50+Best Famous Odia Quotes on Life

ଜୀବନ ଉତ୍ଥାନ-ପତନରେ ପରିପୂର୍ଣ୍ଣ , କିନ୍ତୁ ସକାରାତ୍ମକ ତଥା ପ୍ରେରିତ ରହିବା ଦ୍ଵାରା  ପ୍ରତ୍ୟେକ ସମସ୍ୟା କୁ ଦୂର କରି ପାରିବା ଏବଂ ସଫଳତା ହାସଲ କରି ପରିବା । ତେଣୁ ଏହି ପୋଷ୍ଟରେ କିଛି Famous Odia Quotes on Life ସଂଗ୍ରହ କରିଛୁ ଯାହା ଆପଣଙ୍କୁ ଉତ୍ସାହ ଦେବ ଆଗକୁ ବଢ଼ିବା ପାଇଁ । ଏହି ଶବ୍ଦ ଗୁଡ଼ିକ ମନେ ପକାଇ ଦେବ ଯେ ସଠିକ୍ ମାନସିକତା ଏବଂ ନିଷ୍ଠା ସହିତ ସଫଳତା ସମ୍ଭବ ।

20 Odia Motivational quotes on Life

Odia Quotes On Life
Life Quotes
ମନୁଷ୍ୟ ନିଜ ବିଶ୍ୱାସ ଦ୍ବାରା ନିର୍ମିତ ହୋଇଥାଏ , ଯାହା ସେ ବିଶ୍ୱାସ କରିଥାଏ 
ସେମିତି ସେ ହୋଇଥାଏ ।
ବେଳେ ବେଳେ ଜୀବନ ଯୋଜନା ଅନୁଯାୟୀ ଯାଇ ନଥାଏ , 
ହେଲେ ତୁମେ ସେହି ମୁହୂର୍ତ୍ତ ଗୁଡ଼ିକୁ କିପରି ପରିଚାଳନା କରୁଛ
ତାହା ତୁମର ଶକ୍ତି ଆଉ ଚରିତ୍ରକୁ ବ୍ୟାଖ୍ୟା କରିଥାଏ ।
ଯେତେଥର ଖସିଯାଅ ନା କାହିଁକି , ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁଣିଥରେ ଉଠିବା ।
ଜୀବନ ଧକ୍କା ଦେଇଥାଏ ଆଉ ଦେବ ହେଲେ
ପ୍ରତ୍ୟେକ ଥର ପୁନର୍ବାର ଉଠିବା ପରେ ନିଜକୁ ଶକ୍ତିଶାଳୀ ଆଉ ବୁଦ୍ଧିମାନ ପାଇବା ।
ଖରାପ ସ୍ୱାସ୍ଥ୍ୟ ଠାରୁ ବ୍ୟକ୍ତି ଯେତିକି ଦୁର୍ବଳ ହୋଇଥାଏ , 
ତା ଠାରୁ ଅଧିକ ସେ ନକାରାତ୍ମକ ବିଚାର ଠାରୁ ଥାକିଥାଏ ।
ଜୀବନ ମିଳିବା ଭାଗ୍ୟର କଥା , 
ମୃତ୍ୟୁ ହେବା ସମୟର କଥା
ହେଲେ ମୃତ୍ୟୁ ପରେ ମଧ୍ୟ ଲୋକମାନଙ୍କ ହୁଦୟରେ ରହିବା ଏହା କର୍ମ ର କଥା ।
ଏକ ବଡ଼ ପାହାଡ ଚଢ଼ିଲା ପରେ ଜଣା ପଡ଼େ ଯେ, 
ଏବେ ଏମିତି ଅନେକ ପାହାଡ଼ ଚଢ଼ିବା ବାକି ଅଛି ।
ବିଶ୍ୱାସ ଏକ ଏମିତି ଶକ୍ତି ଯାହା ଦ୍ଵାରା , 
ଧ୍ଵଂସ ହୋଇ ଯାଇଥିବା ଦୁନିଆଁରେ ବି ପ୍ରକାଶ କରା ଯାଇ ପାରିବ ।
ଅନ୍ଧାର କେବେବି 
ଅନ୍ଧାରକୁ ଦୂର କରି ପାରିବ ନାହିଁ ।
କେବଳ ପ୍ରକାଶ ହିଁ
ଅନ୍ଧାରକୁ ଦୂର କରି ପାରିବ । 
ସେହିପରି ଘୃଣା ଦ୍ବାରା
ଘୃଣା କୁ ଦୂର କରାଯାଇ ପାରିବ ନାହିଁ
କେବଳ କେବଳ ପ୍ରେମ ଦ୍ଵାରା
ଘୃଣା କୁ ଦୂର କରାଯାଇ ପାରିବ ।
 ମଣିଷ କର୍ମ ଦ୍ବାରା ମହାନ୍ ହୋଇଥାଏ ,
ଜନ୍ମରୁ ନୁହେଁ ।
ଯୋଉଠି ସୂର୍ଯ୍ୟର କିରଣ ପଡ଼େ ସେଠାରେ ଆଲୁଅ ହୋଇଥାଏ , 
ଆଉ ଯୋଉଠି ପ୍ରେମର ଭାଷା ଥାଏ ସେଠାରେ ପରିବାର ରହିଥାଏ ।
 ଜୀବନ ବଦଳେଇବାକୁ ଲଢ଼ିବାକୁ ପଡ଼ିଥାଏ ଆଉ ସହଜ କରିବାକୁ ଭଲରେ ବୁଝିବାକୁ ପଡ଼ିଥାଏ ।
 ଦୂରରେ ରହି ମଧ୍ୟ ଘନିଷ୍ଠତା ଅନୁଭବ କରାଇଥାଏ ଭାବନା,
ନହେଲେ ଦୂରି ତ ଦୁଇ ନୟନ ମଧ୍ୟରେ ବି ଥାଏ ।
 ମିଛର ବ୍ୟବସାୟ ଦେଶିଦିନ ପର୍ଯ୍ୟନ୍ତ ରହି ନଥାଏ , 
ହେଲେ ସତ ଗୋଟିଏ ହେଉ ନା କାହିଁକି ଶେଷ ପର୍ଯ୍ୟନ୍ତ ସହଯୋଗ କରିଥାଏ।

Inspirational Quotes to Elevate Your Life

Odia Quotes On Life
Life Quotes
  ଜୀବନରେ ସବୁଠୁ ବଡ ଧନବାନ ସେଇ ମଣିଷ ହୋଇଥାଏ , 
ଯିଏ ଅନ୍ୟକୁ ନିଜର ଖୁସୀ ଦେଇ ସେମାନଙ୍କ ମନ କିଣିଥାଏ ।
 ସୀସା ଆଉ ସମ୍ପର୍କ , ଏହା ବହୁତ୍ ଭଙ୍ଗପ୍ରବଣ । 
ଏମାନଙ୍କ ଭିତରେ ଅନ୍ତର କେବଳ ଏତିକି ଯେ

ସୀସା ଭୁଲରେ ଭାଙ୍ଗିଥାଏ ଆଉ ସମ୍ପର୍କ ଭୁଲ ବୁଝାମଣା ଦ୍ବାରା ଭାଙ୍ଗିଥାଏ ।
 ଯାହା ହାସଲ କରିଛନ୍ତି ତାହା ଦ୍ବାରା ସଫଳତା 
ମାପ କରାଯାଏ ନାହିଁ ,
ହେଲେ କରିଥିବା ପ୍ରତ୍ୟେକ ଚ୍ୟାଲେଞ୍ଜ ଆଉ ରାସ୍ତାରେ ଶିଖିଥିବା ଜ୍ଞାନ ଦ୍ବାରା
ମପା ଯାଇ ପାରିବ ।
 ଯନ୍ତ୍ରଣା ଯେଉଁ ଶିକ୍ଷା ଦେଇ ପାରିବ ତାହା ସାନ୍ତ୍ଵନା କେବେ ଦେଇ ପାରିବ ନାହିଁ ।
 ଜୀବନର ସବୁଠାରୁ ମୂଲ୍ୟବାନ ଶିକ୍ଷା ସାଧାରଣତଃ କଠିନ ମୁହୂର୍ତ୍ତରେ ସିଖାଯାଇଥାଏ ।
ଆମେ ଅତୀତକୁ ବଦଳେଇ ପରିବା ନାହିଁ ହେଲେ ସେଥିରୁ କିଛି ଶିଖି ପାରିବା ।
ଜୀବନର ଯାତ୍ରାରେ ଝଡ଼ କୁ ଏଡାଇବା 
ଗୁରୁତ୍ୱପୂର୍ଣ୍ଣ ନୁହେଁ ,
ବର୍ଷାରେ କିପରି ନାଚି ଶିଖିବା
ତାହା ଗୁରୁତ୍ୱପୂର୍ଣ୍ଣ ।
ପ୍ରକୃତ ସଫଳତା 
ଅନ୍ୟମାନଙ୍କ ଠାରୁ ଆଗକୁ ବଢ଼ିବା ନୁହେଁ ,
ବରଂ ଗତକାଲି ଅପେକ୍ଷା
ତୁମଠାରୁ ଭଲ ହେବା ବିଷୟରେ ଅଟେ ।
ଜୀବନ ଉପଯୁକ୍ତ ସମୟକୁ ଅପେକ୍ଷା କରିବା ନୁହେଁ , 
ବରଂ ତୁମର ଉପସ୍ଥିତି ଆଉ ପ୍ରୟାସ ସହିତ
ସମୟକୁ ସିଦ୍ଧି କରିବା ।
ଝଡ଼ ଚାଲି ଯିବାର ଅପେକ୍ଷା କରିବା ଜୀବନ ନୁହେଁ , 
ବର୍ଷାରେ କେମିତି ନାଚିବ ସେ ବିଷୟରେ ଭାବିବା ଦରକାର ।
ଲକ୍ଷ୍ୟ ରଖିଦେଲେ କିଛି ଫାଇଦା ନାହିଁ , 
ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ସେଥିରେ ଯାତ୍ରା ମଧ୍ୟ କରିବା ଦରକାର ।
ବିଫଳତା ସଫଳତାର ବିପରୀତ ନୁହେଁ , 
ଏହା ମଧ୍ୟ ଯାତ୍ରାର ଏକ ଅଂଶ ।
ତୁମର ପ୍ରଥମ ଅଧ୍ୟାୟକୁ ଅନ୍ୟ ମାନଙ୍କର ପଞ୍ଚମ ଅଧ୍ୟାୟ ସହିତ ତୁଳନା କର ନାହିଁ । 
କାରଣ ତୁମର ଯାତ୍ରା ଅନ୍ୟ ମାନଙ୍କଠାରୁ ଅଲଗା ,
ତୁମର ପ୍ରତିଦ୍ବନ୍ଦୀ କେବଳ ତୁମେ ନିଜେ ।
ତୁମର ମନ ଏକ ଉଦ୍ୟାନ , ଚିନ୍ତାଧାରା ମଞ୍ଜି । 
ତମେ ଫୁଲ ଗଛ ବଢାଇ ପାରିବ ନହେଲେ ଘାସ ବଢାଇ ପାରିବ ଏହା ତୁମ ଉପରେ ନିର୍ଭର।
କେହି ଖୁସିରେ ଅଛି ଏହାମାନେ ନୁହେଁ ଯେ 
ସବୁକିଛି ଠିକ୍ ଅଛି,
ଏହାମାନେ ହେଉଛି ସେ ଦୁଃଖ ସହିତ
ଜିଇଁବା ଶିଖି ଯାଇଛି ।
ଶାନ୍ତ ମନରେ ନିଆ ଯାଇଥିବା ପ୍ରତ୍ୟେକ ନିର୍ଣ୍ଣୟ ସବୁବେଳେ ଠିକ ପରିଣାମ ଦେଇଥାଏ ।
ଶିକ୍ଷା ଆଉ ସଂସ୍କାର ଜୀବନ ଜୀଇଁବାର ମୂଳମନ୍ତ୍ର , 
ଶିକ୍ଷା କେବେ ନଇଁବାକୁ ଦେଇ ନଥାଏ ଆଉ ସଂସ୍କାର କେବେ ଖୋସିବାକୁ ଦେଇ ନଥାଏ ।
ଆମେ ଅତୀତକୁ ବଦଳେଇ ପରିବା ନାହିଁ ହେଲେ ସେଥିରୁ କିଛି ଶିଖି ପାରିବା ।
ଜୀବନ ବହୁତ୍ ରଙ୍ଗୀନ ହୋଇଥାଏ 
କେତେବେଳେ ହସେଇ ଥାଏ ତ କେତେବେଳେ କନ୍ଦେଇ ଥାଏ
ହେଲେ ଯିଏ ଜୀବନର ଭିଡ଼ରେ ଖୁସୀ ରହିଥାଏ
ଜୀବନ ତା ସାମ୍ନାରେ ମୁଣ୍ଡ ନୁଆଁଇ ଥାଏ ।
ଜୀବନରେ କେବଳ ସେହି ଯାତ୍ରା ଅସମ୍ଭବ ,
ଯାହାକୁ ତମେ ଆରମ୍ଭ ହିଁ କରି ନାହଁ ।

Transformative Quotes for Daily Motivation

Famous Odia Quotes on Life
Quotes on Life
କିଛି ମିନିଟରେ ଜୀବନ ବଦଳିଯାଏ ନାହିଁ ,
ହେଲେ କିଛି ମିନିଟରେ ବୁଝିବିଚାରି ନେଇଥିବା ନିର୍ଣ୍ଣୟ ପୁରା ଜୀବନ ବଦଳେଇ ଥାଏ ।
ଭରସା ଏକ ଜୀବନ୍ତ ଶବ୍ଦ ,ଯାହା ଅନ୍ଧାରରେ ଦୀପ ପରି ଉଜ୍ବଳ କରିଥାଏ ।
ଜୀବନର କୌଣସି ହାତ ନଥାଏ ହେଲେ ବେଳେବେଳେ ଏମିତି ଚାପୁଡ଼ା ମାରିଥାଏ ଯାହା ଜୀବନସାରା ମନେ ରହିଯାଏ ।
ଜୀବନ ସେମିତି ନୁହେଁ 
ଯେମିତି ତମେ କାମନା କର ,
ତାହା ସେମିତି ହୋଇଯାଏ
ଯେମିତି ତୁମେ କରିଥାଅ  ।
ପ୍ରକୃତ ଖୁସିର ସ୍ରୋତ ବାହାରେ ନୁହେଁ , 
ବରଂ ତୁମ ଭିତରେ ଅଛି ।
ସବୁବେଳେ ଖୁସୀ ରୁହ ,ଉଦାସ ରହିଲେ ଜୀବନର ସବୁ ସମସ୍ୟା ନିଜେ ଠିକ୍ ହୋଇଯାଏ ନାହିଁ।
ମାଟିର କଳସ ଆଉ ପରିବାରର ମୂଲ୍ୟ କେବଳ ଗଢ଼ିବା ଲୋକ ଜାଣିଥାଏ ଭାଙ୍ଗିବାବାଲା ନୁହେଁ ।
ସମୟ ବଦଳିଥାଏ ଜୀବନ ସାଥିରେ ,
ଜୀବନ ବଦଳିଥାଏ ସମୟ ସାଥିରେ ,
ସମୟ ବଦଳି ନଥାଏ ପ୍ରିୟଜନଙ୍କ ସାଥିରେ ବାସ
ପ୍ରିୟଜନ ବଦଳି ଯାଆନ୍ତି ସମୟ ସାଥିରେ ।
ସମ୍ପର୍କ ସୂର୍ଯ୍ୟମୁଖୀ ଫୁଲ ପରି ହୋଇଥାଏ 
ଯୁଆଡ଼େ ଭଲପାଇବା ମିଳେ
ସେପଟେ ତାର ମୁଁହ ମୋଡ଼ି ଦିଏ ।
ପ୍ରକୃତ ସୁଖ ଆମେ ଦୁନିଆଁରୁ ଯାହା ପାଇଥାଉ 
ତାହା ନୁହେଁ ,
ଦୟା, ପ୍ରେମ ଆଉ ସମର୍ଥନ ମାଧ୍ୟମରେ ଅନ୍ୟମାନଙ୍କୁ ଯାହା ଦେଇଥାଉ ତାହା ହୋଇଥାଏ ।
ଯଦି ଲୋକ ତୁମକୁ ନେଇ ଖୁସୀ ନୁହେଁ ତେବେ 
ସେ ବିଷୟରେ ଧ୍ୟାନ ଦିଅ ନାହିଁ ,
ତୁମେ କାହାକୁ ମନୋରଞ୍ଜନ କରିବାକୁ ନାହିଁ
ବରଂ ନିଜର ଜୀବନ ଗଢ଼ିବାକୁ ଆସିଛ ।
ବହୁତ ଲୋକ ଖାଲି ପେଟରେ ଚାଲି ଯାଆନ୍ତି କାମକୁ କାରଣ ଦାୟିତ୍ଵ ଭାର ମଣିଷର ଭୋକ ମାରି ଦେଇଥାଏ ।
ନିଜର ପୀଡ଼ା ପାଇଁ ସଂସାରକୁ ଦୋଷ ଦିଅ ନାହିଁ  ନିଜ ମନକୁ ବୁଝାଅ ,
ମନର ପରିବର୍ତ୍ତନ ତୁମର ଦୁଃଖକୁ ଅନ୍ତ କରି ପାରିବ ।
ସମୟ ହେଉଛି ଏକ ମୂଲ୍ୟବାନ ଜିନିଷ , 
ତେଣୁ କିଛି ଆରମ୍ଭ କରିବା ପାଇଁ ଉପଯୁକ୍ତ ମୁହୂର୍ତ୍ତକୁ ଅପେକ୍ଷା କରି ଏହାକୁ ନଷ୍ଟ କର ନାହିଁ ।
ଜୀବନର ସବୁଠୁ ବଡ ପରିବର୍ତ୍ତନ ଛୋଟ ଛୋଟ ନିଷ୍ପତ୍ତିରୁ ଆରମ୍ଭ ହୋଇଥାଏ । 
ଦୟାଳୁ ହେବା , କଠିନ ପରିଶ୍ରମ କରିବା ଆଉ ନିଜ ଉପରେ ବିଶ୍ୱାସ କରିବା
ସମୟ ସହିତ ବଡ ପରିବର୍ତ୍ତନ ଆଣି ଥାଏ ।
ଯେତେଥର ଖସିଯାଅ ନା କାହିଁକି , ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁଣିଥରେ ଉଠିବା ।
ଜୀବନ ଧକ୍କା ଦେଇଥାଏ ଆଉ ଦେବ ହେଲେ
ପ୍ରତ୍ୟେକ ଥର ପୁନର୍ବାର ଉଠିବା ପରେ ନିଜକୁ ଶକ୍ତିଶାଳୀ ଆଉ ବୁଦ୍ଧିମାନ ପାଇବା ।
ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କର ନାହିଁ , କାରଣ ସମସ୍ତଙ୍କର ଜୀବନ ଅଲଗା ହୋଇଥାଏ । 
ଜଣେ ବ୍ୟକ୍ତି ପାଇଁ ଯାହା କାମ କରେ ତାହା ତୁମ ପାଇଁ କାମ କରି ନପାରେ ।
ଅନ୍ୟମାନଙ୍କୁ ଆଉ ନିଜକୁ କ୍ଷମା କରିବା ହେଉଛି ଏକ ଉପହାର ଯାହା ଆମେ ନିଜ ହୃଦୟକୁ ଦେଇଥାଉ ।
ଜୀବନରେ ଆଗକୁ ବଢିବାର ସର୍ବୋତ୍ତମ ଉପାୟ ହେଉଛି ଶିକ୍ଷା ଜାରି ରଖିବା ।
ଜୀବନରେ ସବୁକିଛି ପରଫେକ୍ଟ୍ ହେବ ବୋଲି 
ଆଶା କର ନାହିଁ ,
ତୁମ ପାଖରେ ଯାହା ଅଛି ସେଇଥିରେ ଖୁସୀ ରୁହ ।
ପ୍ରତିଦିନ କରୁଥିବା ପ୍ରୟାସ ଆଉ 
ଶିଖୁଥିବା ଶିକ୍ଷା କହିଦେବ
ତମେ ତୁମର ଲକ୍ଷ୍ୟସ୍ଥଳୀକୁ କେତେ ଶୀଘ୍ର ପହଞ୍ଚିବ ।
ଜୀବନର ସବୁଠୁ ବଡ଼ ଶିକ୍ଷା ଅନେକ ସମୟରେ କଷ୍ଟର ମୁହୂର୍ତ୍ତରୁ ଆସିଥାଏ , 
ଆଉ ଏହି ସଂଘର୍ଷ ମାଧ୍ୟମରେ ହିଁ ଆମ ଭିତରେ ଥିବା ଶକ୍ତିକୁ ବୁଝି ପାରିଥାଉ ।
ତୁମେ କରୁଥିବା ପ୍ରତ୍ୟେକ କାର୍ଯ୍ୟରେ ମହାନ ହେବେକୁ ପଡ଼ିବ ନାହିଁ , 
ହେଲେ ଯେ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିବ ସେ ପର୍ଯ୍ୟନ୍ତ ଆଗକୁ ବଢ଼ି ଚାଲିବ ।

Inspiring Quotes for Every journey

Odia Quotes On Life
Life Quotes
ସମୟ କୁ ଦେଖ ନାହିଁ , ବରଂ ସମୟ ଯାହା କରୁଛି ତାହା କର ଲଗାତାର ଆଗକୁ ବଢିଚାଲ ।
ଯେଉଁ ଲୋକ ସବୁବେଳେ ଅନ୍ୟର ଓଠରେ ହସ ଫୁଟାଏ 
ସମସ୍ତଙ୍କୁ ଖୁସିରେ ଦେଖିବାକୁ ଚାହେଁ
ସେହି ଲୋକ ହିଁ ଅସମୟରେ ଏକା ରହିଯାଏ ।
ଧନ ଅଧିକ ହେଲେ ଅହଂକାର ବଢିଯାଏ , 
ସମ୍ପର୍କ ପୁରୁଣା ହେଲେ ଭଲପାଇବା ସରିଯାଏ ।
ଜନ୍ମ ମୃତ୍ୟୁ ଅଟେ ଚିରନ୍ତନ ସତ୍ୟ କେତେବେଳେ ଆସେ ଯାଏ 
ଏହାର ସଠିକ ଖବର କେବେବି କାହାକୁ ଜଣା ନଥାଏ ।
ଆସିବା ସମୟ ଖୁସିର ଲହରୀ  ଯିବାବେଳେ ଦିଏ ଦୁଃଖ
ମଝିରେ ରହିଲା ଯେଉଁ ସମୟଟି  ମନକୁ ଖୁସିରେ ରଖ ।
କାହାକୁ କିଛି କହିବା ପୂର୍ବରୁ ଶହେଥର ଭାବିବା ଉଚିତ କାରଣ ମୁଁହରୁ ବାହାରି ଯାଇଥିବା କଥା ଆଉ ବହି ଯାଇଥିବା ପାଣି କେବେ ଫେରି ଆସେନାହିଁ ।
ମଣିଷ ଏକ ଏମିତି ପ୍ରାଣୀ , ଯାହାର ଦାନ୍ତରେ ନୁହେଁ ମୁହଁରୁ ବାହାରିଥିବା ଶବ୍ଦରେ ବିଷ ଥାଏ ।
ଜୀବନ ଗୋଟିଏ ଥର ମିଳେ ଏହା ଭୁଲ କଥା , କେବଳ ମୃତ୍ୟୁ ଗୋଟିଏ ଥର ମିଳିଥାଏ , ଜୀବନ ତ ସବୁଦିନ ମିଳିଥାଏ ।
ସୃଷ୍ଟିରେ ସବୁକିଛି ସୁନ୍ଦର , 
ଅସୁନ୍ଦରତ କେବଳ ମଣିଷ ମନ ଆଉ ମାନସିକତା ।
ପାଣି ଉପରେ ପଡ଼ିଲେ 
କାହାରି ଜୀବନ ଚାଲିଯାଏ ନାହିଁ ,
ଜୀବନ ସେତେବେଳେ ଚାଲି ଯାଇ ଥାଏ
ଯେବେ ପହଁରିବା ଜାଣି ନଥାଉ ।
ସେହିପରି ପରିସ୍ଥିତି କେବେ ସମସ୍ୟା ହୋଇ ନଥାଏ ,
ସମସ୍ୟା ସେତେବେଳେ ହୋଇଥାଏ
ଯେବେ ପରିସ୍ଥିତିକୁ ସାମ୍ନା କରିବା ଜାଣି ନଥାଉ ।
କେବେହେଲେ ନିରାଶ ହୁଅ ନାହିଁ 
ଆଜି ତୁମର ସମୟ ଖରାପ ଅଛି ତ କଣ ହେଲା
,କାଲି କିଛି ଶିଖେଇ
ସେହି ସମୟ ମଧ୍ୟ ପୁଣି ଚାଲିଯିବ
ତୁମ ଜୀବନରେ ପୁଣି ଖୁସୀ ଫେରି ଆସିବ ।
ସେବା ସମସ୍ତଙ୍କୁ କର ହେଲେ 
ଆଶା କାହା ଉପରେ ରଖ ନାହିଁ କାରଣ
ସେବାର ଠିକ୍ ମୂଲ୍ୟ ଭଗବାନ ଦେଇ ପାରିବେ ମଣିଷ ନାହିଁ ।
ପରିଶ୍ରମ କରୁଥିବା ଲୋକ କେବେ ଭୋକରେ ଶୁଏ ନାହିଁ , ଖରାପ ଚିନ୍ତା କରୁଥିବା ଲୋକର କେବେ ପେଟ ପୁରେ ନାହିଁ ।
ପ୍ରତ୍ୟେକ ଦୀପର ତଳେ ଅନ୍ଧାର ହୋଇଥାଏ 
ପ୍ରତ୍ୟେକ ରାତି ପରେ ସକାଳ ଥାଏ
ସମସ୍ୟାକୁ ଦେଖି ଡରି ଯାଆନ୍ତି ଲୋକ
ହେଲେ ପ୍ରତ୍ୟେକ ସମସ୍ୟାର ପଛରେ ସମାଧାନ ରହିଥାଏ ।
ସମୟ କଥା କହି ପାରି ନଥାଏ ସତ , 
ହେଲେ ଠିକ୍ ସମୟରେ କହି ଦେଇଥାଏ
କିଏ ପର ଆଉ କିଏ ସେ ନିଜର ।
ସେହି ଜାଗାରେ କେବେ ରହିବ ଉଚିତ ନୁହେଁ ଯେଉଁଠି ନିଜର ଅଧିକାର ଆଉ ଚରିତ୍ରକୁ ସମ୍ମାନ ମିଳି ନଥାଏ ।
ସତ୍ୟ ଏକ ଏମିତି ଧନ , 
ଯାହାକୁ ପ୍ରଥମେ ଖର୍ଚ୍ଚକର ଆଉ ସାରା ଜୀବନ ଆନନ୍ଦ ପାଅ ।
ମିଥ୍ୟା ଏକ ଏମିତି ଗୁଣ ଯେଉଁଥିରେ କ୍ଷଣିକ ପାଇଁ ସୁଖ ପାଅ
ଆଉ ଜୀବନ ସାରା ଦୁଃଖ ପାଅ ।
ପରିଚୟ ଦ୍ବାରା ମିଳିଥିବା କାମ 
ବହୁତ କମ ସମୟ ପାଇଁ ରହିଥାଏ ହେଲେ
କାମ ଠାରୁ ମିଳିଥିବା ପରିଚୟ
ଜୀବନସାରା ରହିଥାଏ ।
ଛୋଟ ଛୋଟ ଖୁସୀ ହିଁ ମଣିଷକୁ ବଞ୍ଚିବା ପାଇଁ ପ୍ରେରଣା ଦେଇଥାଏ 
ଆଉ ଛୋଟ ଛୋଟ ଆଶା ହିଁ ମଣିଷକୁ ଦୁଃଖରେ କନ୍ଦେଇ ଦିଏ ।
ବେଳେ ବେଳେ ନିଜର ଦୋଷ ନଥାଇ ମଧ୍ୟ ସମ୍ପର୍କ ପାଇଁ ଦୋଷୀ ହେବାକୁ ପଡ଼ିଥାଏ , 
କାରଣ ନିଜ ଲୋକଙ୍କୁ ହରେଇବାର ଡର ସବୁବେଳେ ମଣିଷକୁ ଖାଇଯାଇ ଥାଏ ।
ଭାଙ୍ଗିଯାଇଥିବା ସମ୍ପର୍କ ଆଉ ପୋଡିଯାଇଥିବା ତରକାରୀ ମଧ୍ୟରେ 
କୌଣସି ଫରକ ନଥାଏ ,
ଏ ଦୁଇଟିକୁ ଯେତେ ସଜାଡିବାକୁ ଚେଷ୍ଟା କଲେ ମଧ୍ୟ
ଏଥିରେ ମଧୁରତା ଫେରି ଆସି ନଥାଏ ।
ଯାହା ଘଟି ଯାଇଛି ତାକୁ ଭୁଲି ଯାଅ ,
ଯାହା ଘଟୁଛି ତାକୁ ଗ୍ରହଣ କର ,
ଯାହା ଘଟିବାର ଅଛି ତା ଉପରେ ଭରସା ରଖ
କାରଣ ଭଗବାନ ଯାହା କରନ୍ତି
ପ୍ରାଣୀର ମଙ୍ଗଳ ପାଇଁ କରନ୍ତି ।
ନିଜର ଲୁହ ନିଜ ହାତରେ ପୋଛିବାକୁ ଚେଷ୍ଟା କର ,କାରଣ ଆଜିର ଦୁନିଆଁର ଲୋକେ ଦୁଃଖ କମ ଦୁର୍ବଳତା ଜାଣିବାକୁ ଅଧିକ ପସନ୍ଦ କରନ୍ତି ।
ଛୋଟ ଛୋଟ ଭୁଲ କରିବା ଠାରୁ 
ଦୂରେଇ ରୁହ କାରଣ ,
ମଣିଷ ସାଧାରଣତଃ
ଛୋଟ ପଥରରେ ଛନ୍ଦିହୋଇ ପଡ଼ିଥାଏ ,
ପାହାଡ଼ରେ ଧକ୍କା ହୋଇ ନୁହେଁ । 

ତେବେ ଏହା ଥିଲା Odia Quotes on Life ଆଶା କରୁଛୁ ଆପଣ ମାନଙ୍କୁ ଭଲ ଲାଗିଥିବ । ଯଦି ଭଲ ଲାଗିଲା ତେବେ ଏହାକୁ ନିଜ ସାଙ୍ଗ ମାନଙ୍କ ସହିତ share କରନ୍ତୁ ।

Visit Our Homepage

Spread the love

Leave a comment