50+ Best Time Quotes in Odia

ଜୀବନରେ ସବୁଠୁ କଠିନ ସମୟ ତାହା ନୁହେଁ ଯେବେ କେହି ତୁମକୁ ବୁଝି ପାରେ ନାହିଁ, ସବୁଠୁ କଠିନ ସମୟ ସେତେବେଳେ ହୋଇଥାଏ ଯେବେ ତମେ ନିଜକୁ ଜାଣି ପାର ନାହିଁ  । କିଛି ଲୋକ ସମୟ ମିଳୁ ନାହିଁ କହି ବାହାନା କରନ୍ତି , ଯେବେକୀ ସମୟ ସମସ୍ତଙ୍କୁ ସମାନ ମିଳିଥାଏ । ଆରେ ଆଜି ତୁମ ପାଖରେ ବହୁତ୍ ସମୟ ଅଛି ସେଥି ପାଇଁ କହୁଛ , ମୋ ପାଖରେ ସମୟ ନାହିଁ , ଆଉ ଯେବେ ସମୟ ନଥିବ ସେତେବେଳେ କହିବ ମୁଁ କରିବା ପାଇଁ ଚାହୁଁ ନାହିଁ , କାରଣ ସେତେବେଳେ ତମେ ଜାଣି ଯିବ ତମେ ଅଲରେଡି ସମୟକୁ ନଷ୍ଟ କରି ଦେଇଛ । ଆଉ ଅବଶୋଷ କରିବା ଛଡ଼ା ଆଉ କିଛି ଉପାୟ ନଥିବ  । ତେଣୁ ଆମେ କିଛି Time Quotes in Odia ସଂଗ୍ରହ କରିଛୁ ଯାହା ଆପଣଙ୍କୁ ପ୍ରେରିତ କରିବ ।

Top 20 Good Quotes About Time

ସମୟ ଏକ ଅମୂଲ୍ୟ ଧନ  
ଏହା ତୁମ ଉପରେ ନିର୍ଭର କରିଥାଏ ତୁମେ କେମିତି ଖର୍ଚ୍ଚ କରିବ
ଯେମିତି ଖର୍ଚ୍ଚ କରିବ ତୁମର ଜୀବନ ସେମିତି ହୋଇଯିବ ।
ଜୀବନ ହେଉଛି କ୍ଷଣସ୍ଥାୟୀ ମୁହୂର୍ତ୍ତର ଏକ ସଂଗ୍ରହ   
ପ୍ରତ୍ୟେକ ମୁହୂର୍ତ୍ତ ଏକ ଭଲ ସୁଯୋଗ ଶିଖିବା ଏବଂ ଆଗକୁ ବଢିବା ପାଇଁ ।
ଠିକ ସମୟରେ ନିଆ ଯାଇଥିବା କଠିନ ନିର୍ଣ୍ଣୟ ,ସାଧାରଣତଃ ଜୀବନକୁ ସହଜ କରିଦେଇଥାଏ ।
ଜୀବନରେ ଯାହାବି ହାସିଲ କରିବାର ଅଛି 
ତାହା ଠିକ୍ ସମୟରେ ହାସିଲ କର କାରଣ
ସମୟ ମଉକା କମ ଧକ୍କା ଅଧିକ ଦେଇଥାଏ ।
ମଣିଷ ବଳବାନ ନୁହେଁ ସମୟ ବଳବାନ ହୋଇଥାଏ  
ସମୟ ଆସିଲେ ମଣିଷକୁ ସବୁକିଛି ମିଳିଯାଏ ଆଉ
ସମୟ ଚାଲିଗଲେ ମଣିଷର ସବୁକିଛି ଚାଲିଯାଏ ।
ଜୀବନର ଚଲାପଥରେ ସମୟ ଏକ ଶିକ୍ଷକ ହୋଇଥାଏ 
ସେ ଶିଖେଇ ଥିବା ପ୍ରତ୍ୟେକ ଶିକ୍ଷା ସଫଳତାର କୁଞ୍ଜି ହୋଇଥାଏ ।
ବଦଳିଯାଅ ସମୟ ସାଥିରେ ନହେଲେ ସମୟ ବଦଳେଇବା ଶିଖ 
ଭାଗ୍ୟକୁ ଦୋଷ ନଦେଇ ସବୁ ସମୟରେ ଚାଲିବା ଶିଖ ।
ସମୟ ମୁକ ନୁହେଁ ବାସ ଚୁପ୍ ରହିଥାଏ , ସମୟ ଆସିଲେ ସବୁକିଛି କହିଦିଏ ତୁମେ କଣ କରିଛ ।
ସମୟ ଏକ ବହୁତ୍ ବଡ ସୌଦାଗର  
ଆମକୁ ସଫଳତା ସେତେବେଳେ ଦେଇଥାଏ
ଯେବେ ଆମର ବହୁତ୍ ସମୟ ନେଇଯାଏ ।
ସମୟର ଚାଲ ସାଥିରେ ଚାଲିବା ପାଇଁ ହେଲେ ନିଜ ଚିନ୍ତାଧାରାକୁ ସମୟ ସାଥିରେ ବଦଳେଇବାକୁ ପଡ଼ିବ ।
ସମୟ ସମସ୍ତଙ୍କୁ ମିଳିଥାଏ ଜୀବନ ବଦଳେଇବାକୁ  
ହେଲେ ଜୀବନ ପୁଣିଥରେ ମିଳି ନଥାଏ ସମୟ ବଦଳେଇବାକୁ ।
ସମୟର ନଦୀରେ ବୁଡ଼ିବା ଅପେକ୍ଷା ତା ସହିତ ବହିବା ଶିଖିବା ଭଲ ।
ସମୟର ମୂଲ୍ୟ ସେତେବେଳେ ଜଣାପଡେ ଯେବେ ସେହି ସମୟ ଚାଲିଯାଏ ।
ଜଣେ ଭଲ ମଣିଷ ହୁଅ ହେଲେ ତାହା ପ୍ରମାଣିତ କରିବାରେ ନିଜର ସମୟ ନଷ୍ଟ କର ନାହିଁ ।
ଯଦି ଆଜି ତୁମର ସମୟ ଖରାପ ଚାଲିଛି ତେବେ ଚିନ୍ତା କର ନାହିଁ , କାରଣ ପ୍ରତ୍ୟେକ ଅନ୍ଧାର ରାତି ପଛରେ ଉଜ୍ଜ୍ୱଳ ଦିନ ରହିଥାଏ ।
ଯିଏ ସମୟକୁ ଠିକ୍ ଭାବରେ ବ୍ୟବହାର କରିବା ଶିଖି ନଥାଏ
ସେ ଜୀବନରେ କେବେ ସଫଳ ହୋଇପାରି ନଥାଏ ।
ସବୁଠୁ ବଡ଼ ଜାଦୁଗର ତ ଖରାପ ସମୟ ହୋଇଥାଏ 
ଯେବେବି ଆସେ ସେବେ ସମସ୍ତଙ୍କ ଚେହେରାର ମୁଖା ଖୋଲିଦିଏ ।
ସମୟ ନିରପେକ୍ଷ ଅଟେ ଏହା ସମସ୍ତଙ୍କୁ ଦିନକୁ ୨୪ ଘଣ୍ଟା ଦେଇଥାଏ 
ସଫଳତା ଏବଂ ବିଫଳତା ମଧ୍ୟରେ ପାର୍ଥକ୍ୟ
ଆପଣ ସେହି ସମୟକୁ କିପରି ବ୍ୟବହାର କରନ୍ତି ତାହା ଉପରେ ନିର୍ଭର କରିଥାଏ ।
ସମୟ ସହିତ ମିଶି କାମ କରିବା , ସମୟକୁ ପରାଜିତ କରିବା ଠାରୁ ଭଲ କାରଣ ସମୟ ସହିତ ଚାଲିବା ଲୋକ କେବେ ପଛରେ ରହି ନଥାଏ ।
କେହି ଚାହିଁ ନଥାନ୍ତି ନିଜର ମାନଙ୍କଠାରୁ ଦୂରେଇ ଯିବାକୁ 
ହେଲେ ସମୟ ସମସ୍ତଙ୍କୁ ମୋଜବୁର କରିଦିଏ ଛାଡ଼ି ଯିବାକୁ ।

Don’t Waste Your Time Quotes

Short Time Quotes in Odia
କେବେ କୌଣସି ଜିନିଷ ଏକ୍ସପ୍ଲେନ୍ କରିବାରେ
ନିଜର ସମୟ ନଷ୍ଟ କର ନାହିଁ କାରଣ
ଆଜିର ଦୁନିଆଁରେ ଲୋକ କେବଳ ତାହା ଶୁଣିବା ପାଇଁ ପସନ୍ଦ କରନ୍ତି
ଯାହା ସେମାନେ ଶୁଣିବାକୁ ଚାହାଁନ୍ତି ।
ସମୟ ଟଙ୍କା ଠାରୁ ଅଧିକ ମୂଲ୍ୟବାନ ହୋଇଥାଏ 
ତୁମକୁ ଅଧିକ ଟଙ୍କା ତ ମିଳି ପାରିବ ହେଲେ ଅଧିକ ସମୟ ନୁହେଁ ।
ସମୟ ସାଥିରେ ଯିଏ ନିଜ ଭିତରେ ପରିବର୍ତ୍ତନ ଆଣିଥାଏ , ପ୍ରକୃତରେ ସେହି ଲୋକର ବିକାଶ ।
ତୁମର ଜୀବନ ଏକ କାହାଣୀ ଏବଂ ପ୍ରତ୍ୟେକ ଦିନ ଏକ ପୃଷ୍ଠା 
ଏହା ତୁମ ଉପରେ ନିର୍ଭର କରେ ତୁମେ କେମିତି କାହାଣୀ ଲେଖିବ ।
କାହା ସାଥୀରେ ସମୟ ନଷ୍ଟ କରିବା ଅପେକ୍ଷା ସେହି ସମୟକୁ ନିଜ ସ୍ବପ୍ନକୁ ସାକାର କରିବାରେ ଦେବା ଭଲ ।
ନିରାଶ ରହିବା ସମୟ ନଷ୍ଟ କରିବା ସହିତ ସମାନ 
ଏମିତିରେ କିଛିବି ହାସିଲ ହୋଇ ନଥାଏ
ତେଣୁ କ୍ରୋଧ , ଈର୍ଷା , ଦୁଃଖୀ , ଚିନ୍ତିତ ପରି ଖରାପ କାର୍ଯ୍ୟରେ
ସମୟ ନଷ୍ଟ କର ନାହିଁ ନିଜ କାମରେ ଧ୍ୟାନ ଦିଅ ।
ସମୟର ପରୀକ୍ଷା ବହୁତ କଠିନ ହୋଇଥାଏ ହେଲେ ପରିଣାମ ନିଜ ହାତରେ ଥାଏ ।
ଏକ ପୂର୍ଣ୍ଣ ଜୀବନ ବଞ୍ଚିବାର ରହସ୍ୟ ବହୁତ୍ ସରଳ : ସମୟକୁ ସମ୍ମାନ ଦିଅ ।
ସମୟ ଏତେ ବଳବାନ ହୋଇଥାଏ କି ସେ ତୁମର ଖରାପ ସମୟକୁ ଭଲ ସମୟରେ ବଦଳେଇବାର ସାହସ ରଖିଥାଏ ।
କେବେ ବିପକ୍ଷରେ ତ କେବେ ସପକ୍ଷରେ ଥାଏ 
ମଣିଷର ବର୍ବାଦିରେ ସମୟର ବି ହାତ ଥାଏ ।
ସମୟର ଉପଯୋଗ ସାବଧାନ ହୋଇ କରନ୍ତୁ କାରଣ ସମୟ ପୁଣିଥରେ ମଉକା ଦେଇ ନଥାଏ ।
ସମୟ କେତେ ମୂଲ୍ୟବାନ ଏହା ଜଣେ ସଫଳ ବ୍ୟକ୍ତି କହି ପାରିବ ଯାହାକୁ ଟଙ୍କା ଠାରୁ ଅଧିକ ସମୟ ଦରକାର ହୋଇଥାଏ ।
ସମୟ ସହିତ ଲଢ଼ି ଯିଏ ନିଜ ଭାଗ୍ୟ ବଦଳେଇଥାଏ 
ସେଇ ମଣିଷର ଭବିଷ୍ୟତ ନିଜେ ବଦଳିଯାଏ ।
ସମୟର ପୁସ୍ତକରେ ପ୍ରତ୍ୟେକ ଦିନ ଏକ ନୂଆ ପୃଷ୍ଠା ଆଉ 
ସେହି ପୃଷ୍ଠା ଭିତରେ ଲୁଚି ରହିଥାଏ ନୂଆ ସମ୍ଭାବନା ।
ସମୟର କାମ ତ ଗଡି ଚାଲିବା
ତେଣୁ ଯଦି ଖରାପ ଚାଲିଛି ତେବେ ଅପେକ୍ଷା କର
ଆଉ ଯଦି ଭଲ ତେବେ ଖୁସି ହୁଅ ।

Quotes on Time and Life

Short Time Quotes in Odia
ପ୍ରତ୍ୟେକ ସମୟ ଜିତିବାର ସାହସ ହେବା ଦରକାର କାରଣ ଭାଗ୍ୟ ବଦଳୁ ନବଦଳୁ ହେଲେ ସମୟ ନିଶ୍ଚୟ ବଦଳି ଥାଏ ।
ଚାଲି ଯାଇଥିବା କାଲି ତାହା 
ହେଲେ ଆଜିର ସନ୍ଧ୍ୟା ପରି ଅନୁଭବ ହୋଇଥାଏ
ଆମେ ଶୋଇଗଲେ ମଧ୍ୟ ତାହା ଆମକୁ
ଦିନ ରାତି ଶୁଆଇ ଦେଇ ନଥାଏ ।
ସମୟ ହେଉଛି ଏମିତି ଗୋଟିଏ ଜିନିସ 
ଯାହାକୁ ନିୟତ୍ରଣ କରିପାରିବା ନାହିଁ
କିନ୍ତୁ ଏହାକୁ କିପରି ବ୍ୟବହାର କରିବା ତାହା ବାଛି ପାରିବା ।
ଖରାପ ଅଭ୍ୟାସ ଯଦି ଠିକ୍ ସମୟରେ ବଦଳା ନଯାଏ ତେବେ ତାହା ଆମର ଜୀବନକୁ ବଦଳେଇ ଦେଇଥାଏ ।
ସମୟ ଏକ ବହୁଥିବା ନଦୀ , ଯାହାକୁ କେବେ ରୋକି ପାରିବା ନାହିଁ ତେଣୁ ସମୟର ଧାରେ ବହିବା ଶିଖ ।
ସମୟ ଯଦି ଠିକ୍ ଚାଲିଛି ତେବେ ପର ବି ନିଜର ହୋଇଯାଏ 
ଆଉ ଯଦି ସମୟ ଖରାପ ଚାଲିଛି ତେବେ ନିଜର ବି ପର ହୋଇଯାଏ ।
ଖରାପ ସମୟ ସମସ୍ତଙ୍କର ଆସିଥାଏ ହେଲେ କେହି କଷ୍ଟ ସହି ଚମକି ଯାଏ ତ କେହି ହାରମାନି ଭାଙ୍ଗି ପଡିଯାଏ ।
ସମୟ ଦେଖାଯାଏ ନାହିଁ ହେଲେ ତାହା ଜୀବନରେ ଆମକୁ ବହୁତ୍ କିଛି ଶିଖେଇ ଥାଏ ।
ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ କାରଣ ସମୟ ପାଖରେ ଏତେ ସମୟ ନୁହେଁ କି ସେ ତୁମକୁ ପୁଣିଥରେ ସମୟ ଦେଇ ପାରିବ ।
ସମୟର ପ୍ରତ୍ୟେକ ମୋଡରେ ନୂଆ ନୂଆ ଚ୍ୟାଲେଞ୍ଜ ଲୁଚି ରହିଥାଏ 
ପ୍ରତ୍ୟେକ ଚ୍ୟାଲେଞ୍ଜ କୁ ଆପଣେଇ ନିଜକୁ ପ୍ରମାଣିତ କରି ପାରିବ ।
ଯାହା କାଲି ଥିଲା ତାହା ଆଜି ନାହିଁ 
ଯାହା ଆଜି ଅଛି ତାହା କାଲି ନାହିଁ
ଏବେ ଚିନ୍ତାକରି କାହିଁକି ଦୁଃଖୀ ହେବ
ଯେବେ ସମୟ ଆଗରେ କାହାରି ବଳ କାମ କରେ ନାହିଁ ।
ମୋ ପାଖରେ ଯଦି ଏତେ ସମୟ ଥାନ୍ତା ତେବେ ମୁଁ ଲୋକଙ୍କୁ ଘୃଣା ନିହାତି କରିଥାନ୍ତି ହେଲେ ଏତେ ବେକାର ସମୟ ଥିଲା ହିଁ ନାହିଁ ।
ଅଧିକାଂଶ ଲୋକ ସମୟର ମୂଲ୍ୟ ସେତେବେଳେ ବୁଝି ପାରନ୍ତି ଯେବେ ତାଙ୍କ ପାଖରେ ବହୁତ କମ ସମୟ ରହିଯାଏ ।
ସମୟ ତ ଅଟେ ବହୁ ମୂଲ୍ୟବାନ କାହିଁକି କରୁଛ ନଷ୍ଟ 
ସମୟ ଚାଲିଗଲେ ପୁଣି ସେ ଦେବନି ଦେବ ଖାଲି ବହୁତ କଷ୍ଟ ।
ଯେବେ ସମୟ ବଦଳିଥାଏ ତେବେ ଲୋକମାନେ ମଧ୍ୟ ବାଧ୍ୟ ହୋଇଯାଆନ୍ତି ବଦଳିବା ପାଇଁ ।

ତେବେ ଏହା ଥିଲା Odia Quotes ଆଶା କରୁଛୁ ଆପଣ ମାନଙ୍କୁ ଭଲ ଲାଗିଥିବ । ଯଦି ଭଲ ଲାଗିଲା ତେବେ ଏହାକୁ ନିଜ ସାଙ୍ଗ ମାନଙ୍କ ସହିତ share କରନ୍ତୁ ଆଉ ଏହାକୁ ମଧ୍ୟ ପଢ଼ନ୍ତୁ  Success motivational Quotes.

Spread the love

Leave a comment