ନମସ୍କାର ସାଙ୍ଗମାନେ ଆଜି ଆମେ ଆପଣଙ୍କ ପାଇଁ Odia Quotes Text ନେଇକି ଆସିଛୁ ଯାହା ପ୍ରେରଣା ଦେବ ସଫଳତା ହାସିଲ କରିବା ପାଇଁ । ଦେଖ ଜୀବନ ଏକ ଯାତ୍ରା , ଏହି ପଥରେ ଚାଲିବା ବହୁତ୍ କଷ୍ଟ ଦାୟକ ହୋଇଥାଏ ,ବହୁତ୍ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ବେଳେ ବେଳେ ତ ବହୁତ୍ କଠିନ ପରିଶ୍ରମ କଲା ପରେ ମଧ୍ୟ ଆମକୁ ସଫଳତା ମିଳି ନ ଥାଏ, ଆଉ ଆମେ ନିରାଶ ହୋଇ ଯାଆନ୍ତି । ଦେଖ ପରିସ୍ଥିତି ଯେତେବି ବିପରୀତ ହେଉ ନା କାହିଁକି, ଯେତେ ସମସ୍ୟା ଆସୁ ନା କାହିଁକି , ତା ସହିତ ପଢ଼ିବା ପାଇଁ ସମସ୍ତଙ୍କ ଭିତରେ ଶକ୍ତି ରହିଛି । ବାସ ସେହି ଶକ୍ତିକୁ ଉଜାଗର କରିବାର ଅଛି । ଏଠାରେ ଦିଆ ଯାଇଥିବା କୋଟସ ପଢ଼ନ୍ତୁ ଆପଣଙ୍କ ଜୀବନରେ ନୂଆ ଉର୍ଯା ଆଉ ଆତ୍ମବିଶ୍ବାସ ଭରିଦେବ ।
Odia Quotes on Life Lessons
ଜୀବନରେ ଆଗକୁ ବଢିବାର ସର୍ବୋତ୍ତମ ଉପାୟ ହେଉଛି ଶିକ୍ଷା ଜାରି ରଖିବା ।
ତୁମର ଭବିଷ୍ୟ ଏହା ଉପରେ ନିର୍ଭର କରି ଥାଏ ଯେ ଆଜି ତୁମେ କଣ କରୁଛ ।
କେହି ଖୁସିରେ ଅଛି ଏହାମାନେ ନୁହେଁ ଯେ ସବୁକିଛି ଠିକ୍ ଅଛି
ଏହାମାନେ ହେଉଛି ସେ ଦୁଃଖ ସହିତ ଜିଇଁବା ଶିଖି ଯାଇଛି ।
କର୍ମ ଯେମିତି ହେଉନା କାହିଁ
ଯେବେ ଯାଏ ତମେ କର୍ମକୁ ସମ୍ମାନ କରିନାହିଁ
ସେତେବେଳେ ଯାଏ ଜୀବନରେ ସଫଳତା ପାଇପାରିବ ନାହିଁ ।
ଯାହା ହାସଲ କରିଛନ୍ତି ତାହା ଦ୍ବାରା ସଫଳତା ମାପ କରାଯାଏ ନାହିଁ
ହେଲେ କରିଥିବା ପ୍ରତ୍ୟେକ ଚ୍ୟାଲେଞ୍ଜ ଆଉ ରାସ୍ତାରେ ଶିଖିଥିବା ଜ୍ଞାନ ଦ୍ବାରା ମପା ଯାଇ ପାରିବ ।
ଭରସା ଏକ ଜୀବନ୍ତ ଶବ୍ଦ
ଯାହା ଅନ୍ଧାରରେ ଦୀପ ପରି ଉଜ୍ବଳ କରିଥାଏ ।
ଯେବେ ତମେ ନିଜ ପାନିଭାର ନିଜେ ବୋହିବ
ସେତେବେଳେ ତୁମେ ପ୍ରତି ବୁନ୍ଦା ପାଣିର ମୂଲ୍ୟ ବୁଝି ପାରିବ ।
ସଫଳତାର ମଞ୍ଜି ଲଗେଇବା ପାଇଁ ସବୁଠୁ ଭଲ ସମୟ ହେଉଛି ଅସଫଳତାର ଋତୁ ।
ପଢ଼ିବା କେବଳ ଶବ୍ଦର ବ୍ୟବହାର ନୁହେଁ
ଏହା ଅସଂଖ୍ୟ ଦୁନିଆକୁ ଯାତ୍ରା
ବିଭିନ୍ନ ଦୃଷ୍ଟି କୋଣର ଅନୁସନ୍ଧାନ
ଏବଂ ସାଧାରଣ ପୃଷ୍ଠାରେ ଅସାଧାରଣ ଆବିସ୍କାର।
ସଫଳତା ଅପେକ୍ଷା କଲେ ମିଳି ନଥାଏ
ଏଥିପାଇଁ କଠିନ ପରିଶ୍ରମ ଆଉ ଲଗାତାର ପ୍ରୟାସ କରିବାକୁ ପଡ଼ିଥାଏ ।
ଜୀବନରେ ସବୁ ସମୟ କିଛି ଖାସ ଘଟି ନ ଥାଏ
ଫୁଲର ମହକ ସବୁବେଳେ ପାଖକୁ ଆସି ନଥାଏ
ନିଜକୁ ସଫଳ କରିବାକୁ ହେଲେ ନିଜେ ଏକୁଟିଆ ସବୁକିଛି କରିବାକୁ ପଡ଼ିଥାଏ
ସଫଳତା ନିଜେ କେବେହେଲେ ପାଖକୁ ଆସି ନଥାଏ ।
ଆମର ସବୁଠୁ ବଡ ଦୁର୍ବଳତା ଅଧାରେ ହାର ମାନିଯିବା
ସଫଳ ହେବାର ସବୁଠୁ ଭଲ ଉପାୟ ସବୁବେଳେ ଆଉ ଗୋଟିଏ ଥର ପ୍ରୟାସ କରିବା ।
ଆଜି ଆପଣ ଯେତିକି ଶିଖିବେ ଆସନ୍ତାକାଲି ତୁମର ଭବିଷ୍ୟତ ସେତିକି ଉଜ୍ଜ୍ବଳ ହେବ ।
ଝଡ଼ି ଯାଇଥିବା ପତ୍ର ପୁଣିଥରେ ଗଛକୁ ଫେରି ପାରେନାହିଁ
ଆଉ ବିତି ଯାଇଥିବା ସମୟ କେବେ ଫେରି ଆସେ ନାହିଁ
ତେଣୁ ଅତୀତ ବିଷୟରେ ଚିନ୍ତା କରି ସମୟ ଅଯଥା ନଷ୍ଟ କରନାହିଁ ।
ମନୁଷ୍ୟ ନିଜ ବିଶ୍ୱାସ ଦ୍ବାରା ନିର୍ମିତ ହୋଇଥାଏ
ଯାହା ସେ ବିଶ୍ୱାସ କରିଥାଏ ସେମିତି ସେ ହୋଇଥାଏ ।
ଜୀବନର ସବୁଠୁ ବଡ଼ ଶିକ୍ଷା ଅନେକ ସମୟରେ କଷ୍ଟର ମୁହୂର୍ତ୍ତରୁ ଆସିଥାଏ
ଆଉ ଏହି ସଂଘର୍ଷ ମାଧ୍ୟମରେ ହିଁ ଆମ ଭିତରେ ଥିବା ଶକ୍ତିକୁ ବୁଝି ପାରିଥାଉ ।
ଆତ୍ମବିଶ୍ବାସ ଏବଂ କଠିନ ପରିଶ୍ରମ
ଅସଫଳତା ନାମକ ରୋଗ ପାଇଁ ସବୁଠୁ ଭଲ ଔଷଧ
ଏହା ଅସଫଳତା କୁ ମାରି ଆମକୁ ସଫଳ କରିଥାଏ ।
ଏକୁଟିଆ ଚାଲିବା ଦୁର୍ବଳତାର ସଙ୍କତେ ନୁହେଁ ;
ଏହା ଏକ ଆତ୍ମବିଶ୍ବାସ ଯେ ସେ ଏକୁଟିଆ
ପ୍ରତ୍ୟେକ ଚ୍ୟାଲେଞ୍ଜକୁ ସାମ୍ନା କରି ପାରିବ ।
କାହାର ପାଦ ଧରି ସଫଳତା ପାଇବା ଅପେକ୍ଷା
ନିଜେ ଲଢ଼ି ହାରିଯିବା ହିଁ ଭଲ ।
ତୁମର ପ୍ରଥମ ଅଧ୍ୟାୟକୁ ଅନ୍ୟ ମାନଙ୍କର ପଞ୍ଚମ ଅଧ୍ୟାୟ ସହିତ ତୁଳନା କର ନାହିଁ
କାରଣ ତୁମର ଯାତ୍ରା ଅନ୍ୟ ମାନଙ୍କଠାରୁ ଅଲଗା , ତୁମର ପ୍ରତିଦ୍ବନ୍ଦୀ କେବଳ ତୁମେ ନିଜେ ।
କାହାକୁ ବି କିଛି ମିଳିବାର ଯୋଗ୍ୟ
କଠିନ ପରିଶ୍ରମ ବିନା ମିଳେନାହିଁ ।
ଜୀବନରେ ସବୁଠୁ ବଡ ଧନବାନ ସେଇ ମଣିଷ ହୋଇଥାଏ
ଯିଏ ଅନ୍ୟକୁ ନିଜର ଖୁସୀ ଦେଇ ସେମାନଙ୍କ ମନ କିଣିଥାଏ ।
Odia Quotes For Success
ଯଦି କୌଣସି କାମକୁ ଆରମ୍ଭ କରିବା ପାଇଁ ଅଧିକ ସମୟ ଦେଉଛନ୍ତି
ତେବେ ସେହି କାମକୁ କେବେହେଲେ କରି ପାରିବ ନାହିଁ
ଏଥିପାଇଁ ଏତେ ସମୟ ନଷ୍ଟ ନ କରି ସେହି କାମକୁ ଆଜି ହିଁ କରିବା ଆରମ୍ଭ କର ।
ଯେତିକି ଶୀଘ୍ର ତମେ ନିଜ ସ୍ବପ୍ନ ଉପରେ କାମ କରିବା ଆରମ୍ଭ କରିବ
ସେତିକି ଶୀଘ୍ର ତାର ପରିଣାମ ଦେଖିବାକୁ ପାଇବ ।
ଯେବେ ଏକାକୀ ଠିଆ ହୁଅନ୍ତି
ସେତେବେଳେ ନିଜ ଉପରେ ବିଶ୍ୱାସ କରନ୍ତି
ଅନ୍ୟମାନେ ସାଥ ଛାଡ଼ିଦେବା ସମୟରେ
ନିଜ ସାହସ ଉପରେ ଭରସା କରିବା ଶିଖନ୍ତି ।
ପ୍ରକୃତ ଆତ୍ମବିଶ୍ବାସୀ ସେ ହୋଇଥାଏ ଯିଏ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ଥାଏ ।
ସଂସାର ଆବଶ୍ୟକତା ନିୟମ ଅନୁଯାୟୀ ଚାଲିଥାଏ
ଶୀତଦିନେ ଯେଉଁ ସୂର୍ଯ୍ୟକୁ ଅପେକ୍ଷା କରାଯାଇଥାଏ
ଖରାଦିନେ ସେଇ ସୂର୍ଯ୍ୟକୁ ତିରସ୍କାର କରାଯାଇଥାଏ
ସେମିତି ନିଜ ଲୋକଙ୍କ ପାଖରେ ଆପଣଙ୍କ ମୂଲ୍ୟ
ସେତେବେଳେ ହୋଇଥାଏ ଯେବେ ଆବଶ୍ୟକତା ପଡ଼ିଥାଏ ।
ପଢୁଥିବା ପ୍ରତ୍ୟେକ ପୃଷ୍ଠା
ସମାଧାନ କରୁଥିବା ପ୍ରତ୍ୟେକ ସମସ୍ୟା
ଏବଂ ଆଜି ଶିଖିଥିବା ପ୍ରତ୍ୟେକ ଶିକ୍ଷା
ଆପଣଙ୍କୁ ଆପଣଙ୍କ ଲକ୍ଷ୍ୟର ଗୋଟିଏ ପାଦ ନିକଟତର କରିଥାଏ ।
ଅନ୍ଧାର କେବେବି ଅନ୍ଧାରକୁ ଦୂର କରି ପାରିବ ନାହିଁ
କେବଳ ପ୍ରକାଶ ହିଁ ଅନ୍ଧାରକୁ ଦୂର କରି ପାରିବ
ସେହିପରି ଘୃଣା ଦ୍ବାରା ଘୃଣା କୁ ଦୂର କରାଯାଇ ପାରିବ ନାହିଁ
କେବଳ କେବଳ ପ୍ରେମ ଦ୍ଵାରା ଘୃଣା କୁ ଦୂର କରାଯାଇ ପାରିବ ।
ନିଜ ଝାଳର କାଳୀରେ ଯିଏ ନିଜ କାହାଣୀ ଲେଖିଥାଏ
ତା ଭାଗ୍ୟର ପୃଷ୍ଠା କେବେ ଖାଲି ହୋଇ ନଥାଏ ।
ଜିତିବାର ସଂକଳ୍ପ ଶକ୍ତି , ସଫଳ ହେବାର ଦୃଢ଼ ଇଚ୍ଛା
ଆଉ ନିଜ ଭିତରେ ଥିବା ଅସୀମ କ୍ଷମତା ର ଉଚ୍ଚତମ ସ୍ତର ପର୍ଯ୍ୟନ୍ତ ପହଞ୍ଚି ବାର ତୀବ୍ର ଅଭିଳାଷ
ଏସବୁ ଗୋଟିଏ ଗୋଟିଏ ଏମିତି ଚାବି ଯାହା ବ୍ୟକ୍ତିଗତ ଉତ୍କୃଷ୍ଟତା ର ବନ୍ଦ କବାଟ ଖୋଲି ଦେଇଥାଏ ।
ସଫଳତା ଯେ କୌଣସି ବୟସରେ ପାଇଲେ ବି ଭଲ
ହେଲେ ଯେତିକି ଶୀଘ୍ର ତୁମେ ପାଇବ
ସେତିକି ଅଧିକ ସମୟ ପର୍ଯ୍ୟନ୍ତ ଏହାର ଆନନ୍ଦ ନେଇ ପାରିବ ।
ପ୍ରଶଂସା ତାହା ନୁହେଁ ଯାହା ତୁମ ସାମ୍ନାରେ କରାଯାଏ
ପ୍ରଶଂସା ତାହା ହୋଇଥାଏ ଯାହା ତୁମ ଅନୁପସ୍ଥିତିରେ କରାଯାଏ ।
ଯେବେ ଅସଫଳତା ମିଳେ ସେତେବେଳେ ସଂକେତ ଦେଇଥାଏ ଯେ ତୁମର ଯୋଜନା ଠିକ୍ ନୁହେଁ
ତେଣୁ କରିଥିବା ଯୋଜନା କୁ ପୁନଃନିର୍ମାଣ କର ଆଉ ଲକ୍ଷ୍ୟ ଆଡ଼କୁ ପୁଣି ଥରେ ବଢ଼ି ଚାଲ ।
ସବୁ କଷ୍ଟ ଆମକୁ ଏକ ଶିକ୍ଷା ଦେଇଥାଏ
ଆଉ ସବୁ ଶିକ୍ଷା ଆମ ଜୀବନକୁ ବଦଳାଇ ଥାଏ ।
କିଛି ଅଲଗା କରି କି ଦେଖେଇବା ପାଇଁ ଏକୁଟିଆ ଚାଲିବାକୁ ପଡ଼ିଥାଏ
ସମୂହ ରେ ତ ତାରା ମାନେ ରହିଥାନ୍ତି ହେଲେ ପୂଜା ତ ସୂର୍ଯ୍ୟକୁ କରାଯାଏ ।
ସୀସା ଆଉ ସମ୍ପର୍କ , ଏହା ବହୁତ୍ ଭଙ୍ଗପ୍ରବଣ
ଏମାନଙ୍କ ଭିତରେ ଅନ୍ତର କେବଳ ଏତିକି ଯେ
ସୀସା ଭୁଲରେ ଭାଙ୍ଗିଥାଏ ଆଉ
ସମ୍ପର୍କ ଭୁଲ ବୁଝାମଣା ଦ୍ବାରା ଭାଙ୍ଗିଥାଏ ।
ସଫଳତାର ମୁଖ୍ୟ ଆଧାର ସକାରାତ୍ମକ ଚିନ୍ତାଧାରା ଓ ନିରନ୍ତର ପ୍ରୟାସ
ତେଣୁ ସବୁବେଳେ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ ।
ସଫଳତା ପାଇଁ ପରିଶ୍ରମ କରିବାକୁ କେବେ ଭୁଲ ନାହିଁ
କାରଣ ପରିଶ୍ରମ କରିବା ବାଲାଙ୍କ ଆଡ଼କୁ ଅଧିକ ଆକର୍ଷିତ ହୋଇଥାଏ ଏହି ସଫଳତା ।
କର୍ମ ଭୂମିରେ ଫଳ ପାଇଁ ପରିଶ୍ରମ ସମସ୍ତଙ୍କୁ କରିବାକୁ ପଡ଼ିଥାଏ
ଭଗବାନ ତ କେବଳ ଏକ ରେଖା ଦେଇଛନ୍ତି
ରଙ୍ଗ ତ ନିଜକୁ ହିଁ ଭରିବାକୁ ପଡ଼ିଥାଏ ।
ସଫଳତା ସେଇ ମାନଙ୍କୁ ମିଳିଥାଏ , ଯାହା ସ୍ୱପ୍ନରେ ଜୀବନ ଥାଏ
ଦେଣା ଦ୍ବାରା କିଛି ହୁଏ ନାହିଁ , ସାହସ ଦ୍ବାରା ଉଡାଯାଏ ।
କଠିନ ପରିଶ୍ରମ ଏକ ଏମିତି ମୂଲ୍ୟ ଯାହା ଆମକୁ ସଫଳତା ପାଇଁ ଦେବାକୁ ପଡିଥାଏ
ଯଦି ଏଥି ପାଇଁ ପ୍ରସ୍ତୁତ ଅଛ ତେବେ ତମେ କିଛି ବି ହାସିଲ କରି ପାରିବ ।
ଯଦି ସ୍ବପ୍ନ କିଛି ରଖିଛ ତେବେ ତାହା ପୁରା ବି ହେବ
ବାସ ଆରମ୍ଭ ଆଜିଠୁ କରିବାକୁ ହେବ
ତୁମକୁ ଦୁନିଆଁ ସହିତ ପରେ , ପ୍ରଥମେ ନିଜ ସହିତ ଲଢ଼ିବାକୁ ହେବ ।
ଯଦି ଯାତ୍ରା ଆରମ୍ଭ କରି ଦେଇଛ ତେବେ ଅଧା ରାସ୍ତାରୁ ଫେରି ଯାଅ ନାହିଁ
କାରଣ ପୁଣି ଫେରି ଯିବାରେ ଯେତିକି ଦୂର ହେଉଛି
ହୋଇପାରେ ଲକ୍ଷ୍ୟ ତାଠାରୁ ଅଧିକ ପାଖରେ ଅଛି ।
Odia Short Quotes
ଗୋଟିଏ ସ୍ବପ୍ନ ଦେଖିବ ଯେବେ
ହଜାରେ ସମସ୍ୟା ଆସିବ ସେବେ
ହେଲେ ସେହି ସମୟ ବି ଅତି ଆନନ୍ଦମୟ ହେବ ସେବେ
ସଫଳତା ତୁମ ହାତରେ ହେବ ଯେବେ ।
ଜିତିବା ଆଉ ହାରିବା ତୁମର ଚିନ୍ତାଧାରା ଉପରେ ନିର୍ଭର କରି ଥାଏ
ମାନି ନେଲେ ହାର ହେବ ଜିଦ୍ କଲେ ଜିତିଯିବ ।
ସଫଳତା ହେଉଛି ଛୋଟ ଛୋଟ ପ୍ରୟାସ ର ସମଷ୍ଟି ତେଣୁ ବାରମ୍ବାର ଚେଷ୍ଟା କର ।
କେବେବି ଭାବ ନାହିଁ ତମେ ଏକୁଟିଆ ଅଛ ଭାବ କି ତମେ ଏକୁଟିଆ ଯଥେଷ୍ଟ ।
ସମୟ ଆଉ ଶିକ୍ଷାର ଠିକ୍ ବ୍ୟବହାର ବ୍ୟକ୍ତିକୁ ସଫଳ କରିଥାଏ ।
ସଫଳତାର ରାସ୍ତା ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ
କିନ୍ତୁ ଆପଣ ଅତିକ୍ରମ କରିଥିବା challenge ଆପଣଙ୍କୁ ଅଧିକ ଶକ୍ତିଶାଳୀ କରିଥାଏ
କଷ୍ଟରେ ହତାଶ ହୁଅନ୍ତୁ ନାହିଁ ନିଜକୁ ସର୍ବୋତ୍ତମ ସଂସ୍କରଣ ହେବାକୁ
ଯାତ୍ରାର ଏକ ଅଂଶ ଭାବରେ ଗ୍ରହଣ କରନ୍ତୁ ।
ସବୁକିଛି ସହଜ ହେବ ବୋଲି ଆଶା କର ନାହିଁ
କଠିନ ସମୟ ଆସିବ
କିନ୍ତୁ ତୁମେ ସେହି ମୁହୂର୍ତ୍ତ ଗୁଡ଼ିକୁ
କିପରି ପରିଚାଳନା କରିବ ତୁମର ସଫଳତାକୁ ବ୍ୟାଖ୍ୟା କରେ ।
ଯାତ୍ରା କଷ୍ଟସାଧ୍ୟ, କିନ୍ତୁ ଗନ୍ତବ୍ୟ ସ୍ଥଳ ବହୁତ୍ ମୂଲ୍ୟବାନ ।
ଜୀବନରେ ସଫଳ ହେବାପାଇଁ କିଛି ସମୟ ଏକୁଟିଆ ରହିବା ଶିଖ
କାରଣ ଏକାକୀ ସମୟରେ ନିଜ ବିଷୟରେ ବହୁତ୍ କିଛି ଶିକ୍ଷା ମିଳିଥାଏ
ଆଉ ଆତ୍ମସଚେତନତା ବୃଦ୍ଧି ହୋଇଥାଏ ।
ଯଦି ଆରମ୍ଭ କରିବା ପାଇଁ ସାହସ ଅଛି ତେବେ ସଫଳ ହେବାର ସାହସ ମଧ୍ୟ ତୁମ ପାଖରେ ଅଛି ।
ମୋଜବୁତ୍ ହୁଅ ଆଉ ଏକୁଟିଆ ଚାଲିବାର ସାହସ ଆଣ ନିଜ ଭିତରେ
ନହେଲେ ସମୟ ଯେବେ ଏକୁଟିଆ କରିବ ବହୁତ୍ ନିର୍ଦ୍ଦୟ ଭାବରେ ପରୀକ୍ଷା କରିବ ।
ଲୁହା କୁ ଆଉ କେହି ନୁହେଁ ତା ନିଜ କଳଙ୍କି ତାକୁ ନଷ୍ଟ କରିଥାଏ
ସେହିପରି ମଣିଷକୁ ଆଉ କେହି ନୁହେଁ ତାର ଗର୍ବ ଆଉ ଅହଂକାର ତାକୁ ନଷ୍ଟ କରିଥାଏ ।
ନିଜେ ନିଜକୁ ଏମିତି ପ୍ରସ୍ତୁତ କରକି
ଯେତେ ବଡ ସମସ୍ୟା ଆସୁ ନା କାହିଁକି ତୁମେ ଏକୁଟିଆ ସହଜରେ ଲଢ଼ି ପାରିବ ।
ସଫଳତା ପାଇବାର କୌଣସି ଗୁପ୍ତ ସୂତ୍ର ନାହିଁ
କଠିନ ପରିଶ୍ରମ କର ଆଉ ଧୈର୍ଯ୍ୟବାନ ହୁଅ ।
ପରିଶ୍ରମ କରିବାକୁ କେବେ ବାହାନା କର ନାହିଁ
କାରଣ ଯଦି ଆଜି ଝାଳ ବୁହାଇବ ତେବେ କାଲି ପୁରସ୍କାର ପାଇବ ।
କଠିନ ପରିଶ୍ରମ ସଙ୍ଗେ ସଙ୍ଗେ ସଫଳତା ଦେଇପାରି ନଥାଏ
ହେଲେ ଆଗକୁ ବଢ଼ିବାର ଦୃଢ଼ ମୂଳଦୁଆ ନିର୍ମାଣ କରି ଥାଏ ।
ସ୍ବପ୍ନ ରାସ୍ତା ଦେଖେଇ ଥାଏ
ପରିଶ୍ରମ ସେଠାକୁ ନେଇଥାଏ
ତେଣୁ ପରିଶ୍ରମ କରି ଚାଲନ୍ତୁ ପ୍ରୟାସ କଦାପି ନଷ୍ଟ ହୋଇ ନଥାଏ ।
କଠିନ ପରିଶ୍ରମ ସଫଳତାର ଗ୍ୟାରେଣ୍ଟି ଦେଇ ନଥାଏ ହେଲେ ଏହା ବିନା ବିଫଳତା ନିଶ୍ଚିତ ହୋଇଥାଏ ।
ପ୍ରତ୍ୟେକ ପଦକ୍ଷେପ ଯେତେ କଠିନ ହେଲେ ମଧ୍ୟ ନିଜ ଗନ୍ତବ୍ୟ ସ୍ଥଳକୁ ନେଇ ଯାଇଥାଏ ।
ଧୈର୍ଯ୍ୟ ଅପେକ୍ଷା କରିବାର କ୍ଷମତା ନୁହେଁ , ଅପେକ୍ଷା କରୁଥିବା ସମୟରେ କିପରି କାର୍ଯ୍ୟ କରୁଛ ତାହା ଜରୁରୀ ହୋଇଥାଏ ।
ଧୈର୍ଯ୍ୟବାନ ରୁହ ଆଉ ବିଶ୍ୱାସ କର ଯେ ଲଗାଇଥିବା ମଞ୍ଜି ଆସନ୍ତାକାଲି ବହୁତ ସୁନ୍ଦର ହୋଇଯିବ ।
ଯେଉଁ ଗଛ ଧିରେ ଧିରେ ବଢ଼େ, ତାର ଫଳ ସର୍ବୋତ୍ତମ ହୋଇଥାଏ ।
Hard work Quotes in Odia
ଭରସା ଏକ ଜୀବନ୍ତ ଶବ୍ଦ ,ଯାହା ଅନ୍ଧାରରେ ଦୀପ ପରି ଉଜ୍ବଳ କରିଥାଏ ।
ଜୀବନ ଜିଇଁବା ସହଜ ହୋଇ ନଥାଏ
କଠିନ ପରିଶ୍ରମ ବିନା କେହି ମହାନ ହୋଇ ନଥାଏ
ଯେ ପର୍ଯ୍ୟନ୍ତ ପଡ଼ି ନାହିଁ ହାତୁଡ଼ିର ପ୍ରହାର ସେ ପର୍ଯ୍ୟନ୍ତ ପଥର ବି ଭଗବାନ ହୋଇ ନଥାଏ ।
ଯିଏ ନିଜ ସ୍ବପ୍ନକୁ ସାକାର କରିବା ପାଇଁ ସାହସ ରଖିଥାଏ ,ସେ ଦୁନିଆଁରେ କିଛି ନୂଆ କରି ଦେଖେଇ ଥାଏ ।
ସଫଳ ହେବାର ପ୍ରଥମ ପାହଚ କାମ ଆରମ୍ଭ କରିବା ।
ଯୁଦ୍ଧରେ ହାରିଥିବା ବ୍ୟକ୍ତି ପୁଣି ଜିତି ପାରିବ
ହେଲେ ମନ ଭିତରେ ହାରିଥିବା ବ୍ୟକ୍ତି କେବେ ଜିତି ପାରିବ ନାହିଁ ।
ଗଛର ଡାଳରେ ବସିଥିବା ପକ୍ଷୀ
ଡାଳ ଭାଙ୍ଗିଗଲେ ମଧ୍ୟ କେବେ ଡରି ନଥାଏ
କାରଣ ତାର ବିଶ୍ୱାସ ଡାଳ ଉପରେ ନୁହେଁ
ନିଜ ଡେଣାରେ ଥାଏ ।
ସଂଘର୍ଷ କରିଚାଲ ତମେ ପାଗଳ ପରି , ଯଦି ଉଡିବାକୁ ଚାଂହ ବାଦଲ ପରି ।
ଜୀବନର କୌଣସି ହାତ ନଥାଏ ହେଲେ ବେଳେବେଳେ ଏମିତି ଚାପୁଡ଼ା ମାରିଥାଏ ଯାହା ଜୀବନସାରା ମନେ ରହିଯାଏ ।
ଯଦି ଭାଗ୍ୟ ଉପରେ ଭରସା କରିବ
ତେବେ ଭାଗ୍ୟରେ ଯାହା ଥିବ ତାହା ପାଇବ
ହେଲେ ଯଦି ନିଜ ଉପରେ ଭରସା କରିବ
ତେବେ ଯାହା ଚାହିଁବ ତାହା ପାଇବ ।
ରାତିର ନିଦକୁ ଉଡ଼େଇ ଯିଏ ନିଜ ସ୍ବପ୍ନକୁ ସଜେଇ ଥାଏ
ସଫଳତା ତା ପାଖକୁ ନିଜେ ଚାଲି ଆସିଥାଏ ।
ମନରେ ସାହସକୁ ବାନ୍ଧି ଆଗେଇ ଚାଲ ନିଜ ଲକ୍ଷ୍ୟ ପଥରେ
ତୁମକୁ ତୁମର ଲକ୍ଷ୍ୟ ମିଳିଯିବ
ଆଗକୁ ବଢ଼ି ଏକୁଟିଆ ହାସିଲ କରିକି ଦେଖେଇ ଦିଅ
ଦୁନିଆଁ ତୁମ ପଛେ ପଛେ ଚାଲି ଆସିବ ।
ଜରୁରୀ ନୁହେଁ ସବୁ ଲଢେଇ ଜିତବା , ଜରୁରୀ ହୋଇଥାଏ ପରାଜୟ ଠାରୁ କିଛି ଶିଖିବା ।
ଜୀବନରେ କେବେ କାହାକୁ ଠକି ଆଗକୁ ଯିବାକୁ ଚେଷ୍ଟା କର ନାହିଁ
କାରଣ ସମୁଦ୍ରର ଢେଉ ଯେମିତି ଆଗକୁ ଆସିଥାଏ
ସେମିତି ବହୁତ୍ ଶୀଘ୍ର ପଛକୁ ଚାଲି ଯାଇଥାଏ ।
ସଂଘର୍ଷରେ ବିଜୟ ତାହାର ହୋଇଥାଏ , ଯିଏ ହାର ମାନିବାକୁ ମନା କରି ଦିଏ ।
ଆମେ ଅସଫଳ ସେତେବେଳେ ହୋଇ ନଥାଉ ଯେବେ ପରାଜୟ ହୋଇ ଯାଉ
ସେତେବେଳେ ଅସଫଳ ହୋଇ ଥାଉ ଯେବେ ଭାବୁ ଏବେ ଆଉ ଜିତି ପାରିବି ନାହିଁ ।
ଲକ୍ଷ୍ୟ ନମିଳିଲେ ରାସ୍ତାକୁ ବଦଳାଅ ଲକ୍ଷ୍ୟକୁ ନୁହେଁ କାରଣ
ବୃକ୍ଷ ନିଜ ପତ୍ରକୁ ବଦଳେଇ ଥାଏ ଚେର ନୁହେଁ ।
ଏକାକୀ ରହିବା ଏକ ଦୁର୍ଭାଗ୍ୟର ବିଷୟ ନୁହେଁ
ବରଂ ଯାହା ଚାହୁଁଛନ୍ତି ତାହା ଆବିଷ୍କାର କରିବା ପାଇଁ ଏକ ସୁଯୋଗ ।
ପ୍ରତ୍ୟେକ କାମର ଆରମ୍ଭ ପୂର୍ବରୁ ଅସମ୍ଭବ ଲାଗିଥାଏ ,ହେଲେ ଅସମ୍ଭବ ପରେ ଲାଗିଥାଏ କଷ୍ଟ ନୁହେଁ ।
ଯେଉଁମାନେ ପ୍ରକୃତରେ କିଛି କରିବା ପାଇଁ ଚାହାନ୍ତି
ସେମାନଙ୍କୁ ରାସ୍ତା ମିଳିଯାଏ
ହେଲେ ଯେଉଁମାନେ କିଛି କରିବାକୁ ଚାହାନ୍ତି ନାହିଁ
ବାହାନା ବାହାର କରି ଦିଅନ୍ତି ।
ଜୀବନରେ ସେ ପର୍ଯ୍ୟନ୍ତ ଜୋର ଦେଇ କାମ କର , ଯେ ପର୍ଯ୍ୟନ୍ତ ଶୋଇ ଶୋଇ ପଇସା ପାଇବା ଆରମ୍ଭ କରି ନାଁହ ।
ପ୍ରକୃତିର ନିର୍ଣ୍ଣୟ ଉପରେ ସନ୍ଦେହ କର ନାହିଁ , ଯଦି ଆଜି ଦଣ୍ଡ ମିଳୁଛି ତେବେ ଏହାର ଭୁଲ ମଧ୍ୟ ହୋଇ ଥିବ ।
Odia Quotes For Achieving Success
ତୁମେ ସଫଳତା ଖୋଜୁଛ ,ଏହା ତୁମର ଭୁଲ
ତୁମେ ସ୍ୱଚ୍ଚ ମନରେ ପରିଶ୍ରମ କରିବା ଆରମ୍ଭ କର
ସଫଳତା ତୁମ ପାଖକୁ ଚାଲି ଆସିବ ।
ନିଜେ ନିଜକୁ ଏମିତି ପ୍ରସ୍ତୁତ କରକି ,ଯେତେ ବଡ ସମସ୍ୟା ଆସୁ ନା କାହିଁକି ତୁମେ ଏକୁଟିଆ ସହଜରେ ଲଢ଼ି ପାରିବ ।
ଯୋଉଠି ଅଛ ସେଇଠୁ ଆରମ୍ଭ କର , ଯାହା କରିବାକୁ ଚାହୁଁଛ ତାହା କର ହେଲେ ପରଫେକ୍ଟ ସୁଯୋଗକୁ ଅପେକ୍ଷା କର ନାହିଁ ।
ବହୁତ ଲୋକ ଅସଫଳ ହୋଇ ଯାଆନ୍ତି କରିବାର ସାହସ ଥିଲେ ମଧ୍ୟ
କାରଣ ସେମାନେ ଏହି ଚିନ୍ତାଧରାରେ ସମୟ ନଷ୍ଟ କରି ଦିଅନ୍ତି ଯେ
ଏବେ ବହୁତ ସମୟ ଅଛି କାଲି କରିବି ।
ନିଜର ଲୁହ ନିଜ ହାତରେ ପୋଛିବାକୁ ଚେଷ୍ଟା କର
କାରଣ ଆଜିର ଦୁନିଆଁର ଲୋକେ ଦୁଃଖ କମ
ଦୁର୍ବଳତା ଜାଣିବାକୁ ଅଧିକ ପସନ୍ଦ କରନ୍ତି ।
ବହୁତ୍ କଷ୍ଟ ମାନେ ଏହା ନୁହେଁ କି କରିବା ଅସମ୍ଭବ
ଏହା ମାନେ ହେଉଛି ତୁମକୁ କଠିନ ପରିଶ୍ରମ କରିବାକୁ ହେବ ।
ଯିଏ ସକାଳୁ ଶୀଘ୍ର ଉଠିଥାଏ ,ସେ ନିଜ ସ୍ବପ୍ନକୁ ନେଇ ବହୁତ ଉତ୍ସାହିତ ହୋଇ ଥାଏ ।
କାହାକୁ କେବେ ଛୋଟ ଭାବିବେ ନାହିଁ
କାରଣ ୫ଟଙ୍କାର କଲମ ଟିଏ ମଧ୍ୟ
କୋଟିଏ ଟଙ୍କାର ଚେକ୍ ଲେଖିବାର କାମରେ ଆସେ ।
ଧର୍ଯ୍ୟ ରଖିବା ଏକ ଏମିତି କଠିନ ପରିଶ୍ରମ
ଯାହା ତମେ ସେତେବେଳେ କରିଥାଅ
ଯେବେ କଠିନ ପରିଶ୍ରମ କରି ପୁରା ଥକି ଯାଅ ।
ସମସ୍ତଙ୍କ ଭିତରେ ଏକ ସାହସୀ ସିଂହ ସୋଇଥିବା ଅବସ୍ଥାରେ ଲୁଚି ରହିଥାଏ
ଆଉ ଯେତେବେଳେ ତାହା ଜାଗୃତ ହୋଇଯାଏ
ସେତେବେଳେ ଦୌଡ଼ି ଦୌଡ଼ି ସଫଳତାକୁ ଶିକାର କରିଥାଏ ।
କୌଣସି କାର୍ଯ୍ୟରେ ନିପୁଣ ହେବାପାଇଁ
ଗୋଟିଏ ମାତ୍ର ଉପାୟ ଅଭ୍ୟାସ କରିବା ।
ଯଦି ନିଜ ଉପରେ ବିଶ୍ୱାସ କରନ୍ତି ତେବେ ତୁମେ କେବେହେଲେ ଏକୁଟିଆ ନୁହଁନ୍ତି ।
ମିଛର ବ୍ୟବସାୟ ଦେଶିଦିନ ପର୍ଯ୍ୟନ୍ତ ରହି ନଥାଏ
ହେଲେ ସତ ଗୋଟିଏ ହେଉ ନା କାହିଁକି ଶେଷ ପର୍ଯ୍ୟନ୍ତ ସହଯୋଗ କରିଥାଏ।
ଜୀବନରେ ଅସଫଳ ସେହି ବ୍ୟକ୍ତିମାନେ ହୋଇ ଥାନ୍ତି , ଯେଉଁମାନେ ଅଧିକ ଭାବନ୍ତି ହେଲେ କରନ୍ତି କମ ।
ଟଙ୍କା ଉଧାର ଦେଲେ ସମ୍ପର୍କ ନଷ୍ଟ ହୁଏ ନାହିଁ , ସମ୍ପର୍କ ନଷ୍ଟ ହୁଏ ଉଧାର ନେଇଥିବା ଟଙ୍କାକୁ ମାଗିଲେ ।
ଅଧ୍ୟୟନ କଲେ ଜ୍ଞାନ ମିଳିଥାଏ
ଆଉ ଜ୍ଞାନ ମିଳିଗଲେ ସଫଳତା ମିଳିଥାଏ
ଶୋଇ ରହି ସ୍ବପ୍ନ ଦେଖିଲେ କିଛି ବଦଳେ ନାହିଁ
ପରିଶ୍ରମ କଲେ ଯାଇ ଭବିଷ୍ୟତ ବଦଳିଥାଏ ।
କହିବାକୁ ତ ନିଜର ବହୁତ ଥାଆନ୍ତି ହେଲେ ଯେତେବେଳେ ମନ ଉଦାସ ଥାଏ ସେତେବେଳେ ପାଖରେ କେହି ନଥାନ୍ତି ।
ଯଦି ଆରମ୍ଭ କରିବା ପାଇଁ ସାହସ ଅଛି ତେବେ ସଫଳ ହେବାର ସାହସ ମଧ୍ୟ ତୁମ ପାଖରେ ଅଛି ।
ଜୀବନ ଯଦି ଏକ ଯୁଦ୍ଧକ୍ଷେତ୍ର , ତେବେ ଏହାକୁ ଜିତିବାର ଏକ ମାତ୍ର ଉପାୟ କଠିନ ପରିଶ୍ରମ କରିବା ।
ଦୀପ ମାଟିର ହେଉ କି ସୁନାର ସେଇଟା ମହତ୍ତ୍ୱପର୍ଣ୍ଣ ନୁହେଁ
ଏହା କେତେ ପରିମାଣରେ ଆଲୋକିତ କରୁଛି ତାହା ମହତ୍ତ୍ୱପର୍ଣ୍ଣ
ସେହିପରି ମଣିଷ ଗରିବ ହେଉ କି ଧନୀ ତାହା ମହତ୍ତ୍ୱପର୍ଣ୍ଣ ନୁହେଁ
ଭଲ ବ୍ୟବହାର ସବୁଠୁ ମହତ୍ତ୍ୱପର୍ଣ୍ଣ ।
କାହିଁକି ଅଟକି ଯାଉଛ ଦୁଇଦିନ ପରିଶ୍ରମ କଲାପରେ
ଆରେ ମଞ୍ଜିରୁ ଗଛ ହୋଇ ଫଳ ଫଳିବାକୁ ସମୟ ଲାଗିଥାଏ ।
ନିଜେ ଲଢ଼ିବାକୁ ପଡ଼ିଥାଏ ନିଜ ଜୀବନର ଲଢେଇ
କାରଣ ଲୋକ ସାଥ କମ ଜ୍ଞାନ ଅଧିକ ଦେଇ ଥାଆନ୍ତି ।
ତେବେ ଏହା ଥିଲା Odia Quotes ଆଶା କରୁଛୁ ଆପଣ ମାନଙ୍କୁ ଭଲ ଲାଗିଥିବ । ଯଦି ଭଲ ଲାଗିଲା ତେବେ ଏହାକୁ ନିଜ ସାଙ୍ଗ ମାନଙ୍କ ସହିତ share କରନ୍ତୁ । For more Quotes visit our Home page .