How to control Anger in Odia[2024] Best Story of Goutam buddha

କ୍ରୋଧ ଏକ ପ୍ରାକୃତିକ ଭାବନା , ହେଲେ ଯେତେବେଳେ ଏହା ନୀୟତ୍ରଣରୁ ବାହାରି ଯାଏ , ସେତେବେଳେ ଆମ ମାନସିକ ଶାନ୍ତିରେ ବାଧା ସୃଷ୍ଟି କରିଥାଏ ,ଆମର ସମ୍ପର୍କକୁ କ୍ଷତି ପହଞ୍ଚାଇ ଥାଏ ଆଉ ଆମ ବିଚାରକୁ କ୍ରୋଧର କୁହୁଡ଼ିରେ ଢାଙ୍କି ଦେଇଥାଏ ଯାହା ଫଳରେ ଆମେ ଠିକ୍ ସମୟରେ ଠିକ୍ ନିର୍ଣ୍ଣୟ ନେଇ ପାରନ୍ତି ନାହିଁ ଆଉ ଟିକେ ଟିକେ କଥାରେ ରାଗି ଯାଇ ବହୁତ୍ ଅସୁବିଧାର ସମ୍ମୁଖିନ ହୋଇ ଥାନ୍ତି । ତେଣୁ ଆଜି ଆମେ ମହାଜ୍ଞାନୀ ଗୌତମ ବୁଦ୍ଧଙ୍କର  ଏକ କାହାଣୀ How to Control Anger in Odia ନେଇକି ଆସିଛୁ ଯାହା କ୍ରୋଧକୁ ଶାନ୍ତ କରିବାରେ ସାହାଯ୍ୟ କରିବ ।

କାହାଣୀ :-

Odia Motivational Story କ୍ରୋଧ ରୁ ମୁକ୍ତି :- ଥରେ ଗୌତମ ବୁଦ୍ଧ ଶାନ୍ତି , କରୁଣ ଏବଂ ଜ୍ଞାନର ବାର୍ତ୍ତା ପ୍ରଚାର କରିବା ପାଇଁ ଗାଁରୁ ଗାଁକୁ ଭ୍ରମଣ କରୁଥିଲେ । ଏମିତି ପ୍ରଚାର କରି କରି ଏକ ଗାଁରେ ପହଞ୍ଚି ଗଲେ । ସେଠାରେ ବିଭିନ୍ନ ବର୍ଗର ଲୋକ ମାନେ ତାଙ୍କ ଶିକ୍ଷା ଶୁଣିବା ପାଇଁ ଏକତ୍ରିତ ହୋଇଥାନ୍ତି ଯେ ଜ୍ଞାନବାନ ବା ଶାନ୍ତିପୂର୍ଣ୍ଣ ଜୀବନଯାପନ  କେମିତି କରିବେ ।

ସେହି ଗାଁରେ ଜଣେ ବ୍ୟକ୍ତି ଥିଲା ଯିଏ କି ବହୁତ୍ କ୍ରୋଧୀ, ତିକ୍ତତା ଏବଂ ବିରକ୍ତିରେ ପରିପୂର୍ଣ୍ଣ ଥିଲା  । ଲୋକମାନେ ତ ବୁଦ୍ଧଙ୍କୁ ବହୁତ୍ ସମ୍ମାନ କରୁଥିଲେ ହେଲେ ସେହି ଲୋକଟି ବହୁତ୍ ଘୃଣା କରୁଥିଲା । ସେ ଭାବୁଥିଲା ଯେ ଗୌତମ ବୁଦ୍ଧ ସେମାନଙ୍କୁ ଅବାଟରେ ନେଉଛନ୍ତି ଆଉ ତାଙ୍କ ପ୍ରତି ଘୃଣାର ଭାବନାକୁ ବଢ଼ାଉଛନ୍ତି ।

ତେଣୁ ଯେତେବେଳେ ବୁଦ୍ଧ ଆଗକୁ ଆସି ତାଙ୍କର ଶିକ୍ଷା ଦେବା ଆରମ୍ଭ କଲେ ସେତେବେଳେ ସେହି ବ୍ୟକ୍ତି ଜଣକ ଠିଆ ହୋଇ ତାଙ୍କୁ କ୍ରୋଧରେ ଅପମାନିତ କରିବାକୁ ଲାଗିଲା ।ଜୋରରେ ଚିତ୍କାର କରି କହୁଥାଏ ତୁମେ କେବଳ ଠକାମି ଛଡ଼ା ଆଉ କିଛି ନୁହେଁ ! , ତୁମେ ତୁମର ଖାଲି ଶବ୍ଦ ଦ୍ବାରା ଲୋକଙ୍କୁ ପାଗଳ କରୁଛ ଆଉ ସେମାନେ ମୂର୍ଖ ଭାବରେ ତୁମକୁ ଅନୁସରଣ କରୁଛନ୍ତି । ତମେ ନିଜକୁ କଣ ବୋଲି ଭାବୁଛ ? ।

ସେହି ବ୍ୟକ୍ତି ଜଣଙ୍କର କଠୋର ଶବ୍ଦ ସତ୍ତ୍ବେ ଗୌତମ ବୁଦ୍ଧ ସଂପୂର୍ଣ୍ଣ ଶାନ୍ତ ରହିଗଲେ । ସେ କୌଣସି ପ୍ରତିକ୍ରିୟା ଦେଲେ ନାହିଁ କି ଅପମାନର ଜବାବ ମଧ୍ୟ ଦେଲେ ନାହିଁ । ସେ କେବଳ ସେଇଠି ଛିଡ଼ା ହୋଇ ଥିଲେ , ତାଙ୍କ ଚେହେରା ପୁରା ଶାନ୍ତ ଥିଲା । ଏହା ଦେଖି ଲୋକଟି ଆହୁରି କ୍ରୋଧିତ ହୋଇଉଠିଲା ,ସେ ଜୋରରେ ଚିତ୍କାର କରିବାକୁ ଲାଗିଲା। ତା ସ୍ୱର କ୍ରୋଧ ଏବଂ ଅବମାନନାରେ ପରିପୂର୍ଣ୍ଣ ହୋଇଗଲା ।

ଜନତା ଚୁପଚାପ୍ ଦେଖୁଥାନ୍ତି ଆଉ ବୁଦ୍ଧ ଏହାର ପ୍ରତିକ୍ରିୟାରେ କିଛି କହିବେ ବୋଲି ଆଶା କରିଥାନ୍ତି ହେଲେ ବୁଦ୍ଧ ଶାନ୍ତରେ ରହିଗଲେ । କିଛି ସମୟ ପରେ , ଯେତେବେଳେ ବ୍ୟକ୍ତି ଜଣକ କ୍ରୋଧକୁ ଶେଷ କରି ନିଶ୍ୱାସ ତ୍ୟାଗ କରେ ସେତେବେଳେ ଗୌତମ ବୁଦ୍ଧ ଧୀରେ ଧୀରେ କଥା ହେଲେ  । ଶାନ୍ତ ହସ ହସ ସହିତ ପଚାରିଲେ , ” ଯଦି କେହି ଆପଣଙ୍କୁ ଉପହାର ପ୍ରଦାନ କରନ୍ତି ଏବଂ ଆପଣ ଏହାକୁ ଗ୍ରହଣ କରନ୍ତି ନାହିଁ ତେବେ ଉପହାରଟି କାହାର ଅଟେ ?”।

ହଠାତ୍ ପ୍ରଶ୍ନରେ ଆଶ୍ଚର୍ଯ୍ୟ ହୋଇ ସେହି ବ୍ୟକ୍ତି ଜଣକ ଉତ୍ତର ଦେଇ କହେ ଏହା ଅର୍ପଣ କରୁଥିବା ବ୍ୟକ୍ତିର ଅଟେ । ଏହାପରେ ବୁଦ୍ଧ କହିଲେ ଠିକ ସେହିପରି ଭାବରେ ଯଦି କେହି ମତେ ସେମାନଙ୍କ କ୍ରୋଧ, ଅପମାନ କିମ୍ବା ଘୃଣା ପ୍ରଦାନ କରନ୍ତି ତେବେ ମୁଁ ଗ୍ରହଣ କରେ ନାହିଁ ସେମାନଙ୍କ କ୍ରୋଧ, ଅପମାନ କିମ୍ବା ଘୃଣା ସେମାନଙ୍କ ପାଖରେ ରହିଯାଏ । ତୁମର କ୍ରୋଧ ଆଉ ଘୃଣା ତୁମର ଅଟେ । ଏହା ମତେ କୌଣସି ପଭାବିତ କରିବ ନାହିଁ ଯେ ପର୍ଯ୍ୟନ୍ତ ଗ୍ରହଣ କରିବାକୁ ମନୋନୀତ ନ ହୋଇଛି ।

ବୁଦ୍ଧଙ୍କର କଥା ଶୁଣି ବ୍ୟକ୍ତି ଜଣକ ଚୁପ୍ ରହିଗଲା ଆଉ ତାଙ୍କ ଜ୍ଞାନ ବୁଝି ପାରିବା ପରେ ତାର କ୍ରୋଧ ଧୀରେ ଧୀରେ ଶାନ୍ତ ହୋଇଗଲା । ଏହା ବୁଦ୍ଧ ପୁଣି କହିଲେ ଦେଖ ” କ୍ରୋଧ ଜଳୁଥିବା କୋଇଲା ପରି ଅଟେ । ଯଦି ଏହାକୁ ଧରି ରଖନ୍ତି ଆଉ ଏହାକୁ ଅନ୍ୟ କାହା ଉପରେ ପକାଇବାକୁ ଚିନ୍ତା କରନ୍ତି ତାହେଲେ ତମେ ପ୍ରଥମେ ଏଥିରେ ଜଳିଯିବ ” । ତେଣୁ କ୍ରୋଧକୁ ଛାଡ଼ିଦିଅ ତୁମେ ଶାନ୍ତି ପାଇବ ।

କ୍ରୋଧ ହେଉଛି ବିନାଶକାରୀ ଶକ୍ତି ଯାହା ଅନ୍ୟ ଅପେକ୍ଷା ଧାରଣ କରିଥିବା ବ୍ୟକ୍ତିକୁ ଅଧିକ କ୍ଷତି ପହଞ୍ଚାଇ ଥାଏ । କ୍ରୋଧ ଆମର ବିଚାରକୁ କ୍ରୋଧର କୁହୁଡ଼ି ଦ୍ବାରା ଢାଙ୍କି ଦିଏ ଆଉ ଯନ୍ତ୍ରଣା ଦିଏ । କିନ୍ତୁ ମାନସିକ ସଚେତନତା ,ଧୈର୍ଯ୍ୟ ଏବଂ କରୁଣା କୁ ଅଭ୍ୟାସ କରି ଆମେ କ୍ରୋଧକୁ ବୁଝାମଣା ଏବଂ ଶାନ୍ତିରେ ପରିଣତ କରି ପାରିବା । ଗୌତମ ବୁଦ୍ଧଙ୍କ ଜ୍ଞାନ ଦ୍ବାରା ଗଭୀର ଭାବରେ ପ୍ରଭାବିତ ବ୍ୟକ୍ତି ଜଣଙ୍କ ତାହା ବୁଝି ପାରିଲା ଯେ ସେ ଯେଉଁ କ୍ରୋଧକୁ ଧରି ରଖିବା ପାଇଁ ଏତେ ସମୟ ଅତବାହିତ କରିଥିଲା , ବିଶ୍ୱାସ କରୁଥିଲା ତା କ୍ରୋଧ ଯଥାର୍ଥ ଅଟେ , କିନ୍ତୁ ଶେଷରେ ଏହା ତାକୁ କେବଳ ଅଧିକ ଯନ୍ତ୍ରଣା ଦେଉଥିଲା  ।

ତେଣୁ ସେ ବୁଦ୍ଧଙ୍କ ଆଗରେ ମୁଣ୍ଡ ନୁଆଁଇ କ୍ଷମା ମାଗିଲା ।” ମୁଁ ଭୁଲ କରିଛି , ମୋର କ୍ରୋଧ ମୋ ବ୍ୟତୀତ ଅନ୍ୟ କାହାକୁ ଆଘାତ ଦେଉନାହିଁ । ମତେ ଶାନ୍ତିର ରାସ୍ତା ଦେଖେଇ ଥିବାରୁ ବହୁତ୍ ଧନ୍ୟବାଦ୍ ।

ବୁଦ୍ଧ ଟିକେ ମୁରୁକି ହସି ଉତ୍ତର ଦେଲେ , ” କ୍ଷମା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ମୁଁ ତୁମର କ୍ରୋଧକୁ ଗ୍ରହଣ କରି ନାହିଁ । ତୁମେ ଏହାକୁ ଛାଡ଼ିବା କ୍ଷଣି ତୁମେ ନିଜକୁ ମୁକ୍ତ କରିଦେଲ । ହେଲେ ମନେରଖ କ୍ରୋଧ ଏକ ଏମିତି ଜିନିଷ ଯାହାକୁ ଆମେ ନିଜ ଭିତରେ ସୃଷ୍ଟି କରିଥାଉ ,ଆଉ ଏହାର ଔଷଧ ମଧ୍ୟ ନିଜ ଭିତରେ ଅଛି ।ବୁଦ୍ଧଙ୍କ କଥା ତାର ଆଖି ଖୋଲି ଦେଇଥିଲା ଆଉ ମନରେ ଏକ ନୂତନ ଚିନ୍ତାଧାରା ଭାରି ଯାଇ ଥଲା । ଆଉ ସେହିଦିଠାରୁ ସେ ଗୌତମ ବୁଦ୍ଧଙ୍କର ଅନୁଗାମୀ ହୋଇଗଲା ।

ଶିକ୍ଷା :-


ଏଇ କାହାଣୀରୁ ଆମକୁ ଏହି ଶିକ୍ଷା ମିଳିଥାଏ ଯେ ପ୍ରକୃତ ଶକ୍ତି କ୍ରୋଧର ପ୍ରତିକ୍ରିୟାରେ ନୁହେଁ ବରଂ ଏହାକୁ ଦୂର କରିବାରେ ଥାଏ । ଏହା ମାଧ୍ୟମରେ ଆମେ କେବଳ ଜୀବନରେ ନୁହେଁ ,ନିଜ ଭିତରେ ମଧ୍ୟ ସଫଳତା ପାଇଥାଉ । ଦେଖ କ୍ରୋଧ ଏକ ସାମୟିକ ଭାବନା, କିନ୍ତୁ ଯଦି ଆମେ ଏହାକୁ ନିୟନ୍ତ୍ରଣ ନକରିବା ତେବେ ଏହାର ପରିଣାମ ଦୀର୍ଘସ୍ଥାୟୀ ହୋଇପାରେ ।
କ୍ରୋଧକୁ ଛାଡ଼ି ଧୈର୍ଯ୍ୟ ମୋନବୃତି ଏବଂ କରୁଣାକୁ ଗ୍ରହଣ କରି ଶାନ୍ତି ଜୀବନ ବିତେଇ ପାରିବା । ଅନ୍ୟମାନେ କିପରି କାର୍ଯ୍ୟ କରନ୍ତି ,କେଉଁ ପରିସ୍ଥିତି ଉପୁଜିବ ଆମେ ତାହା ନିୟନ୍ତ୍ରଣ କରି ପାରିବା ନାହିଁ କିନ୍ତୁ କିପରି ପ୍ରତିକ୍ରିୟା କରୁ ତାହା ସର୍ବଦା ନିୟନ୍ତ୍ରଣ କରିପାରିବା ।

How to control anger immediately?

କ୍ରୋଧକୁ ନୀୟତ୍ରଣ କରିବା କଠିନ ହୋଇପାରେ ହେଲେ ଶାନ୍ତ ରହିବା ଆଉ ସ୍ପଷ୍ଟ ଭାବରେ ଚିନ୍ତା କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯେତେବେଳେ କ୍ରୋଧ ଅନୁଭବ କରଛୁ ସେତେବେଳେ କିଛି ସମୟ ଶାନ୍ତ ରହି ଏକ ଗଭୀର ନିଶ୍ୱାସ ନିଅନ୍ତୁ ଆଉ ନିଜକୁ ପଚାର ତୁମେ କାହିଁକି ବିରକ୍ତ ହେଉଛ ,ତୁମର ଭାବନା ପଛରେ ଥିବା ପ୍ରକୃତ କାରଣକୁ ବୁଝିବାକୁ ଚେଷ୍ଟା କର ଯାହା ପରିସ୍ଥିତିକୁ ଭଲ ଭାବରେ ପରିଚାଳନା କରିବାରେ ସାହାଯ୍ୟ କରିବ । ଆଉ ତୁମର ଭାବନାକୁ ଶାନ୍ତ ଭାବରେ ପ୍ରକାଶ କର , ଯଦି ବି କ୍ରୋଧ ଅନୁଭବ କରୁଛ ତେବେ ଠିକ୍ ଅଛି ହେଲେ ଚିତ୍କାର ନକରି ବା ଅଭଦ୍ର ବ୍ୟବହାର ନକରି ଶାନ୍ତ ଶବ୍ଦ ସହିତ ଏହାକୁ ପ୍ରକାଶ କରିବାକୁ ଚେଷ୍ଟା କର । କ୍ରୋଧିତ ରହିବା ପରିବର୍ତ୍ତେ ,ସମସ୍ୟାର ସମାଧାନ ପାଇଁ ଶୀଘ୍ର ଏକ ଉପାୟ ଖୋଜି ସମାଧାନ କରିବାରେ ଧ୍ୟାନ ଦିଅ ,ତୁମେ ନିଶ୍ଚୟ କ୍ରୋଧକୁ ଶାନ୍ତ କରି ପାରିବ ।

ତେବେ ଏହା ଥିଲା Odia Story for reducing anger ଆଶା କରୁଛୁ ଆପଣ ମାନଙ୍କୁ ଭଲ ଲାଗିଥିବ । ଯଦି ଭଲ ଲାଗିଲା ତେବେ ଏହାକୁ ନିଜ ସାଙ୍ଗ ମାନଙ୍କ ସହିତ share କରନ୍ତୁ ।

Go to our Homepage

Spread the love

Leave a comment