ନମସ୍କାର ସାଙ୍ଗମାନେ ଆଜି ଆମେ ନେଇକି ଆସିଛୁ Success Motivational Quotes in Odia । ଦେଖ ଜୀବନ ଏକ ଯାତ୍ରା , ଏହି ପଥରେ ଚାଲିବା ବହୁତ୍ କଷ୍ଟ ଦାୟକ ହୋଇଥାଏ ,ବହୁତ୍ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ବେଳେ ବେଳେ ତ ବହୁତ୍ କଠିନ ପରିଶ୍ରମ କଲା ପରେ ମଧ୍ୟ ଆମକୁ ସଫଳତା ମିଳି ନ ଥାଏ, ଆଉ ଆମେ ନିରାଶ ହୋଇ ଯାଆନ୍ତି । ଦେଖ ପରିସ୍ଥିତି ଯେତେବି ବିପରୀତ ହେଉ ନା କାହିଁକି, ଯେତେ ସମସ୍ୟା ଆସୁ ନା କାହିଁକି , ତା ସହିତ ପଢ଼ିବା ପାଇଁ ସମସ୍ତଙ୍କ ଭିତରେ ଶକ୍ତି ରହିଛି । ବାସ ସେହି ଶକ୍ତିକୁ ଉଜାଗର କରିବାର ଅଛି । ତେଣୁ ଏଠାରେ ଦିଆ ଯାଇଥିବା କିଛି Famous Odia Quotes କୁ ପଢ଼ନ୍ତୁ ଆପଣଙ୍କ ଜୀବନରେ ନୂଆ ଉର୍ଯା ଆଉ ଆତ୍ମବିଶ୍ବାସ ଭରିଦେବ ।
Success Motivational quotes to inspire you
କର୍ମ ଯେମିତି ହେଉନା କାହିଁ , ଯେବେ ଯାଏ ତମେ କର୍ମକୁ ସମ୍ମାନ କରିନାହିଁ ,
ସେତେବେଳେ ଯାଏ ଜୀବନରେ ସଫଳତା ପାଇପାରିବ ନାହିଁ ।
ସଫଳତାର ମଞ୍ଜି ଲଗେଇବା ପାଇଁ ସବୁଠୁ ଭଲ ସମୟ ହେଉଛି ଅସଫଳତାର ଋତୁ ।
ଆମର ସବୁଠୁ ବଡ ଦୁର୍ବଳତା
ଅଧାରେ ହାର ମାନିଯିବା ,
ସଫଳ ହେବାର ସବୁଠୁ ଭଲ ଉପାୟ
ସବୁବେଳେ ଆଉ ଗୋଟିଏ ଥର ପ୍ରୟାସ କରିବା ।
ଯଦି କୌଣସି କାମକୁ ଆରମ୍ଭ କରିବା ପାଇଁ,
ଅଧିକ ସମୟ ଦେଉଛନ୍ତି ,
ତେବେ ସେହି କାମକୁ କେବେହେଲେ କରି ପାରିବ ନାହିଁ । ଏଥିପାଇଁ ଏତେ ସମୟ ନଷ୍ଟ ନ କରି ସେହି କାମକୁ ଆଜି ହିଁ କରିବା ଆରମ୍ଭ କର ।
ଜିତିବାର ସଂକଳ୍ପ ଶକ୍ତି ,
ସଫଳ ହେବାର ଦୃଢ଼ ଇଚ୍ଛା ଆଉ
ନିଜ ଭିତରେ ଥିବା ଅସୀମ କ୍ଷମତା ର ଉଚ୍ଚତମ ସ୍ତର ପର୍ଯ୍ୟନ୍ତ ପହଞ୍ଚି ବାର ତୀବ୍ର ଅଭିଳାଷ ।
ଏସବୁ ଗୋଟିଏ ଗୋଟିଏ ଏମିତି ଚାବି ଯାହା ବ୍ୟକ୍ତିଗତ ଉତ୍କୃଷ୍ଟତା ର ବନ୍ଦ କବାଟ ଖୋଲି ଦେଇଥାଏ ।
ସଫଳତା ଯେ କୌଣସି ବୟସରେ ପାଇଲେ ବି ଭଲ , ହେଲେ ଯେତିକି ଶୀଘ୍ର ତୁମେ ପାଇବ,
ସେତିକି ଅଧିକ ସମୟ ପର୍ଯ୍ୟନ୍ତ ଏହାର ଆନନ୍ଦ ନେଇ ପାରିବ ।
ଯେବେ ଅସଫଳତା ମିଳେ ସେତେବେଳେ ସଂକେତ ଦେଇଥାଏ ଯେ ତୁମର ଯୋଜନା ଠିକ୍ ନୁହେଁ ।
ତେଣୁ କରିଥିବା ଯୋଜନା କୁ ପୁନଃନିର୍ମାଣ କର ଆଉ ଲକ୍ଷ୍ୟ ଆଡ଼କୁ ପୁଣି ଥରେ ବଢ଼ି ଚାଲ ।
ସଫଳତାର ମୁଖ୍ୟ ଆଧାର
ସକାରାତ୍ମକ ଚିନ୍ତାଧାରା ଓ ନିରନ୍ତର ପ୍ରୟାସ । ତେଣୁ ସବୁବେଳେ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ ।
ସଫଳତା ପାଇଁ ପରିଶ୍ରମ କରିବାକୁ କେବେ ଭୁଲ ନାହିଁ , କାରଣ ପରିଶ୍ରମ କରିବା ବାଲାଙ୍କ ଆଡ଼କୁ ଅଧିକ ଆକର୍ଷିତ ହୋଇଥାଏ ଏହି ସଫଳତା ।
ସଫଳତା ସେଇ ମାନଙ୍କୁ ମିଳିଥାଏ ଯାହା ସ୍ୱପ୍ନରେ ଜୀବନ ଥାଏ ।
ଦେଣା ଦ୍ବାରା କିଛି ହୁଏ ନାହିଁ ସାହସ ଦ୍ବାରା ଉଡାଯାଏ ।
ଯଦି ଯାତ୍ରା ଆରମ୍ଭ କରି ଦେଇଛ ତେବେ ଅଧା ରାସ୍ତାରୁ ଫେରି ଯାଅ ନାହିଁ , କାରଣ
ପୁଣି ଫେରି ଯିବାରେ ଯେତିକି ଦୂର ହେଉଛି , ହୋଇପାରେ ଲକ୍ଷ୍ୟ ତାଠାରୁ ଅଧିକ ପାଖରେ ଅଛି ।
ଗୋଟିଏ ସ୍ବପ୍ନ ଦେଖିବ ଯେବେ ,
ହଜାରେ ସମସ୍ୟା ଆସିବ ସେବେ । ହେଲେ
ସେହି ସମୟ ବି ଅତି ଆନନ୍ଦମୟ ହେବ ସେବେ , ସଫଳତା ତୁମ ହାତରେ ହେବ ଯେବେ ।
ଜିତିବା ଆଉ ହାରିବା ତୁମର ଚିନ୍ତାଧାରା ଉପରେ ନିର୍ଭର କରି ଥାଏ , ମାନି ନେଲେ ହାର ହେବ
ଜିଦ୍ କଲେ ଜିତିଯିବ ।
ସଫଳତା ହେଉଛି ଛୋଟ ଛୋଟ ପ୍ରୟାସର ସମଷ୍ଟି ତେଣୁ ବାରମ୍ବାର ଚେଷ୍ଟା କର ।
ସଫଳତାର ରାସ୍ତା ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ,କିନ୍ତୁ ଆପଣ ସାମ୍ନା କରିଥିବା ପ୍ରତ୍ୟେକ challenge ଆପଣଙ୍କୁ ଅଧିକ ଶକ୍ତିଶାଳୀ କରିଥାଏ ।
ସବୁକିଛି ସହଜ ହେବ ବୋଲି ଆଶା କର ନାହିଁ । କଠିନ ସମୟ ଆସିବ , କିନ୍ତୁ ତୁମେ ସେହି ମୁହୂର୍ତ୍ତ ଗୁଡ଼ିକୁ କିପରି ପରିଚାଳନା କରିବ ତୁମର ସଫଳତାକୁ ବ୍ୟାଖ୍ୟା କରେ ।
କଷ୍ଟରେ ହତାଶ ହୁଅନ୍ତୁ ନାହିଁ ନିଜକୁ ସର୍ବୋତ୍ତମ ସଂସ୍କରଣ ହେବାକୁ ଯାତ୍ରାର ଏକ ଅଂଶ ଭାବରେ ଗ୍ରହଣ କରନ୍ତୁ ।
ଯାତ୍ରା କଷ୍ଟସାଧ୍ୟ, କିନ୍ତୁ ଗନ୍ତବ୍ୟ ସ୍ଥଳ
ବହୁତ୍ ମୂଲ୍ୟବାନ ।
ଜୀବନରେ ସଫଳ ହେବାପାଇଁ କିଛି ସମୟ ଏକୁଟିଆ ରହିବା ଶିଖ କାରଣ ଏକାକୀ ସମୟରେ ନିଜ ବିଷୟରେ ବହୁତ୍ କିଛି ଶିକ୍ଷା ମିଳିଥାଏ ଆଉ ଆତ୍ମସଚେତନତା ବୃଦ୍ଧି ହୋଇଥାଏ ।
ଯଦି ଆରମ୍ଭ କରିବା ପାଇଁ ସାହସ ଅଛି ତେବେ ସଫଳ ହେବାର ସାହସ ମଧ୍ୟ ତୁମ ପାଖରେ ଅଛି ।
ମୋଜବୁତ୍ ହୁଅ ଆଉ ଏକୁଟିଆ ଚାଲିବାର ସାହସ ଆଣ ନିଜ ଭିତରେ ନହେଲେ
ସମୟ ଯେବେ ଏକୁଟିଆ କରିବ
ବହୁତ୍ ନିର୍ଦ୍ଦୟ ଭାବରେ ପରୀକ୍ଷା କରିବ ।
ନିଜେ ନିଜକୁ ଏମିତି ପ୍ରସ୍ତୁତ କରକି ,
ଯେତେ ବଡ ସମସ୍ୟା ଆସୁ ନା କାହିଁକି
ତୁମେ ଏକୁଟିଆ ସହଜରେ ଲଢ଼ି ପାରିବ
ପରିଶ୍ରମ କରିବା ବ୍ୟକ୍ତି ଦିନେ ନିଜ ଲକ୍ଷ୍ୟ ପାଖକୁ ପହଞ୍ଚି ଯିବ ହେଲେ ବାହାନା କରୁଥିବା ବ୍ୟକ୍ତି ସେଇଠି ଅଟକି ଯିବ ।
Success Motivational quotes to Elevate Your Life
ମନକୁ ବୁଝେଇ କାର୍ଯ୍ୟକୁ କର , ଧୀରେ ଧୀରେ ସେହି କାର୍ଯ୍ୟ ମନର ଅଭ୍ୟାସ ହୋଇଯିବ ।
ସଫଳତା ପାଇବାର କୌଣସି ଗୁପ୍ତ ସୂତ୍ର ନାହିଁ । କଠିନ ପରିଶ୍ରମ କର ଆଉ ଧୈର୍ଯ୍ୟବାନ ହୁଅ ।
ପରିଶ୍ରମ କରିବାକୁ କେବେ ବାହାନା କର ନାହିଁ, କାରଣ ଯଦି ଆଜି ଝାଳ ବୁହାଇବ ତେବେ କାଲି ପୁରସ୍କାର ପାଇବ ।
କଠିନ ପରିଶ୍ରମ ସଙ୍ଗେ ସଙ୍ଗେ ସଫଳତା ଦେଇପାରି ନଥାଏ ହେଲେ ଆଗକୁ ବଢ଼ିବାର ଦୃଢ଼ ମୂଳଦୁଆ ନିର୍ମାଣ କରି ଥାଏ ।
ସ୍ବପ୍ନ ରାସ୍ତା ଦେଖେଇ ଥାଏ , ପରିଶ୍ରମ ସେଠାକୁ ନେଇଥାଏ ।
ତେଣୁ ପରିଶ୍ରମ କରି ଚାଲନ୍ତୁ ପ୍ରୟାସ କଦାପି ନଷ୍ଟ ହୋଇ ନଥାଏ ।
କଠିନ ପରିଶ୍ରମ ସଫଳତାର ଗ୍ୟାରେଣ୍ଟି ଦେଇ ନଥାଏ
ହେଲେ ଏହା ବିନା ବିଫଳତା ନିଶ୍ଚିତ ହୋଇଥାଏ ।
ପ୍ରତ୍ୟେକ ପଦକ୍ଷେପ ଯେତେ କଠିନ ହେଲେ ମଧ୍ୟ ନିଜ ଗନ୍ତବ୍ୟ ସ୍ଥଳକୁ ନେଇ ଯାଇଥାଏ ।
ଧୈର୍ଯ୍ୟ ଅପେକ୍ଷା କରିବାର କ୍ଷମତା ନୁହେଁ , ଅପେକ୍ଷା କରୁଥିବା ସମୟରେ କିପରି କାର୍ଯ୍ୟ କରୁଛ ତାହା ଜରୁରୀ ହୋଇଥାଏ ।
ଧୈର୍ଯ୍ୟବାନ ରୁହ ଆଉ ବିଶ୍ୱାସ କର ଯେ ଲଗାଇଥିବା ମଞ୍ଜି ଆସନ୍ତାକାଲି ବହୁତ ସୁନ୍ଦର ହୋଇଯିବ ।
ଯେଉଁ ଗଛ ଧିରେ ଧିରେ ବଢ଼େ,ତାର ଫଳ ସର୍ବୋତ୍ତମ ହୋଇଥାଏ ।
ଭରସା ଏକ ଜୀବନ୍ତ ଶବ୍ଦ ,ଯାହା ଅନ୍ଧାରରେ ଦୀପ ପରି ଉଜ୍ବଳ କରିଥାଏ ।
ଯିଏ ନିଜ ସ୍ବପ୍ନକୁ ସାକାର କରିବା ପାଇଁ ସାହସ ରଖିଥାଏ ,ସେ ଦୁନିଆଁରେ କିଛି ନୂଆ କରି ଦେଖେଇ ଥାଏ ।
ସଫଳ ହେବାର ପ୍ରଥମ ପାହଚ କାମ ଆରମ୍ଭ କରିବା ।
ଯୁଦ୍ଧରେ ହାରିଥିବା ବ୍ୟକ୍ତି ପୁଣି ଜିତି ପାରିବ ,ହେଲେ ମନ ଭିତରେ ହାରିଥିବା ବ୍ୟକ୍ତି କେବେ ଜିତି ପାରିବ ନାହିଁ ।
ଗଛର ଡାଳରେ ବସିଥିବା ପକ୍ଷୀ ଡାଳ ଭାଙ୍ଗିଗଲେ ମଧ୍ୟ କେବେ ଡରି ନଥାଏ ,
କାରଣ ତାର ବିଶ୍ୱାସ ଡାଳ ଉପରେ ନୁହେଁ ନିଜ ଡେଣାରେ ଥାଏ ।
ଜୀବନର କୌଣସି ହାତ ନଥାଏ ହେଲେ ବେଳେବେଳେ ଏମିତି ଚାପୁଡ଼ା ମାରିଥାଏ ଯାହା ଜୀବନସାରା ମନେ ରହିଯାଏ ।
ଯଦି ଭାଗ୍ୟ ଉପରେ ଭରସା କରିବ ତେବେ ଭାଗ୍ୟରେ ଯାହା ଥିବ ତାହା ପାଇବ ,
ହେଲେ ଯଦି ନିଜ ଉପରେ ଭରସା କରିବ ତେବେ ଯାହା ଚାହିଁବ ତାହା ପାଇବ ।
ରାତିର ନିଦକୁ ଉଡ଼େଇ ଯିଏ ନିଜ ସ୍ବପ୍ନକୁ ସଜେଇ ଥାଏ ,ସଫଳତା ତା ପାଖକୁ ନିଜେ ଚାଲି ଆସିଥାଏ ।
ଜରୁରୀ ନୁହେଁ ସବୁ ଲଢେଇ ଜିତିବା , ଜରୁରୀ ହୋଇଥାଏ ପରାଜୟ ଠାରୁ କିଛି ଶିଖିବା ।
ଆମେ ଅସଫଳ ସେତେବେଳେ ହୋଇ ନଥାଉ ଯେବେ ପରାଜୟ ହୋଇ ଯାଉ ,
ସେତେବେଳେ ଅସଫଳ ହୋଇ ଥାଉ ଯେବେ ଭାବୁ ଏବେ ଆଉ ଜିତି ପାରିବି ନାହିଁ ।
ଲକ୍ଷ୍ୟ ନମିଳିଲେ ରାସ୍ତାକୁ ବଦଳାଅ ଲକ୍ଷ୍ୟକୁ ନୁହେଁ କାରଣ,
ବୃକ୍ଷ ନିଜ ପତ୍ରକୁ ବଦଳେଇ ଥାଏ ଚେର ନୁହେଁ ।
ପ୍ରତ୍ୟେକ କାମର ଆରମ୍ଭ ପୂର୍ବରୁ ଅସମ୍ଭବ ଲାଗିଥାଏ ,ହେଲେ ଅସମ୍ଭବ ପରେ ଲାଗିଥାଏ କଷ୍ଟ ନୁହେଁ ।
ଯେଉଁମାନେ ପ୍ରକୃତରେ କିଛି କରିବା ପାଇଁ ଚାହାନ୍ତି ସେମାନଙ୍କୁ ରାସ୍ତା ମିଳିଯାଏ ,
ହେଲେ ଯେଉଁମାନେ କିଛି କରିବାକୁ ଚାହାନ୍ତି ନାହିଁ ବାହାନା ବାହାର କରି ଦିଅନ୍ତି ।
ଜୀବନରେ ସେପର୍ଯ୍ୟନ୍ତ ଜୋର ଦେଇ କାମ କର , ଯେ ପର୍ଯ୍ୟନ୍ତ ଶୋଇ ଶୋଇ ପଇସା ପାଇବା ଆରମ୍ଭ କରି ନାଁହ ।
ପ୍ରକୃତିର ନିର୍ଣ୍ଣୟ ଉପରେ ସନ୍ଦେହ କର ନାହିଁ , ଯଦି ଆଜି ଦଣ୍ଡ ମିଳୁଛି ତେବେ ଏହାର ଭୁଲ ମଧ୍ୟ ହୋଇ ଥିବ ।
ତୁମେ ସଫଳତା ଖୋଜୁଛ ,ଏହା ତୁମର ଭୁଲ ।
ତୁମେ ସ୍ୱଚ୍ଚ ମନରେ ପରିଶ୍ରମ କରିବା ଆରମ୍ଭ କର , ସଫଳତା ତୁମ ପାଖକୁ ଚାଲି ଆସିବ ।
Life Changing Success Motivational quotes
ଯୋଉଠି ଅଛ ସେଇଠୁ ଆରମ୍ଭ କର ,
ଯାହା କରିବାକୁ ଚାହୁଁଛ ତାହା କର ହେଲେ ପରଫେକ୍ଟ ସୁଯୋଗକୁ ଅପେକ୍ଷା କର ନାହିଁ ।
ଯିଏ ଲକ୍ଷ୍ୟ ଗଢ଼ିଥାଏ ତାର ମନୋବଳ ଭାଙ୍ଗି ଯାଇ ପାରେ ହେଲେ ଯିଏ ସଂକଳ୍ପ କରିଥାଏ ତାର ଜିତିବା ନିଶ୍ଚିତ ହୋଇଥାଏ ।
ବହୁତ ଲୋକ ଅସଫଳ ହୋଇ ଯାଆନ୍ତି
କରିବାର ସାହସ ଥିଲେ ମଧ୍ୟ କାରଣ
ସେମାନେ ଏହି ଚିନ୍ତାଧାରାରେ ସମୟ ନଷ୍ଟ କରି
ଦିଅନ୍ତି ଯେ ଏବେ ବହୁତ ସମୟ ଅଛି କାଲି କରିବି ।
ଯିଏ ସକାଳୁ ଶୀଘ୍ର ଉଠିଥାଏ ,ସେ ନିଜ ସ୍ବପ୍ନକୁ ନେଇ ବହୁତ ଉତ୍ସାହିତ ହୋଇ ଥାଏ ।
ସମସ୍ତଙ୍କ ଭିତରେ ଏକ ସାହସୀ ସିଂହ ସୋଇଥିବା ଅବସ୍ଥାରେ ଲୁଚି ରହିଥାଏ ଆଉ
ଯେତେବେଳେ ତାହା ଜାଗୃତ ହୋଇଯାଏ ସେତେବେଳେ ଦୌଡ଼ି ଦୌଡ଼ି ସଫଳତାକୁ ଶିକାର କରିଥାଏ ।
କୌଣସି କାର୍ଯ୍ୟରେ ନିପୁଣ ହେବାପାଇଁ , ଗୋଟିଏ ମାତ୍ର ଉପାୟ ଅଭ୍ୟାସ କରିବା ।
ଜୀବନରେ ଅସଫଳ ସେହି ବ୍ୟକ୍ତିମାନେ ହୋଇ ଥାନ୍ତି , ଯେଉଁମାନେ ଅଧିକ ଭାବନ୍ତି ହେଲେ କରନ୍ତି କମ ।
ଜୀବନ ଏକ ଖେଳ ପରି ହୋଇଥାଏ ,
ଏହା ନିର୍ଭର କରିଥାଏ ତୁମ ଉପରେ କି ,
ତୁମେ ଖେଳାଳି ହେବ ନା ଖେଳନା ।
ସମୟ ମଣିଷକୁ ସଫଳ କରି ନଥାଏ , ସମୟର ଠିକ୍ ବ୍ୟବହାର ମଣିଷକୁ ସଫଳ କରିଥାଏ ।
ସଫଳତା ନମିଳିବା ଯାଏ ସଂଘର୍ଷ ଜାରି ରଖ , କେହି କେବେ ପ୍ରଥମ ପ୍ରୟାସରେ ସଫଳତା ପାଏନାହିଁ ।
ସକାଳର ନିଦ ମଣିଷର ସ୍ବପ୍ନକୁ ଦୁର୍ବଳ କରି ଦେଇଥାଏ , ତେଣୁ ଲକ୍ଷ୍ୟ ହାସିଲ କରିବା ବ୍ୟକ୍ତି କେବେ ଡେରିରେ ଉଠେ ନାହିଁ ।
ସବୁବେଳେ ଗୋଟିଏ କଥା ମନେରଖି ଥିବ , ଯୋଉଠି ସଂଘର୍ଷ ନଥାଏ
ସେଠାରେ ସଫଳତା ମଧ୍ୟ ନଥାଏ ।
ଭାଗ୍ୟ ଉପରେ ମଥା ପିଟିବା ଅପେକ୍ଷା ,
ପରିଶ୍ରମର ଝଡ଼ ତିଆରି କର
କବାଟ ଆପେ ଆପେ ଖୋଲି ଯିବ ।
ସଫଳ ବ୍ୟକ୍ତି କୌଣସି ଅଲଗା କାମ କରି ନଥାଏ , ବାସ କାମକୁ ଅଲଗା ଉପାୟରେ କରି ଥାଆନ୍ତି , ତେଣୁ ସଫଳ ହେବା ପାଇଁ ହେଲେ ଉପାୟକୁ ବଦଳାଅ କାମକୁ ନୁହେଁ ।
ଅଳସୁଆ ହୁଅ ନାହିଁ କାରଣ , ଅଳସ ହିଁ ଆମର ସବୁଠୁ ବଡ଼ ଘାତକ ଶତ୍ରୁ ।
କଠିନ ପରଶ୍ରମ କେବେ ବେକାର ଯାଇ ନଥାଏ ,ତୁମ ଜୀବନରେ ଦିନେ ନିହାତି ରଙ୍ଗ ଆଣିବ ।
ପଡ଼ିଯାଇ ଏମିତି ହିଁ ସାହସ କମ କର ନାହିଁ ହେ..ଯାତ୍ରୀ
ସଫଳତାର ପଥ କଷ୍ଟରେ ଭରା
ହେଲେ ଯଦି ଏଠାରେ କଷ୍ଟ ମିଳୁଛି
ତେବେ ତାର ଔଷଧ ମଧ୍ୟ ମିଳିବ ।
ଯିଏ ହସୁଛି ତାକୁ କଷ୍ଟ ହିଁ ପାଳିଥିବ ,
ଯିଏ ଚାଲୁଛି ତା ପାଦରେ ଛାଲି ପଡ଼ିଥିବ ,
ବିନା ସଂଘର୍ଷରେ ଚମକି ପାରିବେ ନାହିଁ କେହି ,
ଯିଏ ଜଳିବ ସେହି ଦୀପରେ ଉଜ୍ବଳ ହେବ ।
ସଂଘର୍ଷ ଯେତିକି କଠିନ ହେବ ,
ବିଜୟ ସେତିକି ସୁନ୍ଦର ହେବ ।
ଯାହା ପାଖରେ ଏକା ଚାଲିବାର ସାହସ
ଆଉ ସାମର୍ଥ୍ୟତା ଥାଏ ,
ଦିନେ ତା ପଛରେ ଦୁନିଆଁ ଚାଲିଥାଏ ।
ଭାଙ୍ଗିଯାଇଥିବା ସମ୍ପର୍କ ଆଉ ପୋଡିଯାଇଥିବା ତରକାରୀ ମଧ୍ୟରେ କୌଣସି ଫରକ ନଥାଏ ,
ଏ ଦୁଇଟିକୁ ଯେତେ ସଜାଡିବାକୁ ଚେଷ୍ଟା କଲେ ମଧ୍ୟ ଏଥିରେ ମଧୁରତା ଫେରି ଆସି ନଥାଏ ।
ଯିଏ ଚାଲି ଯାଇଛି ସେ ପୁଣିଥରେ ଫେରିଆସି ନଥାଏ ,
କିନ୍ତୁ ଜୀବନର ଏମିତି ଏକ ମୋଡରେ ସେ ନିଶ୍ଚୟ ତୁମକୁ ଖୋଜିବ
ଯେତେବେଳେ ତୁମେ ତା ପାଖରେ ନଥିବ ।
ନିଜେ ଲଢ଼ିବାକୁ ପଡ଼ିଥାଏ ନିଜ ଜୀବନର ଲଢେଇ , କାରଣ ଲୋକ ସାଥ କମ ଜ୍ଞାନ ଅଧିକ ଦେଇ ଥାଆନ୍ତି ।
ତେବେ ଏହା ଥିଲା Success Motivational Quotes ଆଶା କରୁଛୁ ଆପଣ ମାନଙ୍କୁ ଭଲ ଲାଗିଥିବ । ଯଦି ଭଲ ଲାଗିଲା ତେବେ ଏହାକୁ ନିଜ ସାଙ୍ଗ ମାନଙ୍କ ସହିତ share କରନ୍ତୁ ।
For more Motivational Quotes Visit Our Homepage