ଶିକ୍ଷା ମିଳିଥାଏ ଯେ ଜୀବନରେ ହାରିଯିବା ପରେ ଏହା ଭାବି ବସି ପଡ଼ିବା ଭୁଲ ଯେ ସବୁ ଶେଷ ହେଇଗଲା ଏବେ ସଫଳ ହେବା ଅସମ୍ଭବ । ଦେଖ ହାରି ଯିବା ମାନେ ଏହା ନୁହେଁ ସବୁ ଶେଷ ହୋଇଗଲା ଏହା ମାନେ ଜୀବନକୁ ନୂଆ ରୂପରେ ଆରମ୍ଭ କରିବା । ଏ ଜୀବନ ଏକ ଏମିତି ଚଲାପଥ ଯେଉଁଠି କେବେ ଖରା ତ କେବେ ପୁଣି ଛାଇ । ତଥାପି ଉଠି ପଡି ଚାଲିବାକୁ ହୁଏ ଆଗକୁ ବଢିବା ପାଇଁ । ତେଣୁ ଯଦି ହାରି ଯାଉଛ ତେବେ ନୂଆ ମନରେ ଧର୍ଯ୍ୟ ଆଉ ଆତ୍ମବିଶ୍ବାସ ସହିତ ପ୍ରତ୍ୟେକ ଚ୍ୟାଲେଞ୍ଜକୁ ସାମ୍ନା କର ସଫଳତା ନିହାତି ମିଳିବ ।
ତେବେ ଏହା ଥିଲା କାହାଣୀ How To Stay Motivated in Tough Time ଆଶା କରୁଛୁ ଆପଣ ମାନଙ୍କୁ ଭଲ ଲାଗିଥିବ । ଯଦି ଭଲ ଲାଗିଲା ତେବେ ଏହାକୁ ନିଜ ସାଙ୍ଗ ମାନଙ୍କ ସହିତ share କରନ୍ତୁ । ଆଉ ଏହାକୁ ମଧ୍ୟ ପଢ଼ନ୍ତୁ Life Changing Motivational Story.