60+ Love Emotional Shayari in Odia

ଯେବେ କାହାର ହୃଦୟ ଭାଙ୍ଗିଯାଏ ସେତେବେଳେ ତା ଆଖିରୁ ଲୁହ ଝରିଯାଏ ,ସେ ବହୁତ ଉଦାସ ବା ଦୁଃଖିତ ହୋଇଯାଏ , ସେତେବେଳେ ସାଧାରଣତଃ ନିଜ ଭାବନାକୁ କାହା ସାମ୍ନାରେ ବ୍ୟକ୍ତ କରି ହୃଦୟର ପୀଡ଼ାକୁ କମ କରିବା ପାଇଁ ଚାହିଁ ଥାଏ ହେଲେ ତାର ଦୁଃଖ ଶୁଣିବା ପାଇଁ ପାଖରେ କେହି ନଥାନ୍ତି। ତେଣୁ ହୃଦୟର କଥା କହିବା ପାଇଁ ମେସେଜର ସାହାରା ନେଇ ଥାଏ  । ଯଦି ତୁମେ ମଧ୍ୟ ନିଜ ହୃଦୟର ପୀଡ଼ାକୁ କୌଣସି ମେସେଜ ସାହାଯ୍ୟରେ କହିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କ ପାଇଁ Love Emotional Shayari in Odia ନେଇ କି ଆସିଛୁ ।

Heart Touching Emotional Shayari

Love Emotional Shayari in Odia
Sad Love Quotes
କାହାର ହୃଦୟକୁ ଭାଙ୍ଗି କ୍ଷମା ମାଗିବା 
ବହୁତ ସହଜ ହୋଇଥାଏ ହେଲେ
ନିଜର ହୃଦୟ ଭାଙ୍ଗିଯିବା ପରେ
କାହାକୁ କ୍ଷମା କରିବା ବହୁତ କଷ୍ଟ ହୋଇଥାଏ ।
ଯିଏ ଚାଲି ଯାଇଛି 
ସେ ପୁଣିଥରେ ଫେରିଆସି ନଥାଏ ,
କିନ୍ତୁ ଜୀବନର ଏମିତି ଏକ ମୋଡରେ
ସେ ନିଶ୍ଚୟ ତୁମକୁ ଖୋଜିବ
ଯେତେବେଳେ ତୁମେ ତା ପାଖରେ ନଥିବ ।
ଅବଶୋଷ ହୋଇଥାଏ ଯେବେ ନିଜର ପସନ୍ଦ ଆଉକେହି ଚୋରେଇ ନିଏ ,ସ୍ବପ୍ନ ଆମେ ଦେଖନ୍ତି ହେଲେ ବାସ୍ତବତା ଆଉ କେହି କରି ନିଏ ।
ଯଦି ଭାଙ୍ଗିବାର ଥିଲା ତେବେ 
ସମ୍ପର୍କ ଯୋଡୁଥିଲ କାହିଁକି ,
ଯଦି ଖୁସୀ ଦେବାର ନଥିଲା ତେବେ
ମୋ ଦୁଃଖରେ ନାମ ଯୋଡ଼ୁଥିଲ କାହିଁକି ।
ପ୍ରେମର ରାସ୍ତାରେ ଖୁସୀ ଖୋଜୁଥିଲି 
ମିଳିଗଲା ମତେ ଦୁଃଖ ,
ପ୍ରିୟା ଚାଲିଗଲା ଛାଡ଼ି ଦେଇ ମତେ ,
ନେଇ ଗଲା ସବୁ ସୁଖ ।
ଗୋଲାପ ଫୁଲକୁ ଭଲ ପାଉଥିଲି କଥା, ମାଡ଼, ଗାଳି ସେହି ।
ସେହି ପ୍ରେମ ଆଜି ମଉଳି ଯାଇଛି, ମନରେ ଶରଧା ନାହିଁ ।
ଯଦି କାହାକୁ ଭଲ ପାଇବା ଦେଇ ପାରିବେ ନାହିଁ,
ତେବେ କାହାକୁ ଘୃଣା କରିବାର ଅଧିକାର ମଧ୍ୟ ତୁମର ନାହିଁ ।
ମୋ ଜୀବନ ସାଥିରେ ଖେଳିଗଲ ତମେ 
ଭାବି ମତେ ଏକ ଖେଳନା ।
ଆଉ କାହା ହାତଧରି ଚାଲିଗଲ ତୁମେ
ଦେଲ ମତେ ଭଲ ପାଉଣା ।
ତୁମ ଚେହେରା ଦେଖାଯାଏ ମତେ 
ଦିନର ଉଜ୍ବଳରେ
,ତୁମ ଚେହେରା ଦେଖାଯାଏ ମତେ
ରାତିର ଅନ୍ଧାରରେ ।
ତୁମ ସ୍ମୃତି ମତେ ଏବେ ବହୁତ୍ କଷ୍ଟ ଦିଏ ,
ଯେବେଠୁ ଛାଡ଼ି ଦେଇଗଲ ଆଣି ତୁମେ ଅଧା ବାଟରେ ।
ବରବାଦ କରିଦିଏ ଏହି ପ୍ରେମ ପ୍ରତ୍ୟେକ ପ୍ରେମୀଙ୍କୁ
,କାରଣ ପ୍ରେମ ହାର ମାନେ ନାହିଁ ଆଉ ହୃଦୟ କଥା ଶୁଣେ ନାହିଁ ।
ଜୀଉଁଥିଲି ଯାହା ପାଇଁ , ଯାହା ପାଇଁ  ଝୁରି ମରୁଥିଲି ,ସେ ଏକ ଏମିତି ଝିଅ ଥିଲା ଯାହାକୁ ମୁଁ ଭଲ ପାଉଥିଲି  ।
ମୋ ମୁହଁର ହସ ତୁମେ ମୋ ହୃଦୟର ଖୁସୀ ତୁମେ , ମୋ ଓଠର ହସ ତୁମେ, ମୋ କାହାଣୀର ନାୟିକା ତୁମେ ।
ଯେବେ ଏକା ସବୁକିଛି ସହି ଯିବାର ଅଭ୍ୟାସ ହୋଇଯାଏ ସେତେବେଳେ ଫରକ ପଡି ନଥାଏ କିଏ ସାଥ ଦେଛି କିଏ ନାହିଁ
ତୁ ମିଛରେ କହିଦେ ଥରେ  ଭଲ ପାଉ ମତେ ବୋଲି
, ତୋ ଛଳନା ରାଇଜରୁ ମୁଁ ହସି ହସି ଯିବି ଚାଲି ।
ମନ ତ ଏମିତି ଏକ ପାଗଳ ଦିୱାନା ,
ଭଲ ପାଇ ପରେ ହେଲେ କହି ସେ ପରେ ନା ,
ଆଜିବି ମୁଁ ତାକୁ ବହୁତ୍ ଭଲ ପାଏ ହେଲେ
ସିଏ ମନ କରି ଦେଇ ଗଲା ଚୁନା ।

Emotional Shayari in Odia

Love Emotional Shayari in Odia
Sad Love Quotes
ଏ ହୃଦୟ ବିଚରା ଖୋଜେ ତୁମ ସାହାରା , 
ଏକା ଏକା ରହି ପାରୁନି ,
ହୋଇ ଯାଇଛି ବେସାହାରା  ।
କାହାର ଖୁସିର କାରଣ ହେବାକୁ ଚେଷ୍ଟା କର କାରଣ ଦୁଃଖ ତ ସମସ୍ତେ ଦେଇ ପାରିବେ ।
ଯୋଉ ଦିନ ବୁଝିବୁଲୋ ମୋ ପ୍ରେମର ମୂଲ, ସେ ଦିନ ତୁ ଜାଣିବୁଲୋ କିଏ କଣ୍ଟା ଆଉ କିଏ ଫୁଲ ।
ଅନୁଭବ ବିନା ପ୍ରେମ ଆଉ ବିଶ୍ୱାସ ବିନା ସମ୍ପର୍କ କେବେ ସମ୍ଭବ ନୁହେଁ ।
ବେଳେ ବେଳେ ଦୁଃଖ କଷ୍ଟକୁ ଲୁଚେଇ , ମୁଁ ଭଲ ଅଛି ବୋଲି କହିବାକୁ ପଡ଼ିଥାଏ କାହିଁକିନା ଅକୁହା ଦୁଃଖକୁ ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ ।
ମନ କଷ୍ଟ ହେଲେ ଏକୁଟିଆ କାନ୍ଦିଲେ ଯେଉଁ ଶାନ୍ତି ମିଳେ , ସେ ଶାନ୍ତି ଆଉ କାହା ଆଗରେ ନିଜ ଦୁଃଖକୁ କହିଲେ ମିଳି ନଥାଏ ।
ଏହା ପ୍ରେମର ଗଣିତ ସାଙ୍ଗମାନେ , 
ଏଠାରେ ଦୁଇରୁ ଏକ ଗଲେ କିଛି ରହି ନଥାଏ ।
ଭଲ ହେଲା ଲୁଟିଗଲା ମୋର ସବୁ ଭ୍ରମ , 
ତା ଆଖିର ଛଳନା କୁ ଭାବି ଥିଲି ପ୍ରେମ ।
କାହିଁକି ହୃଦୟର ରାସ୍ତା ସବୁବେଳେ ଅଂସପୂର୍ଣ୍ଣ ରହେ
, ତୁମର ସ୍ମୃତି ଛଡ଼ା ସବୁକିଛି ଦୂରେଇ ଯାଏ  ।
ଏହି କଷ୍ଟର ଗଭୀରରେ ହଜି ଯାଇଛି ମୁଁ ,
ତୁମ ବିନା ବଞ୍ଚିବାର ଇଚ୍ଛା ହରେଇ ସାରିଛି ମୁଁ ।
ପ୍ରେମ ବେଳେବେଳେ ଥାଏ ଛାତି ତଳେ 
,ବେଳେବେଳେ ପରଦେଶୀ ,
ଭୁଲିଯିବା ପାଇଁ କଥା ଦେଲା ପରେ
ମନେପଡେ ଜଣେ ବେଶୀ ।
କାହାଣୀର କଥା ସରେ ନା ,
କହିବାକୁ ଭାଷା ମିଳେ ନା ଥାପିଏ ମନ ବୁଝେ ନା ।
ଭୁଲି ଯିବାକୁ ଜମା ମାନେନା ।
ପ୍ରେମ ଏକ ଏମିତି ପୀଡ଼ା ଯାହା ପ୍ରେମ କରିବା ବ୍ୟକ୍ତି ହିଁ ସହି ପାରିବ ।
ରହିବି ମୁ ତୁମ ଠାରୁ ଦୁରେ , 
ଜଳୁଥିବି ନୀତି ମୋ ମନ ଭିତରେ  ।
ଦୀପ ଭଳି ସାରା ରାତି ଜଳୁଥିବି ,
ନୀରବରେ ତୁମକୁ ମୁଁ ଦେଖୁ ଥିବି ।
ତୁମ ସ୍ମୃତିକୁ ପସନ୍ଦ ଆସିଗଲା ଏହି ମୋର ଓଦାଆଖି
, ହସିବାକୁ ଚାହିଁଲେବି କନ୍ଦେଇ ଦିଏ ମତେ
ତୁମେ ଚାଲିଯିବା ଦେଖି ।
ଛଟପଟ ହୋଇ ଏଇ ହୃଦୟ , 
କାନ୍ଦୁଛି ତୁମ ପାଇଁ ଆଜି ,
ଏମିତି କଣ ଭୁଲ କରିଥିଲି ଦେଲ ମତେ ସଜା ,
ବରବାଦ ହୋଇଗଲି ତୁମ ପ୍ରେମରେ ମୁଁ ଆଜି ।

Heart Broken Emotional Shayari

Love Emotional Shayari in Odia
Sad Love Quotes
ଯେଉଁମାନେ ଶାନ୍ତ ଆଉ ସୁନ୍ଦର ଦେଖା ଯାଆନ୍ତି ,ସାଧାରଣତଃ ସେଇମାନେ ହିଁ ଧୋକା ଦେବାପାଇଁ ସାହସ କରନ୍ତି ।
ଜଳି ମୁଁ ସାରିଛି ଆଉ ତୁ ଜଳାନା , 
ମରି ମୁଁ ସାରିଛି ଆଉ ତୁ ମାରନା ।
ଏଇ ହୃଦୟ ବିଚରା ଖୋଜେ ତୋ ସାହାରା ,
ଏକା କରି ମତେ ତୁ ଛାଡ଼ି ଆଉ ଯାଆନା ।
ବାରମ୍ବାର ହୃଦୟକୁ ଭାଙ୍ଗି ଭୁଲ ମାଗୁଥିବା ଲୋକକୁ କେବେ ବିଶ୍ୱାସ କରିବା ଉଚିତ୍ ନୁହେଁ ।
ସେହି ଲୋକକୁ ନିଜର ଭାବିବାରେ କିଛି ମୂଲ୍ୟ ନଥାଏ , ଯାହାଙ୍କ ମନରେ ଆପଣଙ୍କ ପାଇଁ ନିଜରପଣ ନଥାଏ ।
ସୁନ୍ଦର ଚେହେରାଟିଏ ଖୋଜିଲେ ସବୁ ଜାଗାରେ ମିଳିଯାଏ ହେଲେ ସୁନ୍ଦର ହୃଦୟ ଟିଏ ଖୋଜିଲେ ସବୁ ଜାଗାରେ ମିଳେ ନାହିଁ ।
ଆଜିର ସମୟରେ କାହା ଉପରେ ଅଭିମାନ କରିବା ଉଚିତ ନୁହେଁ , କାରଣ ଲୋକ ଅଭିମାନ ପଛରେ ଥିବା ପ୍ରକୃତ ଭଲ ପାଇବାକୁ ବୁଝନ୍ତି ନାହିଁ ।
ଯଦି ବାଟ ଥିଲା ଅଲଗା ତେବେ 
ଦେଖା ହେଲ କାହିଁକି ,
ଯଦି ଭୁଲିଯିବାର ଥିଲା ମତେ ତେବେ
ମନ ଦେଇଥିଲ କାହିଁକି ।
ମଣିଷ କାହାକୁ ହୃଦୟରୁ ଭଲ ପାଉ କି ନପାଉ ,ଯେବେ ପ୍ରେମରେ ଧୋକା ଖାଏ , ଘୃଣା ହୃଦୟରୁ ହିଁ କରିଥାଏ ।
ଅନ୍ୟ କେହି ଯେବେ କଷ୍ଟ ଦିଏ ,ସେତେବେଳେ ତା ଉପରେ ରାଗ ଆସି ନଥାଏ , ହେଲେ ଯେବେ ନିଜର ଜୀବନ ସାଥି କଷ୍ଟ ଦେଇଥାଏ ଆଖିରୁ ଆପେ ଆପେ ଲୁହ ଝରିଯାଏ ।
ଜୀବନର ଚଲାପଥରେ ସମ୍ପର୍କଟି ସେତେବେଳେ ଥାକିଯାଏ ଯେବେ ହୃଦୟ କାହାକୁ ବିଶ୍ୱାସ କରିବା ବନ୍ଦ କରିଦିଏ ।
ଯଦି କେହି ଅଭିମାନ କରିଛି ତାକୁ ଶୀଘ୍ର ମନେଇନେବା ଦରକାର କାରଣ ଅଭିମାନ ଯେତେବେଳେ ଅହଂକାରର ରୂପ ନିଏ ସେତେବେଳେ ବର୍ଷ ବର୍ଷର ସମ୍ପର୍କ କିଛି କ୍ଷଣ ମଧ୍ୟରେ ଭାଙ୍ଗିଯାଏ ।
ସମ୍ପର୍କ ତାହା ନୁହେଁ ଯୋଉଠି କଥା କଥାରେ ସମ୍ପର୍କ ଭାଙ୍ଗି ଯିବାର ଡର ଥାଏ ,ସେଇଠି ଥାଏ ଯୋଉଠି ଜଣେ ଋଷିଲେ ଆଉ ଜଣେ ତାକୁ ମନେଇବା ଜାଣିଥାଏ ।
କେବେ ସ୍ବପ୍ନ ଭାଙ୍ଗିଯାଏ ତ କେବେ ରାତି ସରିଯାଏ ,କେବେ ସମ୍ପର୍କ ଭାଙ୍ଗିଯାଏ ତ କେବେ କେହି ଦୂରକୁ ଚାଲିଯାଏ ,ଏସବୁ ପରେ ମଧ୍ୟ ଥକି ଯାଇଥିବା ମଣିଷଟି ନିଜ ଲୋକଙ୍କ ପାଇଁ ଆଖିରୁ ଲୁହ ଝରେଇ ଥାଏ ।
ଲୋକ କୁହନ୍ତି କେହିଜଣେ ଚାଲିଗଲେ , 
ଜୀବନ କାହା ପାଇଁ ଅଟକି ଯାଏନି ,
ସମସ୍ତଙ୍କ ଜୀବନରେ ଏମିତି ଜଣେ ଥାଏ
ଯାହାର ଜାଗା ଆଉ କେହି ନେଇ ପାରେନି ।
ଯଦି କାହାକୁ କରି କିଛି ଉପହାର ଦେବାକୁ ଚାହୁଁଛ ତେବେ ତାକୁ ନିସ୍ୱାର୍ଥପର ଭଲପାଇବା ଆଉ ସ୍ଵାଧୀନତା ଦିଅ ।

Love Emotional Shayari in Odia

Love Emotional Shayari in Odia
Sad Love Quotes
ମଣିଷର ଜୀବନ ଯିବାପାଇଁ ଗୋଟିଏ ମୁହୂର୍ତ୍ତ ଲାଗିଥାଏ,ହେଲେ ଯେବେ ନିଜ ଲୋକଙ୍କ ଠାରୁ ଧୋକା ଆଉ ପ୍ରେମରେ ପ୍ରତାରଣା ପାଇବା ପରେ ମଣିଷ ପ୍ରତି ମୁହୂର୍ତ୍ତରେ ଛୋଟପଟହୋଇ ମରିଥାଏ ।
ଯିଏ ତୁମକୁ ବିଶ୍ୱାସ କରୁଛି 
ସେ କେବେ ତୁମଠାରୁ ପ୍ରମାଣ ଖୋଜିବ ନାହିଁ ,
ଆଉ ଯିଏ ଅବିଶ୍ବାସ କରୁଛି ତାକୁ ହଜାରେ ପ୍ରମାଣ
ଦେଲେ ମଧ୍ୟ ତାକୁ କିଛି ଫରକ ପଡିବ ନାହିଁ ।
ଦୁରେଇବାକୁ ଚାହୁଁଥିବା ବ୍ୟକ୍ତି ସବୁବେଳେ ଗୋଟିଏ କାରଣ ଖୋଜିଥାଏ ,ଆଉ ସାଥିରେ ରହିବାକୁ ଚାହୁଁଥିବା ବ୍ୟକ୍ତି ଆଗରେ ହଜାରେ କାରଣ ଫିକା ପଡିଯାଏ ।
କାହାକୁ ହୃଦୟରେ ରଖିବା ଯେତିକି ସହଜ ହୋଇଥାଏ , ସେମିତି ଜଣଙ୍କୁ ହୃଦୟରୁ ବାହାର କରିବା ସେତିକି ସହଜ ହୋଇ ନଥାଏ ।
ସାରା ଜୀବନ ସାଙ୍ଗରେ ରହିବାକୁ 
ପ୍ରେମ କୁହା ଯାଏ ନାହିଁ ,
ଜଣେ ଦୂରେଇ ଗଲାପରେ ମଧ୍ୟ ତାକୁ
ହୃଦୟରେ ସାଇତି ରଖିବାକୁ ପ୍ରେମ କୁହାଯାଏ ।
ଯଦି କାନ୍ଦିଲେ କାହାର ସ୍ମୃତି ଚାଲି ଯାଆନ୍ତା , 
ତେବେ ଦୁଃଖ ଲୁଚାଇବାକୁ
କାହାକୁ ମିଛରେ ହସିବାକୁ ପଡୁନଥାନ୍ତା ।
ମୁଁ ତୁମକୁ ଭୁଲି ଯାଇଛି ଏଇ ଜିଭ ସିନା କହୁଛି ହେଲେ ମୋ ମନ ତୁମକୁ ହୃଦୟର ଏକ କୋଣରେ ସାଇତି ରଖିଛି ।
ମନରେ ଥିଲା ଯଦି ଆଉ କାହା ପ୍ରେମ ,
ତୁ କାହିଁକି ଜାଳିଲୁ କହ ମୋରି ଜୀବନ ,
ତୋ ହୃଦୟରେ ଜୀବନ ବିତେଇବି ଭାବିଥିଲି ମୁଁ
,ହେଲେ ଜାଣିଗଲି ତୁ ଗୋଟେ ହୃଦୟ ହିନ ।
କଥାକୁ ଭୁଲି ଯାଇ ହାତକୁ ଧରି ରଖିବାର ଥିଲା ,ହେଲେ ତୁମେ କଥାକୁ ଧରି ରଖିଲ ଆଉ ହାତକୁ ଛାଡ଼ି ଦେଲ ।
ତୁମ ପ୍ରେମରେ ଭିଜି ମୁଁ ଯାଇଛି ,
ରହି ପାରୁନି ତୁମରି ବିନା ,
ତୁମେ ଚାଲି ଗଲେ ଜୀବନରୁ ମୋର ,
ଦିନ କେମିତି କାଟିବ ସିନା ।
ଆଖିର ପାଣି ଆଉ ହୃଦୟର କାହାଣୀ , 
ସମସ୍ତେ ବୁଝି ପାରିବେ ନାହିଁ ।
ମଣିଷ ସେତେବେଳେ ଅଧିକ ନିରାଶ ହୋଇଥାଏ , ଯେବେ ବୁଝିପାରେ ,ଯାହାକୁ ସେ ନିଜର ଭାବୁଛି ତା ପାଇଁ ସେ କିଛିବି ନୁହେଁ ।
ବହୁତ୍ କଷ୍ଟ ଦିଏ ତୁମର ସ୍ମୃତି ,ଶୋଇଗଲେ ଉଠେଇ ଦିଏ ଆଉ ଉଠିଗଲେ କନ୍ଦେଇ ଦିଏ ।
ସପନ ଯେତେ ତୁମର ,
ପୁରା କରିବି ଶପଥ ମୋର,
ଗଲେ ଯାଉ ଏ ଜୀବନ ଖୁସୀ ରହୁଥାଉ ତୁମ ମନ । ଜୀବନ ମୋର ତୁମରି ପାଇଁ
ଥରେ ମାଗି ତୁମେ ଦେଖି ପାର ।
ତୁମଠାରୁ ମିଳିଥିବା କଷ୍ଟକୁ ଲୁଚେଇ ଜିଇ ତ ଦିଏ ହେଲେ ତୁମକୁ ଭୁଲି ଜିଇଁବା ମତେ ଭାରି କଷ୍ଟ ଲାଗେ ।
ତୁମ କଥା ଶୁଣି ଭାରି ବାଧେ ସେବେ 
କୁହ ଯେବେ ଜୀବନୁ ଚାଲିଯାଅ ତୁମେ ଏବେ ,
ତୁମ ଚେହେରା ଦେଖେ ଦୂରରୁ ଯେବେ
ମନ ମୋର ପାଖକୁ ଯିବାକୁ ଟାଣି ହୁଏ ସେବେ ।
କଥା ଦେଇଥିଲ ସାଥିରେ ରହିବା
କାହିଁ ଏକା କରି ଛାଡ଼ି ଗଲ ତେବେ ।
ଲୋକ କୁହନ୍ତି ଯେ ପରିଶ୍ରମ ବିନା କିଛି ପାଇବା କଷ୍ଟ ,ହେଲେ ଜାଣି ପାରେନାହିଁ ଦୁଃଖ ପାଇବାକୁ କେଉଁ ପରିଶ୍ରମ କରିଥିଲି । 

ତେବେ ଏହା ଥିଲା Love Emotional shayari in Odia ଆଶା କରୁଛୁ ଆପଣ ମାନଙ୍କୁ ଭଲ ଲାଗିଥିବ । ଯଦି ଭଲ ଲାଗିଲା ତେବେ ଏହାକୁ ନିଜ ସାଙ୍ଗ ମାନଙ୍କ ସହିତ share କରନ୍ତୁ । ଆଉ ଏହାକୁ ମଧ୍ୟ ପଢ଼ନ୍ତୁ Romantic Shayari in Odia.

For more Emotional Quotes Click here Sad Love Quotes

Spread the love

Leave a comment