ସଫଳତା ଏକ ସରଳ ପଥ ନୁହେଁ , ଏହା ବହୁତ ଚ୍ୟାଲେଞ୍ଜ ଆଉ କଠିନ ପରିଶ୍ରମରେ ପରିପୂର୍ଣ୍ଣ ଯାତ୍ରା । ଆଉ ମଧ୍ୟ ସଫଳତା କେବଳ ଭାଗ୍ୟ ବା ପ୍ରତିଭା ଦ୍ବାରା ମିଳି ନଥାଏ , ନିଷ୍ଠା , ସ୍ଥିରତା , ଆଉ ଆଗକୁ ବଢ଼ିବାର ସାହସ ମଧ୍ୟ ଦରକାର ହୋଇଥାଏ । ତେଣୁ ଆମେ Top 3 Best Odia Motivational Story ଆପଣ ମାନଙ୍କ ପାଇଁ ପ୍ରସ୍ତୁତ କରିଛୁ ଯାହା ସଫଳତା ପାଇଁ ଆଗକୁ ବଢ଼ିବାକୁ ସାହସ ଦେବ ।
କାହାଣୀ :- ଅଳସୁଆ ସିଂହ
ଏକ ଜଙ୍ଗଲରେ ଗୋଟିଏ ସିଂହ ରହୁଥିଲା । ସେ ବହୁତ୍ ଶକ୍ତିଶାଳୀ ଆଉ ସାହସୀ ଥିଲା ଆଉ ସମସ୍ତେ ତାକୁ ବହୁତ୍ ସମ୍ମାନ କରୁଥିଲେ । କାରଣ ସମସ୍ତେ ତାକୁ ଦେଖି ବହୁତ୍ ଡରୁଥିଲେ । ସିଂହ ବହୁତ୍ ଶକ୍ତିଶାଳୀ ଥିଲେ ମଧ୍ୟ ସେ ଅଧିକ ସମୟରେ ଭୋକିଲା ରହୁଥିଲା , କାରଣ ସେ ବହୁତ୍ ଅଳସୁଆ ଆଉ ସବୁବେଳେ ଶୋଇ ରହୁଥିଲା । ଅଜାଣତେ ଯଦି କେହି ପାଖରେ ଯାଉଥିଲା ତେବେ ସେ ତାକୁ ଶିକାର କରି ଦେଉଥିଲା ନହେଲେ ଆଉ କାହାର ଖାଦ୍ୟକୁ ଛଡ଼େଇ ଖାଉଥିଲା ।
ଦିନେ ଜଙ୍ଗଲରେ ନିଆଁ ଲାଗି ଯାଇଥାଏ ଆଉ ଗରମ ପବନ ସମସ୍ତଙ୍କୁ ଅଣ ନିଃଶ୍ୱାସ କରି ଦେଉଥାଏ । ତେଣୁ ସମସ୍ତ ଜୀବ ଜୀବନ ବଞ୍ଚାଇବାକୁ ଏଣେ ତେଣେ ଦୌଡୁ ଥାଆନ୍ତି । ସିଂହ ଦେଖେ ଆଉ ଭାବେ ଜଙ୍ଗଲର ରାଜା ତ ମୁଁ ଏମାନେ କାହାକୁ ଦେଖି ଏତେ ଡରୁଛନ୍ତି । ସେତେବେଳେ ଏକ ବିଲୁଆ ତା ପାଖ ଦେଇ ଯାଉଥାଏ, ସିଂହ ତାକୁ ଅଟକାଇ ପଚାରିଲା ଆରେ କଣ ହେଲା ଛାନିଆ ହୋଇ ଦଉଡୁଛ କାହିଁକି,କାହାକୁ ଦେଖି ବହୁତ୍ ଡରୁଛ । ବିଲୁଆ କହେ ପାଖ ଜଙ୍ଗଲରେ ନିଆଁ ଲାଗି ଯାଇଛି ମହାରାଜ , କିଛି ସମୟ ପରେ ଏ ଠାରେ ମଧ୍ୟ ପହଞ୍ଚି ଯିବ ତେଣୁ ଏ ଠାରୁ ଶୀଘ୍ର ଚାଲି ଯାଅ । ଏତିକି କହି ବିଲୁଆ ସେଠାରୁ ଚାଲି ଯାଏ ।
ସିଂହ କୁ ବିଶ୍ୱାସ ହୁଏ ନାହିଁ ତେଣୁ ଏକ ବଡ଼ ପଥର ଉପରକୁ ଚଢ଼ି ଦେଖେ ହେଲେ ତାକୁ କିଛି ଦେଖାଯାଏ ନାହିଁ ଆଉ ସେ ପୁଣି ଶୋଇବାକୁ ଚାଲିଯାଏ । କିଛି ସମୟ ପରେ ଏକ ମାଙ୍କଡ ଆସି ସିଂହକୁ ଉଠାଇ କହେ , ଜଙ୍ଗଲର ଚାରିଆଡ଼େ ନିଆଁ ବ୍ୟାପି ଗଲାଣି , ଜୀବନ ବଞ୍ଚାଇବାକୁ ଚାହୁଁ ଥିଲେ ଏ ଠାରୁ ଶୀଘ୍ର ଚାଲି ଯାଅ ।
ସିଂହ ଉଠିଲା ପରେ ଦେଖେ ପାଖ ଜଙ୍ଗଲରେ ନିଆଁ ଲାଗି ଯାଇଛି ଆଉ ତାଙ୍କ ଜଙ୍ଗଲ ଆଡ଼କୁ ମାଡ଼ି ଆସୁଛି , ହେଲେବି ଭାବେ ..ନିଆଁ ତ ବହୁତ୍ ଦୂରରେ ଅଛି ଏଠାରେ ପହଞ୍ଚିବାକୁ ବହୁତ୍ ସମୟ ଲାଗିବ । ଏତେ ଛାନିଆ ହୋଇ ଦଉଡିବି କାହିଁକି ,ଗୋଟେ ଡ଼ିଆଁ ମାରିଲେ ପାଖ ଜଙ୍ଗଲରେ ପହଞ୍ଚି ଯିବି, ଆଉ ପୁଣି ଥରେ ଶୋଇବାକୁ ଚାଲି ଯାଏ ।
ଏହାପରେ କିଛି ସମୟ ବିତି ଯାଏ, ନିଆଁ ପାଖକୁ ପହଞ୍ଚି ଯାଏ ଆଉ ଧୀରେ ଧୀରେ ତାତି ବଢ଼ିବାକୁ ଲାଗେ, ତାକୁ ବହୁତ୍ ଗରମ ଅନୁଭବ ହେବାକୁ ଲାଗେ ଆଉ ତାର ଆଖି ଖୋଲି ଯାଏ । ହେଲେବି ନିଜ ଦେହକୁ ଶକ୍ତ କରି ତା ସହିତ ତାଳମେଳ ଦେବାରେ ଲାଗିଯାଏ । ଯେତିକି ଯେତିକି ତାତି ବଢ଼େ ସେତିକି ତା ଦେହକୁ ଶକ୍ତ କରି କରି ଯାଏ । ଆଉ ଯେବେ ତାତି ଅସମ୍ଭାଳ ହୋଇ ଯାଏ, ସେ ଅଣ ନିଃଶ୍ୱାସ ହୋଇ ଯାଏ, ସହିବା ତା ପାଇଁ ବହୁତ୍ କଷ୍ଟ ହୋଇଯାଏ ।
ତେଣୁ ସେଠାରୁ ଉଠି ଜୋରରେ ଡ଼ିଆଁ ମାରି ଯିବାକୁ ଲାଗେ ହେଲେ ସେତେବଳକୁ ବହୁତ୍ ଡେରି ହୋଇ ଯାଇ ଥାଏ । ଚାରିଆଡ଼େ ପୁରା ନିଆଁ ଲାଗି ଯାଇଥିଲା, ଯୁଆଡ଼େ ବି ଯାଉଥିଲା ଖାଲି ନିଆଁ ପାଉଥିଲା । ବହୁତ୍ ଚେଷ୍ଟା କଲା ପରେ ବି ସେ ନିଜକୁ ବଞ୍ଚେଇ ପରେ ନାହିଁ ଆଉ ତାର ସେହିଠାରେ ମୃତ୍ୟୁ ହୋଇ ଯାଏ । ଯଦି ସେଠାରୁ ସେ ଆଗରୁ ଚାଲି ଯାଇ ଥାଆନ୍ତା ତେବେ ତାର ମୃତ୍ୟୁ ହୋଇ ନ ଥାଆନ୍ତା ।
ଶିକ୍ଷା :-
ସେହିପରି ଆମ ଜୀବନରେ ମଧ୍ୟ ଏମିତି ହୋଇ ଥାଏ । ଯେବେ ପରିସ୍ଥିତି ବିପରୀତ ହୋଇଯାଏ ତ ଆମେ ତାହା ସୁଧାରିବା ବା ସେଥିରୁ ବାହାରି ଆସିବା ପାଇଁ ଚେଷ୍ଟା କରିବା ଅପେକ୍ଷା ତା ସହିତ ତାଳମେଳ ଦେବାରେ ଲଗିଯାଉ। ସେତେବେଳେ ଯେତେ ବି ମଉକା ମିଳୁ ଥାଉ ନା କାହିଁ, ସେଥିରୁ ବାହାରି ଆସିବାକୁ ଆମେ ତାହା ମଧ୍ୟ ଅଣଦେଖା କରି ଦେଇଥାଉ । ଆମର ଆଖି ସେତେବେଳେ ଖୋଲି ଥାଏ ଯେବେ ପରିସ୍ଥିତି ବେକାବୁ ହୋଇ ଯାଏ ।ଆଉ ପଶ୍ଚାତାପ କରୁ କି ସମୟ ଥାଉ ଚେଷ୍ଟା କାହିଁକି କଲି ନାହିଁ । ତେଣୁ ଯେବେ ପ୍ରଥମେ ଅନୁଭବ କରୁଛ କି ତାହା ସମ୍ଭାଳିବା ବହୁତ୍ କଷ୍ଟ , ଠିକ୍ ସେତିକି ବେଳେ ସେହି ପରିସ୍ଥିତି କୁ ସୁଧାରିବାକୁ ଚେଷ୍ଟା କର ବା ସେଥିରୁ ବାହାରି ଯିବାକୁ ଚେଷ୍ଟା କର । ପରିସ୍ଥିତି ସହିତ ଲଢ଼ିବା ଆବଶ୍ୟକ ହେଲେ ସମୟ ଥାଉ ସେଥିରୁ ବାହାରି ଆସିବ ବୁଦ୍ଧିମାନ ର କାମ ।
କାହାଣୀ :- ପ୍ରୟାସ
ଏକ ରାଜ୍ୟରେ ଜଣେ ପ୍ରତାପୀ ରାଜା ରାଜୁତି କରୁଥିଲେ । ସେ ଦୟାଳୁ , ଦାନବୀର ଥିଲା । ଦିନେ ତାଙ୍କ ରାଜ୍ୟକୁ ଜଣେ ଋଷି ଆସି ଥିଲେ । ରାଜା ତାଙ୍କୁ ବହୁତ୍ ସ୍ନେହ ଓ ଆଦର ସହିତ ତାଙ୍କର ସେବା କଲେ ଆଉ ରାଜାଙ୍କର ଏପରି ବ୍ୟବହାରରେ ପ୍ରସନ୍ନ ହୋଇ ଋଷି ଜଣଙ୍କ ଏକ ସୁନ୍ଦର ପଥର ଉପହାର ସ୍ୱରୂପ ରାଜାଙ୍କୁ ପ୍ରଦାନ କଲେ ।
ରାଜା ସେହି ପଥରକୁ ଦେଖି ବହୁତ୍ ଖୁସି ହୋଇ ଗଲେ ଆଉ ସେହି ପଥରରେ ଭଗବାନଙ୍କ ମୂର୍ତ୍ତି ନିର୍ମିତ କରି ରାଜ୍ୟର ମନ୍ଦିରରେ ସ୍ଥାପିତ କରିବା ପାଇଁ ନିର୍ଣ୍ଣୟ ନେଲେ ଆଉ ଏହାର ନିର୍ମାଣ କାର୍ଯ୍ୟ ମନ୍ତ୍ରୀଙ୍କୁ ଦେଲେ । ଏହାପରେ ମନ୍ତ୍ରୀ ରାଜ୍ୟର ଶ୍ରେଷ୍ଠ ମୂର୍ତ୍ତି ଖୋଦନକାରୀ ପାଖକୁ ଯାଇ ପଥର ଦିଏ ଆଉ କହେ – ମହାରାଜ ଏହି ପଥରରେ ଏକ ମୂର୍ତ୍ତି ତିଆରି କରିବା ପାଇଁ ଆଦେଶ ଦେଇଛନ୍ତି ,ତୁମକୁ ସାତଦିନ ଭିତରେ ମୂର୍ତ୍ତି ନିର୍ମାଣ କରି ରାଜା ମହଲକୁ ପହଞ୍ଚାଇବାକୁ ପଡ଼ିବ ଆଉ ଏଥିପାଇଁ ତୁମକୁ ଶହେଟି ସୂର୍ଣ୍ଣମୁଦ୍ର ଦିଆଯିବ ।
ଶହେଟି ସୁର୍ଣ୍ଣମୁଦ୍ର ଶୁଣି ସେ ବହୁତ୍ ଖୁସୀ ହୋଇଯାଏ ଆଉ ମନ୍ତ୍ରୀ ସେଠାରୁ ଚାଲିଯିବା ପରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ପଥର ଉପରେ ହାତୁଡ଼ି ପ୍ରହାର କରେ ହେଲେ ପଥରଟି ଭାଙ୍ଗେନାହିଁ , ଏମିତି ବହୁତ ଥର ଚେଷ୍ଟା କରି ମଧ୍ୟ ଭାଙ୍ଗି ପାରେ ନାହିଁ । ଶେଷରେ ସେ ନିରାଶ ହୋଇ ଶେଷ ପ୍ରୟାସ କରିବା ପାଇଁ ହାତୁଡ଼ି ଉଠାଏ ହେଲେ ଏହା ଭାବି ଅଟକି ଯାଏ ଯେ ଏତେ ଚେଷ୍ଟା କରିବା ପରେ ଯଦି ଭାଙ୍ଗିଲା ନାହିଁ ତ ଏବେ କଣ ଭାଙ୍ଗିବ । ସେ ପଥରକୁ ନେଇ ମନ୍ତ୍ରୀଙ୍କୁ ଫେରାଇ ଦିଏ ଆଉ କହେ ପଥରକୁ ଭାଙ୍ଗିବା ଅସମ୍ଭବ ତେଣୁ ମୂର୍ତ୍ତି ନିର୍ମାଣ ହୋଇ ପାରିବ ନାହିଁ ।
ମୂର୍ତ୍ତି ନିର୍ମାଣ ରାଜାଙ୍କ ଆଦେଶ ହେତୁ ମନ୍ତ୍ରୀ ଜଣେ ସାଧାରଣ ମୂର୍ତ୍ତି ଖୋଦନକାରୀକୁ ଦେଇ କହେ ଦେଖ ପଥରକୁ ଭାଙ୍ଗିବା ବହୁତ୍ କଷ୍ଟ ହେଲେ ରାଜାଙ୍କ ଆଦେଶ ହେତୁ ତୁମକୁ ଯେମିତି ହେଲେବି ଏଥିରେ ମୂର୍ତ୍ତି ନିର୍ମାଣ କରିବାକୁ ପଡ଼ିବ , ସେ ନିରୀକ୍ଷଣ କରି ଦେଖେ ଆଉ ମନ୍ତ୍ରୀଙ୍କ ସାମ୍ନାରେ ପଥରକୁ ହାତୁଡି ପ୍ରହାର କରେ, ପଥର ଗୋଟିଏ ପ୍ରହାରରେ ଭାଙ୍ଗିଯାଏ ଆଉ ସେ ଶହେଟି ସୂର୍ଣ୍ଣମୁଦ୍ରର ହକଦାର ହୋଇ ମୂର୍ତ୍ତି କାର୍ଯ୍ୟରେ ଲାଗିଯାଏ ।
ଶିକ୍ଷା :-
ଏହି କାହାଣୀରୁ ଆମକୁ ଏହି ଶିକ୍ଷା ମିଳିଥାଏ ଯେ ଜୀବନରେ ବାରମ୍ବାର ଅସଫଳତା ମିଳୁ ନା କାହିଁକି ଯେ ପର୍ଯ୍ୟନ୍ତ ସଫଳତା ମିଳିନାହିଁ ସେ ପର୍ଯ୍ୟନ୍ତ ପ୍ରୟାସ କରିବା ଦରକାର । କାରଣ ଯଦି ରାଜ୍ୟର ସର୍ବଶ୍ରେଷ୍ଠ ମୂର୍ତ୍ତିକାରି ପ୍ରୟାସ କରିବା ଛାଡ଼ି ନଥାନ୍ତା ତେବେ ସେ ଶହେଟି ସୂର୍ଣ୍ଣମୁଦ୍ରାର ହକଦାର ହୋଇ ପାରି ଥାଆନ୍ତା ।
ସେହିପରି ଯେଉଁ ପ୍ରୟାସକୁ କରିବା ପାଇଁ ଆମେ ଅଟକି ଯାଉ ହୋଇ ପାରେ ସେହି ପ୍ରୟାସ ଆମକୁ ସଫଳତା ଦେଇ ପାରେ । ତେଣୁ ଶେଷ ପର୍ଯ୍ୟନ୍ତ ପ୍ରୟାସ କରିବା ଦରକାର । ସମସ୍ତଙ୍କ ଜୀବନରେ ଏକ ଏମିତି ସମୟ ଆସିଥାଏ , ଯେବେ ସବୁକିଛି ନିଜ ବିରୁଦ୍ଧରେ ହେଉଥାଏ ଆଉ ସବୁଆଡୁ ନିରାଶ ମିଳୁ ଥାଏ ନହେଲେ ତୁମର କୌଣସି ନିର୍ଣ୍ଣୟ ହୋଇପାରେ ଯାହା ଭୟାନକ ପ୍ରମାଣିତ ହୋଇଛି । ତମେ ଜୀବନର ସେହି ମୋଡରେ ଛିଡ଼ା ହୋଇଛ ଯୋଉଠି ସବୁକିଛି ଖରାପ ହେଉଛି ।
ହେଲେ ମନେରଖ ବିଫଳତା ସଫଳତା ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଆମର ଇତିହାସରେ ଯେତେବି ସଫଳ ହୋଇଛନ୍ତି ସେମାନେ ମଧ୍ୟ ଜୀବନରେ ବହୁତ୍ ଥର ଅସଫଳ ହୋଇଛନ୍ତି ,ହେଲେ ପ୍ରୟାସ କରିବା ଛାଡ଼ି ନଥିଲେ । ସେହିପରି ଆମେ ଯେତେବେଳେ ବହୁତ କାମ କରୁ ତେବେ ଜରୁରୀ ହୋଇ ନଥାଏ ଯେ ସବୁକିଛି ଠିକ୍ ହିଁ ହେବ ,ହେଲେ ଯଦି ତୁମେ ଏଥିପାଇଁ ପ୍ରୟାସ କରିବା ଛାଡ଼ି ଦେବ ତେବେ କେବେହେଲେ ସଫଳ ହୋଇ ପାରିବ ନାହିଁ । କଥାରେ ଅଛି ” ଜିତିବା ଲୋକ କେବେ ହାର ମାନେନାହିଁ ଆଉ ହାର ମାନିବା ଲୋକ କେବେ ଜିତି ପାରେ ନାହିଁ । “
କାହାଣୀ :- ବାଇ ଚଢ଼େଇର ବସା
ଏକ ସମୟର କଥା,ଦୁଇଟି ବାଇ ଚଢ଼ଇ ବସା ବାନ୍ଧିବା ପାଇଁ ଏକ ଜାଗା ଖୋଜୁଥିଲେ । ବହୁତ୍ ବୁଲିଲା ପରେ ଏକ ବଡ଼ ଗଛ ଟିଏ ଦେଖି ଅଟକିଯାଆନ୍ତି । ସେଠାରେ ବହୁତ୍ ପକ୍ଷୀ ବସା ବାନ୍ଧି ଥିଲେ । ତେଣୁ ସେମାନେ ପାଖରେ ଥିବା ଏକ ଛୋଟ ଗଛର ଡାଳରେ ବସା ବାନ୍ଧି ରହିବାକୁ ଲାଗନ୍ତି ।
ଏମିତି କିଛିଦିନ ବିତି ଯାଏ, ଦିନେ ଜଙ୍ଗଲରେ ନିଆଁ ଲାଗି ଯାଏ ଥାଏ । ଗାଁ ଲୋକମାନେ ନିଆଁ କୁ ଲିଭାଇବା ପାଇଁ ପାଖରେ ଥିବା ନଦୀରୁ ପାଣି ବୋହି ନିଆଁ ଉପରେ ଦେଉଥାନ୍ତି । ହେଲେବି ନିଆଁ କୁ ଆୟତ୍ତ କରି ପାରୁ ନଥାନ୍ତି । ଦେଖୁ ଦେଖୁ ନିଆଁ ବାଇ ଚଢେଇ ମାନଙ୍କ ବସା ଆଡ଼କୁ ମାଡ଼ି ଆସେ ,ସେମାନେ ଏକ ଛୋଟ ଗଛ ଉପରେ ବସା ବାନ୍ଧି ଥିଲେ ତେଣୁ ତାହା ଜଳି ଯିବାର ସମ୍ଭାବନା ଅଧିକ ଥିଲା ।
ଏଥିପାଇଁ ସେମାନେ ମଧ୍ୟ ନିଜ ଥଣ୍ଟ ରେ ପାଣି ନେଇ ନିଆଁ ଉପରେ ଦେଉଥାନ୍ତି । କିନ୍ତୁ ନିଆଁ ଲିଭୁ ନଥାଏ । ହେଲେବି ସେମାନେ ଅଟକି ଯାଆନ୍ତି ନାହିଁ, ନିଜ ଥଣ୍ଟ୍ ରେ ଟିକେ ଟିକେ ପାଣି ନେଇ ନିଆଁ ଉପରେ ଦେଉଥାନ୍ତି । ଏ ଦୃଶ୍ୟ ବଡ଼ ଗଛ ଉପରେ ବସିଥିବା ଚଢେଇ ମାନେ ଦେଖିଥାନ୍ତି ଆଉ ସେମାନଙ୍କ ମଧ୍ୟରୁ ଏକ ଚଢେଇ ଆଗକୁ ଆସି କହେ …ଆରେ କଣ ଲାଗୁଛି ତମେ ନିଆଁ ଲିଭେଇ ପାରିବ । ଦେଖ କେତେ ଜୋରରେ ନିଆଁ ଜଳୁଛି ଆଉ ତୁମର ଥଣ୍ଟ ଏତେ ଛୋଟ , କଣ ଏତିକି ଟିକେ ପାଣିରେ ନିଆଁ ଲିଭିଯିବ । ବାଇ ଚଢ଼େଇ ଟିକେ ରାଗିଯାଇ କହେ … ହଁ ଆମେ ଜାଣିଛୁ ଆମ ଦ୍ଵାରା ନିଆଁ ଲିଭିବ ନାହିଁ । ହେଲେବି ବସି ବସି ଦେଖିବା ଅପେକ୍ଷା କିଛି କରିବା ଭଲ । ଏହାପରେ ସେଇ ଚଢ଼େଇ ର ମୁଁହ ବନ୍ଦ୍ ହୋଇଯାଏ ।
ଶିକ୍ଷା :-
ସେହିପରି ଆମ ଜୀବନରେ ମଧ୍ୟ ଏମିତି ଅନେକ ଲୋକ ଥାନ୍ତି ଯେଉଁମାନଙ୍କୁ ଆମର ସଫଳତା ଖରାପ ଲାଗିଥାଏ । ସେମାନେ ସବୁବେଳେ ଆମ ଭିତରେ ଛୋଟ ଛୋଟ କମି ବାହାର କରିବା ପାଇଁ ସୁଯୋଗ ଖୋଜୁଥାନ୍ତି । ଆଉ ଯଦି କୌଣସି ଛୋଟ ଭୁଲ ହୋଇଯାଏ ତାକୁ ସେମାନେ ବଡ଼ କରି ଦିଅନ୍ତି । ଏହି କାରଣ ଯୋଗୁଁ ଆମେ ଆଗକୁ ବଢିବା ପୂର୍ବରୁ ଡରି ଯାଉ । ଆଉ ନିଜ ଉପରେ ସଂଦେହ ହେବାକୁ ଲାଗେ ଯେ କଣ ମୁଁ ଏଇ କାମ କରି ପାରିବି । ଆମର ମନ ଭାଙ୍ଗିଯାଏ । ତେଣୁ ଏମିତି ଲୋକ ମାନଙ୍କ କଥାକୁ ସବୁବେଳେ ଅଣଦେଖା କରିବା ଦରକାର ଆଉ ସେମାନଙ୍କ ଠାରୁ ସବୁବେଳେ ଦୂରେଇ ରହିବା ଦରକାର ।
ତେବେ ଏହା ଥିଲା ଓଡିଆ କାହାଣୀ To Elevate Your Life ଆଶା କରୁଛୁ ଆପଣ ମାନଙ୍କୁ ଭଲ ଲାଗିଥିବ । ଯଦି ଭଲ ଲାଗିଲା ତେବେ ଏହାକୁ ନିଜ ସାଙ୍ଗ ମାନଙ୍କ ସହିତ share କରନ୍ତୁ ।
Visit Our Homepage.