Best Odia Story for Taking Risks in Life

ସଫଳତା ଏକ ସରଳ ପଥ ନୁହେଁ , ଏହା ବହୁତ ଚ୍ୟାଲେଞ୍ଜ ଆଉ କଠିନ ପରିଶ୍ରମରେ ପରିପୂର୍ଣ୍ଣ ଯାତ୍ରା । ଆଉ ମଧ୍ୟ ସଫଳତା କେବଳ ଭାଗ୍ୟ ବା ପ୍ରତିଭା ଦ୍ବାରା ମିଳି ନଥାଏ , ନିଷ୍ଠା , ସ୍ଥିରତା , ଆଉ ଆଗକୁ ବଢ଼ିବାର ସାହସ ମଧ୍ୟ ଦରକାର ହୋଇଥାଏ । ତେଣୁ ଏହି ପଥରେ ଚାଲିବାକୁ ବହୁତ ଲୋକ ଡରି ଯାଆନ୍ତି । ରିସ୍କ ନିଅନ୍ତି ନାହିଁ ତେଣୁ ଆମେ Best Odia Story for Taking Risks in Life ନେଇକି ଆସିଛୁ ଯାହା ମନରୁ ଡରକୁ ଦୂର କରିବାରେ ସାହାଯ୍ୟ କରିବ ।

Best Odia Story for Taking Risks in Life
Odia Story

ଏକ ଛୋଟ ଗ୍ରାମରେ ଦୀପକ ନାମକ ଜଣେ ଯୁବକ ରହୁଥିଲା । ସେ ଏକ ସାମାନ୍ୟ ପରିବାରର ଥିଲା , ଯେଉଁଠାରେ ଲୋକ କେବଳ ସୁରକ୍ଷିତ ଜୀବନ ବିତେଇବାରେ ବିଶ୍ୱାସ କରୁଥିଲେ । ଦୀପକର ସ୍ବପ୍ନ ଥିଲା ଯେ ଏକ ବଡ ବିଜନେସମ୍ୟାନ ହେବା ଆଉ ଦୁନିଆଁରେ ନିଜର ନାଁ କରିବା । ହେଲେ ତାର ମା,ବାପା ଆଉ ଗାଁର ଲୋକ ଏହି କଥା ବୁଝାଉଥିଲେ ଯେ ” ସବୁଠୁ ସୁରକ୍ଷିତ ଚାକିରୀ କରିବା ” । ବିଜନେସ କରିବାରେ ବହୁତ କଷ୍ଟ ।

ଏହାପରେ ସେଇମାନଙ୍କ କଥା ଠିକ୍ ବୋଲି  ଦୀପକକୁ ମଧ୍ୟ ଧିରେ ଧୀରେ ବିଶ୍ୱାସ ହେବାକୁ ଲାଗିଲା । ସେ ନିଜର ପାଠପଢ଼ା ଶେଷ କରି ଏକ ସରକାରୀ ଚାକିରୀ ପାଇଁ ଆବେଦନ କରିବା ଆରମ୍ଭ କଲା । ହେଲେ ତା ମନ ଭିତରେ ସବୁବେଳେ ତାକୁ ଲାଗୁଥିଲା ଯେ କିଛି ବଡ ହାସିଲ କରିବାର ଅଛି ।

Read also : How to stay Motivated ( Gautam Buddha Story )

ଏମିତି ତା ମନ ଭିତରେ ଏକ ବଡ ଲକ୍ଷ୍ୟ ତ ଥିଲା ହେଲେ ତାକୁ ପୁରା କରିବାକୁ ସାହାସ କରିପାରୁ ନଥିଲା । ଯେବେବି ତା ସାଙ୍ଗମାନେ ଏକ ବିଜନେସ ଆରମ୍ଭ କରିବା ପାଇଁ କହୁଥିଲେ , ସେତେବେଳେ ସେ ବହୁତ ଉତ୍ସାହିତ ହୋଇ ଯାଉଥିଲା ହେଲେ ହାରି ଯିବାର ଡର ଯୋଗୁଁ କେବେ ସାହାସ କରି ପାରୁ ନଥିଲା ।

ଦିନେ ଦୀପକ, ନିଜ ଗାଁ ପାଖରେ ଥିବା ଏକ ପୁରାତନ ମନ୍ଦିରକୁ ବୁଲିବାକୁ ଯାଇଥିଲା । ସେଠାରେ ତାର ସାକ୍ଷାତ୍ ଜଣେ ବୃଦ୍ଧ ଲୋକ ସହିତ ହେଲା । ବୃଦ୍ଧ ଲୋକଟି ସହରର ଜଣେ ଜଣାଶୁଣା ବିଜନେସ ମ୍ୟାନ ଥିଲା ଆଉ ସେ ତା ଜୀବନରେ ବହୁତ ପ୍ରକାର ବିଜନେସ କରିଥିଲା । ତେଣୁ ସେ ସହରରେ ହିଁ ରହୁଥିଲା କିନ୍ତୁ ଏବେ ସେ ଗାଁକୁ ଫେରି ଆସିଥିଲା ।

ଦୀପକ ସେହି ଲୋକଟିକୁ ଜାଣିଥିଲା ତେଣୁ ପାଖକୁ ଯାଇ , ନିଜ ବିଷୟରେ ସବୁକିଛି କହେ ଆଉ ନିଜ ଡର ବିଷୟରେ ମଧ୍ୟ କହେ ଯେ .. ଯଦି ମୁଁ ହାରିଯିବି ? ଆଉ ଯଦି ମୋର ମଜା ଉଡା ଯାଏ ତେବେ କଣ କରିବି ?

ବୃଦ୍ଧ ଲୋକଟି କହେ , ଦେଖ ପୁଅ ତୁମେ ତ ଜାଣିଥିବ ମୁଁ ମୋର ଜୀବନରେ ୧୦ ରୁ ଅଧିକ ବିଜନେସ ଆରମ୍ଭ କରିଥିଲି ଆଉ ସେଥିରୁ ୮ ଟି ବିଜନେସ ତ ପୁରା ଫେଲ ହୋଇ ଯାଇଥିଲା । ସେତେବେଳେ ପରିବାର ଠାରୁ ବହୁତ ଗାଳି ଶୁଣିଥିଲି ଆଉ ବହୁତ ଲୋକ ମଧ୍ୟ ମୋର ମଜା ଉଡ଼େଇ ଥିଲେ ।
ଦୀପକ ଆଶ୍ଚର୍ଯ୍ୟ ହୋଇ କହେ .. ” ତେବେବି ତୁମେ କେବେ ହାର ମାନି ନଥିଲ ? “

ବୃଦ୍ଧ ଲୋକଟି କହେ .. ” ଯଦି ମୁଁ ଡରି ଯାଇ ଥାଆନ୍ତି , ତେବେ ଯୋଉ ଦୁଇଟି ବିଜନେସ ସଫଳ ହୋଇଛି ତାହା କେବେ ଆରମ୍ଭ ହିଁ କରି ପାରି ନଥାନ୍ତି ” । ପ୍ରତ୍ୟେକ ଅସଫଳତା ପଛରେ ଏକ ଶିକ୍ଷା ରହିଥାଏ , ହାର ନାହିଁ ।
ଦେଖ ବିଜନେସ ଆରମ୍ଭ କରିବା ପାଇଁ ହେଲେ ସମୟର ମୂଲ୍ୟକୁ ବୁଝିବାକୁ ପଡ଼ିବ ଆଉ ଟଙ୍କା ଭଲ କାମରେ ଲଗାଇବା ଜାଣିବା ଦରକାର । ଫାଲତୁ କଥାରେ ସମୟ ନଷ୍ଟ ନକରିବା ଦରକାର । ଆଉ ଧାତୁ କୁ ପିଟି ପିଟି ବାସନ ଗଢ଼ିବା ବ୍ୟକ୍ତିକୁ ବିଲେଇର ଖଟ ଖଟ ଶବ୍ଦରେ କିଛି ଫରକ୍ ନପଡ଼ିବା ଦରକାର ।

ଏହି କଥା ଦୀପକର ମନକୁ ଛୁଇଁ ଗଲା ଆଉ ତାର ଆତ୍ମବିଶ୍ବାସ ଧିରେ ଧିରେ ବଢ଼ିବାକୁ ଲାଗିଲା । ସେ ଭାବିଲା କି ” ମତେ କିଛି ବଡ ହାସିଲ କରିବାକୁ ହେଲେ , ମତେ ବି ଡରକୁ ହରେଇବାକୁ ପଡ଼ିବ ” ।

ଏହାପରେ ପ୍ରତିଜ୍ଞା କରେ ଯେ ସେ ଏବେ କିଛି ନୂଆ କରିକି ଦେଖେଇବ । ଆଉ ସେ ନିଜ ନିଜର ସାଙ୍ଗ ସହିତ ମିଶି ଏକ ହସ୍ତଶିଳ୍ପ ବ୍ୟାପାର ଆରମ୍ଭ କରିବା ପାଇଁ ଯୋଜନା କଲେ । ତା ଗାଁରେ ବହୁତ ହସ୍ତଶିଳ୍ପ ଥିଲେ ହେଲେ ସେମାନଙ୍କୁ ଭଲ ଦାମ ମିଳୁନଥିଲା । ଦୀପକ ରଖିଥିବା କିଛି ଟଙ୍କା ଲଗେଇ ଗାଁ କାରିଗର ଠାରୁ ଉତ୍ପାଦ କିଣିଲା ଆଉ ତାକୁ ନେଇ ସହରରେ ବିକିବାକୁ ଲାଗିଲା ।

ଆରମ୍ଭରେ ତାକୁ କିଛି ଖାସ୍ ସଫଳତା ମିଳିପାରି ନଥିଲା କିନ୍ତୁ ସେ ହାର ମାନିଲା ନାହିଁ । ସେ ନୂଆ ରଣନୀତି ଆପଣେଇ ଧିରେ ଧିରେ ଗ୍ରାହକଙ୍କୁ ଆକର୍ଷିତ କରିବାରେ ଲାଗିଲା । ଏମିତି କିଛି ମାସ ବିତିଯିବା ପରେ ଦୀପକର ବ୍ୟାପାର ବଢ଼ିବାକୁ ଲାଗିଲା , ଏଥିରେ କାରିଗର ମାନଙ୍କୁ ମଧ୍ୟ ଭଲ ଲାଭ ମିଳୁଥିଲା ।

ହେଲେ ଏକ ନୂଆ ସମସ୍ୟା ଆସିଲା , ସହରର ବଡ ବଡ ବ୍ୟାପାରୀ ତାର ବିଜନେସକୁ ରୋକିବା ପାଇଁ ଚେଷ୍ଟା କଲେ । ତା ସହିତ କାମ କରୁଥିବା କାରିଗର ମାନଙ୍କୁ ଅଧିକ ଟଙ୍କାର ଲୋଭ ଦେଖାଇ ନିଜ ଆଡ଼କୁ କରିଦେଲେ ।

ଏହାପରେ ଦୀପକ ପାଖରେ ଦୁଇଟି ରାସ୍ତା ଥିଲା .. ଡରିଯାଇ ବିଜନେସ ବନ୍ଦ କରିଦେବା ନହେଲେ ନୂଆ ରଣନୀତି ଆପଣେଇ ସମସ୍ୟାର ସାମ୍ନା କରିବା । ଦୀପକ ଦ୍ୱିତୀୟ ରାସ୍ତାଟି ବାଛିଲା । ସେ କାରୀଗରଙ୍କୁ ଭଲ ସୁବିଧା , ତାଲିମ ଆଉ ଅଧିକ ଲାଭ ଦେବା ଆରମ୍ଭ କଲା । କାରୀଗର ମାନେ ମଧ୍ୟ ବୁଝିଗଲେ ଯେ ସେ ଆମ ହିତରେ ହିଁ କାମ କରୁଛି , ତେଣୁ ପୁଣି ଥରେ ତା ପାଖକୁ ଫେରି ଆସିଲେ ।

ଏମିତି କିଛି ବର୍ଷ ବିତିଗଲା ଦୀପକ ଧିରେ ଧିରେ ତାର ବିଜନେସ ବଢ଼ାଇବାକୁ ଲାଗିଲା । ଗାଆଁରୁ ସହର  ସହରରୁ ସହର , ଏମିତି କରି ପୁରା ଦେଶରେ ତାର ବିଜନେସ ସଫଳ ଭାବରେ ଚାଲିଲା ।

ଦୀପକ କେବଳ ନିଜର ଗାଁର ନୁହେଁ ପୁରା ଦେଶର ଜଣେ ସଫଳ ବ୍ୟବସାୟୀ ହୋଇ ଯାଇଥିଲା । ଯେବେ କେହି ତାକୁ ପଚାରୁଥିଲେ ଯେ ” ତମେ ଏସବୁ କେମିତି କଲ ? ” , ସେତେବେଳେ ସେ ଗୋଟିଏ କଥା  କହୁଥିଲା ” ଯଦି ମୁଁ ଡରିଯାଇ ପ୍ରଥମ ପାଦ ଆଗକୁ ବଢ଼ାଇ ନଥାନ୍ତି , ତେବେ ମୁଁ ଆଜି ଏଠାରେ ନଥାନ୍ତି ।”  , ପୂର୍ବେ ଯେଉଁମାନେ ତାକୁ ଅସଫଳତାର ଡର ଯୋଗୁଁ ବିଜନେସ କରିବା ପାଇଁ ମନା କରୁଥିଲେ ସେମାନେ ଏବେ ତାର ଗୁଣ ଗାଉଥିଲେ ।

ଦୀପକ ଯଦି ହାର ମାନି ଯାଇଥାନ୍ତା ତେବେ ସେ ଆଜି ମଧ୍ୟ ସରକାରୀ ଚାକିରୀ ପାଇଁ ପ୍ରସ୍ତୁତି କରୁଥାନ୍ତା । କିନ୍ତୁ ସେ ରିସ୍କ ନେଇ ନିଜର ସ୍ବପ୍ନକୁ ସାକାର କରି ପାରିଥିଲା । ତେଣୁ ଯଦି ତୁମେ ମଧ୍ୟ କିଛି ବଡ ହାସିଲ ଚାହୁଁଛ ତେବେ ପ୍ରଥମେ ମନ ଭିତରୁ ଡରକୁ ଦୂର କର । ରିସ୍କ ନେବାପାଇଁ ଡର ନାହିଁ କାରଣ ପ୍ରତ୍ୟେକ ଅସଫଳତା ପଛରେ ଏକ ଅନୁଭବ ରହିଥାଏ । ଯିଏ ରିସ୍କ ନେଇ ନଥାଏ ସେ କେବେ ଲକ୍ଷ୍ୟର ଉଚ୍ଚ ପର୍ଯ୍ୟନ୍ତ ପହଞ୍ଚି ପାରି ନଥାଏ । ଡର କେବଳ ଏକ ଭ୍ରମ ହୋଇଥାଏ , ତମେ ଯଦି ପରିଶ୍ରମ କରିବ ତେବେ ସଫଳ ନିହାତି ହେବ ।

ତେବେ ଏହା ଥିଲା Best Odia Story for Taking Risks in Life  ଯଦି ଆପଣଙ୍କୁ ଭଲ ଲାଗିଲା ତେବେ କମେଣ୍ଟ୍ ଆଉ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ ଆଉ ଏହାକୁ ମଧ୍ୟ ପଢ଼ନ୍ତୁ Gautam Buddha Story in Odia .

କଠିନ ସମୟରେ ଆପଣଙ୍କୁ କ’ଣ ପ୍ରେରଣା ଦିଏ ? ନିମ୍ନରେ ଦିଆ ଯାଇଥିବା ମନ୍ତବ୍ୟରେ ଆପଣଙ୍କ ଚିନ୍ତାଧାରାକୁ ତଳେ କମେଣ୍ଟ କରନ୍ତୁ ଏବଂ ଚାଲନ୍ତୁ ପରସ୍ପରକୁ ପ୍ରେରଣା ଦେବା ସଫଳତାର ପଥରେ ଚାଲିବାକୁ ।

Spread the love

Leave a comment