50+ Best Alone Motivational Quotes in Odia

ବେଳେ ବେଳେ, ସଫଳତା ଯାତ୍ରାର ଅର୍ଥ ନିଜେ କଠିନ ପରିଶ୍ରମ କରିବା ହୋଇଯାଏ ଆଉ ଏଥିରେ ଚାଲିବା ବହୁତ୍ କଠିନ ହୋଇଥାଏ କିନ୍ତୁ ଏକୁଟିଆ ରହିବା ମଧ୍ୟ ଏକ ବଡ଼ ଅଭିବୃଦ୍ଧି ଏବଂ ଆତ୍ମ ଆବିଷ୍କାରର ସମୟ ହୋଇପାରେ । ଏହି ପୋଷ୍ଟରେ କିଛି Alone Motivational Quotes in Odia ସଂଗ୍ରହ କରିଛୁ ଯାହା ଏକାକୀ କାମ କରିବା ପାଇଁ ପ୍ରେରଣା ଦେବ ।

20 Profound Quotes About Being Alone

Best Alone Motivational Quotes in Odia
Alone Quotes
କିଛି ଅଲଗା କରି କି ଦେଖେଇବା ପାଇଁ 
ଏକୁଟିଆ ଚାଲିବାକୁ ପଡ଼ିଥାଏ ,
ସମୂହ ରେ ତ ତାରା ମାନେ ରହିଥାନ୍ତି ହେଲେ
ପୂଜା ତ ସୂର୍ଯ୍ୟକୁ କରାଯାଏ ।
ତମେ ନିଜ ଲକ୍ଷ୍ୟ ଆଡ଼କୁ ଏକୁଟିଆ ଚାଲିବା ଶିଖ କାରଣ ଯେବେ ନିଜ ଲକ୍ଷ୍ୟ ଆଡ଼କୁ ଏକୁଟିଆ ଚାଲିବା ସିଖିଯିବ ତେବେ ଖରାପ ସମୟ କଣ ହୋଇଥାଏ ସବୁକିଛି ଭୁଲିଯିବ ।
ସଂଘର୍ଷ କରିଚାଲ ତମେ ପାଗଳ ପରି , 
ଯଦି ଉଡିବାକୁ ଚାଂହ ବାଦଲ ପରି ।
ଜୀବନର ଲକ୍ଷ୍ୟକୁ ପାଇବାକୁ ହେଲେ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ , କୌଣସି ଜିନିଷ ଜିନିଷ ଏମିତି ହିଁ ମିଳି ଯାଇ ନଥାଏ ,ସଂଘର୍ଷ କରିବାକୁ ପଡ଼ିଥାଏ ଆଉ ନିଜର ମାନଙ୍କ ଠାରୁ ଦୂର ହେବାକୁ ପଡ଼ିଥାଏ ।
ଯଦି ଜିଦ୍ ହୁଏ କିଛି କରିବା ପାଇଁ ତେବେ ଏକୁଟିଆ ମଧ୍ୟ ପାହାଡକୁ ଚିରିକି ଦେଖେଇ ପାରିବ , ବାସ ଜୋରସୋର ରେ ପ୍ରୟାସ କର ।
ମୋଜବୁତ୍ ହୁଅ ଆଉ ଏକୁଟିଆ ଚାଲିବାର ସାହସ ଆଣ ନିଜ ଭିତରେ ନହେଲେ ସମୟ ଯେବେ ଏକୁଟିଆ କରିବ ବହୁତ୍ ନିର୍ଦ୍ଦୟ ଭାବରେ ପରୀକ୍ଷା କରିବ ।
କେବେବି ଭାବ ନାହିଁ ତମେ ଏକୁଟିଆ ଅଛ ଭାବ କି ତମେ ଏକୁଟିଆ ଯଥେଷ୍ଟ ।
ଜୀବନ ଥରୁଟିଏ ମିଳିଥାଏ ବାରମ୍ବାର ନୁହେଁ , ଏହାକୁ ନିଜ ଖୁସୀରେ ସ୍ଵାଧୀନତାରେ ବଞ୍ଚିଲେ ଜୀବନର ସ୍ଵାଦ ଜାଣିହୁଏ ।
କେତେ ଏକୁଟିଆ ହୋଇଯାଏ ସେହି ବ୍ୟକ୍ତି 
ଯାହାକୁ ବହୁତ ଲୋକ ଜାଣି ତ ଥାଆନ୍ତି
ହେଲେ କେହି ବୁଝନ୍ତି ନାହିଁ ।
ନିଜର ଲୁହ ନିଜ ହାତରେ ପୋଛିବାକୁ ଚେଷ୍ଟା କର ,କାରଣ ଆଜିର ଦୁନିଆଁର ଲୋକେ ଦୁଃଖ କମ ଦୁର୍ବଳତା ଜାଣିବାକୁ ଅଧିକ ପସନ୍ଦ କରନ୍ତି ।
ଯେତିକି ଶୀଘ୍ର ତମେ ନିଜ ସ୍ବପ୍ନ ଉପରେ 
କାମ କରିବା ଆରମ୍ଭ କରିବ ,
ସେତିକି ଶୀଘ୍ର ତାର ପରିଣାମ ଦେଖିବାକୁ ପାଇବ ।
ନିଜେ ନିଜକୁ ଏମିତି ପ୍ରସ୍ତୁତ କରକି ,ଯେତେ ବଡ ସମସ୍ୟା ଆସୁ ନା କାହିଁକି ତୁମେ ଏକୁଟିଆ ସହଜରେ ଲଢ଼ି ପାରିବ ।
ବ୍ୟକ୍ତି ସାଧରଣତ ଏକାକୀ ସମୟରେ ନିଜ ବିଷୟରେ ବହୁତ୍ କିଛି ସିଖିଥାଏ ।
ଏକୁଟିଆ ବିତେ ଜୀବନ , ଲୋକ ତ କେବଳ ଆଶ୍ଵାସନା ଦେଇ ଥାନ୍ତି ସାଥ ନୁହେଁ ।
ଜୀବନରେ ସଫଳ ହେବାପାଇଁ କିଛି ସମୟ ଏକୁଟିଆ ରହିବା ଶିଖ କାରଣ ଏକାକୀ ସମୟରେ ନିଜ ବିଷୟରେ ବହୁତ୍ କିଛି ଶିକ୍ଷା ମିଳିଥାଏ ଆଉ ଆତ୍ମସଚେତନତା ବୃଦ୍ଧି ହୋଇଥାଏ ।
ଯଦି ଆରମ୍ଭ କରିବା ପାଇଁ ସାହସ ଅଛି ତେବେ ସଫଳ ହେବାର ସାହସ ମଧ୍ୟ ତୁମ ପାଖରେ ଅଛି ।
ଏକୁଟିଆ ଚାଲିବା ଦୁର୍ବଳତାର ସଙ୍କତେ ନୁହେଁ ; ଏହା ଏକ ଆତ୍ମବିସ୍ବାସ ଯେ ସେ ଏକୁଟିଆ ପ୍ରତ୍ୟେକ ଚ୍ୟାଲେଞ୍ଜକୁ ସାମ୍ନା କରି ପାରିବ ।
ଏକୁଟିଆ ସମୟରେ ଭାଙ୍ଗିପଡ ନାହିଁ ,ଏହାକୁ ଭବିଷ୍ୟତ ଗଠନ ପାଇଁ ଏକ ସମୟ ଭାବରେ ବ୍ୟବହାର କର ।
ଏକୁଟିଆ ରହିବାର ଅର୍ଥ ଏହା ନୁହେଁ ଯେ 
ସେ ଏକୁଟିଆ ଅଛି ,ଅର୍ଥ ହେଉଛି 
ନିଜକୁ ପ୍ରତିଫଳିତ କରିବା ଆଉ
ଆଗକୁ ବଢ଼ିବା ପାଇଁ ଯୋଜନା କରୁଛି ।
ଯେବେ ଏକାକୀ ଠିଆ ହୁଅନ୍ତି , 
ସେତେବେଳେ ନିଜ ଉପରେ ବିଶ୍ୱାସ କରନ୍ତି । ଅନ୍ୟମାନେ ସାଥ ଛାଡ଼ିଦେବା ସମୟରେ ,
ନିଜ ସାହସ ଉପରେ ଭରସା କରିବା ଶିଖନ୍ତି ।

Inspiration Quotes for Alone Time

Best Alone Motivational Quotes in Odia
Alone Quotes
ଏକାକୀ ରହିବା ସ୍ଵାଧୀନରେ ରହିବା ସହ ସମାନ ,ଏହାଦ୍ବାରା ତମେ ନିଜ ସ୍ବପ୍ନକୁ ଗୋଡ଼ାଇବା ପାଇଁ ସାହସ କରି ପାରିବ ।
ଯଦି ନିଜ ଉପରେ ବିଶ୍ୱାସ କରନ୍ତି ତେବେ ତୁମେ କେବେହେଲେ ଏକୁଟିଆ ନୁହଁନ୍ତି ।
ଏକାକୀତା ଏକ ପ୍ରତିବନ୍ଧକ ନୁହେଁ , ଏହା ଏପରି ଏକ ପର୍ଯ୍ୟାୟ ଯେଉଁଠାରେ ଆପଣ ଅଧିକ ଶକ୍ତିଶାଳୀ ଆଉ ସ୍ଥିର ହୋଇ ଉଠନ୍ତି ।
ଏକାକୀ ରହିବାର ଅର୍ଥ ନୁହେଁ ଯେ 
ତୁମେ ହଜି ଯାଇଛ, ଏହା ମାନେ
ତୁମେ ନିଜ ପାଇଁ ପଥ ନିର୍ମାଣ କରୁଛ ।
ମହାନତା ହାସଲ କରିବା ପାଇଁ ତୁମକୁ ଭିଡ଼ରେ ଚାଲିବା ଦରକାର ନାହିଁ କାରଣ ସର୍ବଶ୍ରେଷ୍ଠ ଯାତ୍ରା ଏକାକୀ ନିଆଯାଏ ।
ଏକାକୀ ରହିବା ଏକ ଦୁର୍ଭାଗ୍ୟର ବିଷୟ ନୁହେଁ ,ବରଂ ଯାହା ଚାହୁଁଛନ୍ତି ତାହା ଆବିଷ୍କାର କରିବା ପାଇଁ ଏକ ସୁଯୋଗ ।
ମହାନତା ପ୍ରାୟତ ଏକାକୀରୁ ଆରମ୍ଭ ହୁଏ ଯେଉଁଠାରେ ସ୍ପଷ୍ଟ ମନ ସହିତ ସ୍ବପ୍ନ ଦେଖିବାର ଅଧିକାର ମିଳିଥାଏ ।
ସଫଳତାକୁ ଧରି ରଖିବା ପାଇଁ ଅନ୍ୟ ମାନଙ୍କର ଆବଶ୍ୟକତା ନାହିଁ । ବେଳେବେଳେ ଏକୁଟିଆ କରିବା ନିଜକୁ ପ୍ରମାଣ କରିବାର ଭଲ ଉପାୟ ।
ପ୍ରକୃତ ଆତ୍ମବିଶ୍ବାସୀ ସେ ହୋଇଥାଏ ଯିଏ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ଥାଏ ।
ବେଳେବେଳେ ନିଜ ହୃଦୟର କଥା ଶୁଣିବା ପାଇଁ ଏକୁଟିଆ ରହିବାକୁ ପଡ଼ିଥାଏ ।
ଏକୁଟିଆ ରହିବାର ଚାବି ହେଉଛି ନିଜର ଦୃଷ୍ଟିକୋଣ ବଦଳାଇବା ।
ମନରେ ସାହସକୁ ବାନ୍ଧି 
ଆଗେଇ ଚାଲ ନିଜ ଲକ୍ଷ୍ୟ ପଥରେ ,
ତୁମକୁ ତୁମର ଲକ୍ଷ୍ୟ ମିଳିଯିବ ,
ଆଗକୁ ବଢ଼ି ଏକୁଟିଆ ହାସିଲ କରିକି ଦେଖେଇ ଦିଅ ,
ଦୁନିଆଁ ତୁମ ପଛେ ପଛେ ଚାଲି ଆସିବ ।
କିଛି ରାସ୍ତା ଉପରେ ତୁମକୁ ଏକୁଟିଆ ଚାଲିବାକୁ ପଡ଼ିବ , ନା ପରିବାର ଥିବ ନା ସାଥୀ  ବାସ ତୁମେ ଆଉ ତୁମର ସାହସ ।
ସଂଘର୍ଷରେ ବିଜୟ ତାହାର ହୋଇଥାଏ , 
ଯିଏ ହାର ମାନିବାକୁ ମନା କରି ଦିଏ ।
ଲୋକ ତୁମ ବିଷୟରେ କଣ ଭାବନ୍ତି , 
ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ ,
ତୁମେ ନିଜ ବିଷୟରେ କଣ ଭାବୁଛ
ତାହା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।
ସାହସ ସମୁଦ୍ର ପରି ନୁହେଁ , ତେଲ ପରି ରଖ , ଯେମିତି ସମୁଦ୍ର ବି ତୁମକୁ କେବେ ବୁଡ଼େଇ ପାରିବ ନାହିଁ ।
କିଛି ଅଲଗା କରି କି ଦେଖେଇବା ପାଇଁ ଏକୁଟିଆ ଚାଲିବାକୁ ପଡ଼ିଥାଏ , ଦୁନିଆଁ କଣ କରୁଛି ଏହା ଦେଖ ନାହିଁ , କିଛି ଏମିତି କର ଯାହା ପୁରା ଦୁନିଆଁ ଦେଖିବ ।
ଭଲ ଜୀବନ ମାଗିଲେ ମିଳେନାହିଁ , 
ଏଥିପାଇଁ ଏକୁଟିଆ ପରିଶ୍ରମ କରିବାକୁ ପଡ଼ିଥାଏ ।
ନିଜର ନଜର ସବୁ ସବୁବେଳେ 
ସେଇ ଜିନିଷ ଉପରେ ରଖ ,
ଯାହାକୁ ତୁମେ ପାଇବାକୁ ଚାହୁଁଛ ,
ସେଇ ଜିନିଷ ଉପରେ ନୁହେଁ
ଯାହାକୁ ତୁମେ ହରେଇ ସାରିଛ ।
କେବଳ ଚାହିଁ ଦେଲେ ହେବ ନାହିଁ , ଜିଦ୍ ହେବା ଦରକାର ସେଇ ଜିନିଷକୁ ପାଇବା ପାଇଁ ।

Odia Quotes for Self Discovery

Best Alone Motivational Quotes in Odia
Alone Quotes
ପରିଶ୍ରମ କଲେ ତୁମର ସାହସ ବଢ଼ିଥାଏ , 
ଭାଗ୍ୟ ତ କେବଳ ସାନ୍ତ୍ଵନା ଦେଇ ଥାଏ ।
ଯଦି ସ୍ବପ୍ନ କିଛି ରଖିଛ ତେବେ ତାହା ପୁରା ବି ହେବ
, ବାସ ଆରମ୍ଭ ଆଜିଠୁ କରିବାକୁ ହେବ ,
ତୁମକୁ ଦୁନିଆଁ ସହିତ ପରେ ,
ପ୍ରଥମେ ନିଜ ସହିତ ଲଢ଼ିବାକୁ ହେବ ।
ନିଜକୁ ସଫଳ କରିବାକୁ କଠିନ ପରିଶ୍ରମ କର , ହାରିବା ପରେ ଚେଷ୍ଟା ପୁଣି ଥରେ କର ,
ସଫଳତା ତୁମ ପାଖକୁ ଚାଲି ଆସିବ ,
ନିଜର ସାହସକୁ ଟିକେ ଅଧିକ କର ।
ଜୀବନରେ ରିସ୍କ ନେବାପାଇଁ କେବେ ଡର ନାହିଁ , ଯଦି ମିଳିବ ଜିତ୍ ମିଳିବ ନହେଲେ ଯଦି ହାରି ଯାଉଛ ତେବେ ଶିକ୍ଷା ମିଳିବ ।
ଯଦି ଜିତିବାର ଅଛି ତେବେ ନିଜର ଦୁର୍ବଳତାକୁ ଚିହ୍ନି ତା ଉପରେ କାମ କର ।
ସଫଳ ସେ ହୋଇଥାଏ ଯିଏ ଅନ୍ୟ ଉପରେ ନୁହେଁ , ନିଜ ପରିଶ୍ରମ ଉପରେ ବିଶ୍ୱାସ କରିଥାଏ ।
ପଡ଼ିଯାଇ ଏମିତି ହିଁ ସାହସ କମ କର ନାହିଁ ହେ..ଯାତ୍ରୀ ସଫଳତାର ପଥ କଷ୍ଟରେ ଭରା ହେଲେ ଯଦି ଏଠାରେ କଷ୍ଟ ମିଲୁଛି ତେବେ ତାର ଔଷଧ ମଧ୍ୟ ମିଳିବ ।
କଥା କମ ,କାମ ଅଧିକ କର ,କାରଣ ଦୁନିଆଁକୁ କମ ସୁଭା ଯାଇଥାଏ ଆଉ ଅଧିକ ଦେଖା ଯାଇଥାଏ ।
ନିଜକୁ ଶିକ୍ଷକ କରି ନିଜକୁ ଶିକ୍ଷା ଦେବା ହିଁ ସର୍ବଶ୍ରେଷ୍ଠ ଜ୍ଞାନ ହୋଇଥାଏ ।
ସମସ୍ୟା ଯେଉଁ ପରିସ୍ଥିତିରେ ବି ଆସୁ , 
ଯିଏ ଲଢ଼ିଥାଏ ସିଏ ଲକ୍ଷ୍ୟସ୍ଥଳୀରେ ପହଞ୍ଚି ଥାଏ ।
ଯେକେହି ଯେତେ ବି କହୁ ନିଜକୁ ଶାନ୍ତ ରଖ ,କାରଣ ଯେତେବି ଟାଣ ଖରା ହେଉନା କାହିଁକି ସମୁଦ୍ରକୁ କେବେ ଶୁଖେଇ ପାରିବ ନାହିଁ ।
ଏକୁଟିଆ ରହିବା ଲୋକ କେବେ 
ହାରିବାକୁ ଡରନ୍ତି ନାହିଁ ,
ସେମାନେ ନିଜ ସାହସର ବିଶ୍ଵାସରେ ଲଢ଼ି ଥାଆନ୍ତି ,କାହାରି ସାହାଯ୍ୟର ବିଶ୍ଵାସରେ ନାହିଁ ।
ଜୀବନରେ ଯଦି ଆଗକୁ ବଢ଼ିବାର ଅଛି ତେବେ ବଧିର ହୋଇଯାଅ କାରଣ ଅଧିକ ଲୋକଙ୍କ କଥା ଦ୍ବାରା ମନୋବଳ ଭାଙ୍ଗି ଥାଏ  ।
ନିଜ ଉପରେ କାମ କରିବା ଆରମ୍ଭ କର ,
ବାକି ସବୁ ଆପେ ଆପେ ହୋଇଯିବ ।
ଜୀବନର ପଥ ବହୁତ୍ ଲମ୍ବା ହୋଇଥାଏ , 
ଏବେ ତ କେବଳ ଚାଲିବା ଆରମ୍ଭ କରିଛ
ସାହସ ରଖ ଆଉ ସଂଘର୍ଷ କର ,
ଏହି ପଥ ଶେଷ ମଧ୍ୟ ହୋଇଥାଏ ।
ଜୀବନରେ ସବୁ ସମୟ କିଛି ଖାସ ଘଟି ନ ଥାଏ , ଫୁଲର ମହକ ସବୁବେଳେ ପାଖକୁ ଆସି ନଥାଏ  । ନିଜକୁ ସଫଳ କରିବାକୁ ହେଲେ ନିଜେ ଏକୁଟିଆ ସବୁକିଛି କରିବାକୁ ପଡ଼ିଥାଏ ,ସଫଳତା ନିଜେ କେବେହେଲେ ପାଖକୁ ଆସି ନଥାଏ ।

ତେବେ ଏହା ଥିଲା Alone Motivational quotes ଆଶା କରୁଛୁ ଆପଣ ମାନଙ୍କୁ ଭଲ ଲାଗିଥିବ । ଯଦି ଭଲ ଲାଗିଲା ତେବେ ଏହାକୁ ନିଜ ସାଙ୍ଗ ମାନଙ୍କ ସହିତ share କରନ୍ତୁ ।

Visit Our Homepage.

Spread the love

Leave a comment