ଆଜିକାଲି ଦୁନିଆଁରେ ସଫଳ ସମସ୍ତେ ହେବାକୁ ଚାହାଁନ୍ତି ହେଲେ କିଛି ନୂଆ ଶିଖିବାକୁ ଚେଷ୍ଟା କେହି କରନ୍ତି ନାହିଁ । ସେମାନେ ପରିବର୍ତ୍ତିତ ଦୁନିଆଁ ସହିତ ଖାପ ଖୁଆଇ ଚଳିବା ପାଇଁ ନୂତନ ପଦ୍ଧତି ଶିଖିବା ଏବଂ ପରିବର୍ତ୍ତନକୁ ଗ୍ରହଣ କରିବା ଅପେକ୍ଷା ହାର ମାନି ଯିବାକୁ ନିଷ୍ପତି ନେଇଥାନ୍ତି ଆଉ ବାରମ୍ବାର ଅସଫଳତାକୁ ସାମ୍ନା କରିଥାନ୍ତି ତେଣୁ ଆମେ ଏକ Short Odia Story ନେଇକି ଆସିଛୁ ଯାହା ଆପଣଙ୍କୁ ଉତ୍ସାହିତ କରିବ ସଫଳ ହେବାପାଇଁ ।
କାହାଣୀ :
ସୁନ୍ଦର ସବୁଜ ପାହାଡ ମଝିରେ ବସା ବାନ୍ଧି ଥିଲା ଏକ ଗାଁ , ସେଠାରେ ରଘୁ ନାମରେ ଜଣେ କୃଷକ ବାସ କରୁଥିଲା । ସେ ଜଣେ ମହାନ ଚରିତ୍ରବାନ , ସଚ୍ଚୋଟତା ଏବଂ ଅକ୍ଲାନ୍ତ ପରିଶ୍ରମୀ ଥିଲା । ପ୍ରତିଦିନ ସକାଳୁ ସକାଳୁ କ୍ଷେତକୁ ଯାଉଥିଲା କାମ କରିବାକୁ । ତାଙ୍କ ପରିବାର ସର୍ବଦା ଏହି ଚାଷଜମି ଉପରେ ନିର୍ଭରଶୀଳ ଥିଲା । ତଥାପି ପ୍ରତିବର୍ଷ ଏଇ ଖଣ୍ଡିକ ଜମିରେ ଚାଷ କରି ଚଳିବା କଷ୍ଟକର ହୋଇ ପଡୁଥିଲା ।
ହେଲେବି ରଘୁଙ୍କ ଚାଷ ପ୍ରଣାଳୀ ଟିକେ ଅଲଗା ଯୋଗୁଁ ଖଣ୍ଡିକ ଚାଷ ଜମିରେ ମଧ୍ୟ ପ୍ରଚୁର ପରିମାଣରେ ଫୁଲ ଫଳ , ପନିପରିବା ଅମଳ କରୁଥିଲା । ଆଉ ତାହା ବଜାରରେ ବିକ୍ରି କରି ପରିବାରର ପେଟ ପୋଷୁଥିଲା । ଏମିତି ସରୁଖୁରୁରେ ଜୀବନ କାଟୁଥିବା ସମୟରେ ବେଳେ ବେଳେ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଫସଲ ଭଲ ହେଲେ ବଜାରରେ ମୂଲ୍ୟ କମି ଯାଉଥିଲା , ନହେଲେ ଜଳବାୟୁ ପରିବର୍ତ୍ତନ, ଅନିୟମିତ ବର୍ଷା ଯୋଗୁଁ ପୁରା ଫସଲ ନଷ୍ଟ ହେଇ ଯାଉଥିଲା । ଆଉ ଆଣିଥିବା ଋଣ କୁ ପରିଶୋଧ ନକରି ପରିବାର ଭୟ ସବୁବେଳେ ମନ ଭିତରେ ରହୁଥିଲା ।
ଏମିତି ଗୋଟିଏ ବର୍ଷ ବିଶେଷ ଭାବେ ଖରାପ ହୋଇଗଲା । ସେହି ଅଞ୍ଚଳରେ ପ୍ରବଳ ମରୁଡ଼ି ପରିସ୍ଥିତି ଦେଖା ଦେଇଥିଲା ଆଉ ସମସ୍ତଙ୍କ ଫସଲ କ୍ଷେତ ଶୁଖି ଯାଇଥିଲା । ସେ ଜାଣିଥିବା ପ୍ରତ୍ୟେକ ପଦ୍ଧତିକୁ ଚେଷ୍ଟା କରିଥିଲା , ଜଳ ପାଇଁ ଗଭୀର ଖାତ ଖୋଲିଥିଲା , ଜଳ ଯୋଗାଣକୁ ଯତ୍ନର ସହିତ ବଣ୍ଟନ କରିଥିଲା ତଥାପି ଯଥେଷ୍ଟ ପରିମାଣର ଜଳ ମିଳି ପରୁ ନଥିଲା । ଆଉ ବର୍ଷା ପାଇଁ ପୂଜା କରିଥିଲେ ମଧ୍ୟ କିଛି ଫଳପ୍ରଦ ନଥିଲା । ତେଣୁ ସବୁଜ କ୍ଷେତ ଗୁଡ଼ିକ ଶୁଖିଲା ଭୂଇଁରେ ପରିଣତ ହୋଇଗଲା ଆଉ କରଜ ଚିନ୍ତା ବଢ଼ିଗଲା । ସେ ଭୟ କରୁଥିଲା ଯେ ଯଦି ନିଜ ଜମିକୁ ହରେଇ ଦେବ ତେବେ ତାର ପରିବାର କେମିତି ଚଳିବ ।
ଗାଁର ଲୋକମାନେ ତାର ଅସୁବିଧା ବିଷୟରେ ଜାଣିଥିଲେ , କିନ୍ତୁ ସେମାନେ ମଧ୍ୟ ସଂଘର୍ଷ କରୁଥିଲେ । ସେମାନଙ୍କୁ ସାହାଯ୍ୟ କରିବାକୁ କେହି ନଥିଲେ ହେଲେବି ରଘୁ ହାର ମାନି ନଥିଲା । ସେ ନିକଟ ସହରକୁ ଯାଇ , କୃଷକ ମାନଙ୍କୁ ଦିଆ ଯାଉଥିବା ତାଲିମ କାର୍ଯ୍ୟରେ ଯୋଗ ଦେଇଥିଲା । ସେଠାରେ ଜଳ ସଂରକ୍ଷଣ ପାଇଁ ନୂଆ ନୂଆ ପ୍ରଣାଳୀ , ସ୍ଥାୟୀ ଚାଷ , ଜୈବିକ ସାର ପ୍ରସ୍ତୁତି ଆଉ କମ ଜଳ ବ୍ୟବହାର କରି କେମିତି ଚାଷ କରିବେ ସେ ବିଷୟରେ ଶିକ୍ଷା ଦିଆ ଯାଉଥିଲା । ରଘୁ ପ୍ରଥମେ କିଛି ବୁଝି ପାରୁ ନଥିଲା , ହେଲେ ଶିଖିବାର ଇଚ୍ଛା ତାକୁ ସେହିଠାରେ ବାନ୍ଧି ରଖିଥିଲା । ଶେଷରେ ସେ ମଧ୍ୟ ଭଲ ଭାବରେ ବୁଝିଗଲା ଆଉ ନୂତନ ଆଶା ଏବଂ ଜ୍ଞାନ ସହିତ , ନିଜର ନୂତନ ପ୍ରଣାଳୀକୁ ପରୀକ୍ଷା କରିବାକୁ ପ୍ରସ୍ତୁତ ହୋଇ ଗାଁକୁ ଫେରିଗଲା ।
ଏହାପରେ ଜଳ ସଂରକ୍ଷଣ ପାଇଁ ଗୋଟିଏ ଛୋଟ ପାଣି ଟାଙ୍କି ନିର୍ମାଣ କରି କାର୍ଯ୍ୟ ଆରମ୍ଭ କରିଥିଲେ , ଜଳ ପ୍ରବାହକୁ ଅଟକାଇବା ପାଇଁ କ୍ଷେତରେ ଗତ ଖୋଲିଥିଲେ । ଆଉ ଏମିତି କିଛି ଗଛ ରୋପଣ କଲେ ଯାହା କମ ଜଳ ଆବଶ୍ୟକ କରେ ଏବଂ ଖର୍ଚ୍ଚ କମ କରିବା ପାଇଁ ଜୈବିକ ସାର ବ୍ୟବହାର କରିଥିଲେ । ଏଥିରେ ପରିବାର ସଦସ୍ୟ ମଧ୍ୟ ସହଯୋଗ କରିଥିଲେ ।
ଏହାପରେ ଧୀରେ ଧୀରେ କ୍ଷେତ ଗୁଡ଼ିକ ଜୀବନର ଲକ୍ଷଣ ଦେଖାଇବାକୁ ଲାଗିଲେ । ପରବର୍ତ୍ତୀ ମାସ ଗୁଡିକରେ , ଶୁଖିଲା ଜମି ରାଘୁଙ୍କ ଯତ୍ନରେ ପୁଣି ଥରେ ଉର୍ବର ହୋଇଗଲା ଆଉ ସବୁଜ କ୍ଷେତରେ ପରିବର୍ତ୍ତିତ ହୋଇଗଲା । ପରେ ପରେ ଫଳ ବିକି କିଛି ଟଙ୍କା ରୋଜଗାର କରିଥିଲେ , ତାଙ୍କ ମୁଣ୍ଡରୁ ଋଣର ଚିନ୍ତା ଦୂର ହେଇ ଗଲା ଆଉ ଭବିଷ୍ୟତ ପାଇଁ ଅଳ୍ପ ଟଙ୍କା ମଧ୍ୟ ସଞ୍ଚୟ କରିଥିଲେ ।
ଗ୍ରାମବାସୀ ତାର ସଫଳତାକୁ ଦେଖି ଚକିତ ହୋଇଗଲେ , ଆଉ ପରେ ସେହି ପଦ୍ଧତିକୁ ଅନୁସରଣ କରିବା ଆରମ୍ଭ କଲେ । ତାର କଠିନ ପରିଶ୍ରମ ଆଉ ନିରନ୍ତର ପ୍ରୟାସ ତା ଜମିକୁ କେବଳ ପୁନର୍ଜୀବିତ କରି ନଥିଲା ବରଂ ଅନ୍ୟମାନଙ୍କୁ ମଧ୍ୟ ଏହି ପ୍ରଣାଳୀ ଗ୍ରହଣ କରିବାକୁ ପ୍ରେରଣା ଦେଇଥିଲା ।
ଶିକ୍ଷା :
ଅତ୍ୟଧିକ ପ୍ରତିକୂଳ ପରିସ୍ଥିତିରେ ଏହି କାହାଣୀ ଦୃଢ଼ତା , ଶିଖିବାର ଇଚ୍ଛା ଏବଂ ନୂତନତ୍ବକୁ ଦର୍ଶାଇ ଥାଏ । ଯଦିଓ ସେ ଅନେକ ସଂଘର୍ଷର ସମ୍ମୁଖୀନ ହୋଇଥିଲେ, ତଥାପି ହାର ମାନିଯିବା ଅପେକ୍ଷା ପରିବର୍ତ୍ତିତ ଦୁନିଆଁ ସହିତ ଖାପ ଖୁଆଇ ଚଳିବା ପାଇଁ ନୂତନ ପଦ୍ଧତି ଶିଖିବା ଏବଂ ପରିବର୍ତ୍ତନକୁ ଗ୍ରହଣ କରିବା ପାଇଁ ନିଷ୍ପତି ନେଇଥିଲେ । କଠିନ ପରିଶ୍ରମ ଆଉ ନୂତନ ଜ୍ଞାନ ଗ୍ରହଣ କରି ତାଙ୍କ ପରିବାରର ଜୀବନକୁ ପରିବର୍ତ୍ତନ କରିଥିଲେ । ପ୍ରମାଣ କରିଥିଲେ ଯେ ବେଳେବେଳେ ସର୍ବଶ୍ରେଷ୍ଠ ସଫଳତା ସାହସ ଏବଂ ଶିଖିବାର ଇଚ୍ଛା ଦ୍ବାରା ଆସିଥାଏ ।
ତେବେ ଏହା ଥିଲା Short Odia Story ଆଶା କରୁଛୁ ଆପଣ ମାନଙ୍କୁ ଭଲ ଲାଗିଥିବ । ଯଦି ଭଲ ଲାଗିଲା ତେବେ ଏହାକୁ ନିଜ ସାଙ୍ଗ ମାନଙ୍କ ସହିତ share କରନ୍ତୁ । ଏହାକୁ ମଧ୍ୟ ପଢ଼ନ୍ତୁ Life Changing Motivational Story.