ତୁମର ବନ୍ଧନକୁ ମଜବୁତ କରିବା ପାଇଁ କିମ୍ବା କବିତାର ଶବ୍ଦ ମାଧ୍ୟମରେ ପ୍ରକାଶିତ ପ୍ରେମର ସୋନ୍ଦର୍ଯ୍ୟକୁ ନିଜ ସାଥୀ ସହିତ ଉପଭୋଗ କରିବା ପାଇଁ ଆଉ ମଧୁରତାର ଶବ୍ଦ ସହିତ ପ୍ରେମ ପ୍ରକାଶ କରିବା ପାଇଁ ଆମେ ଆପଣଙ୍କ ପାଇଁ Beautiful Romantic Shayari in Odia ସଂଗ୍ରହ କରିଛୁ ।
Top 10 Odia Romantic shayari
ମନ ତୁମ ବିନା କୋଉଠି ଲାଗେନା
ତୁମକୁ ହିଁ ଖୋଜିବୁଲେ ,
ଜାଣେନା ମନକୁ କେମିତି ପାଇବି
ନିଜେ ଯଦି ହଜିଗଲେ ।
ପ୍ରେମ ମନେ ତୁମେ କେତେଦିନ ,ମାସ ,କିମ୍ବା କେତେବର୍ଷ ଏକାଠି ରହିଛ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ପ୍ରତ୍ୟେକ ଦିନ ପରସ୍ପରକୁ କେତେ ଭଲ ପାଇବା ଦେଇଛ ତାହା ଗୁରୁତ୍ୱପୂର୍ଣ୍ଣ ।
ଉଦାସ ହୁଅ ନାହିଁ କାରଣ ମୁଁ ତୁମ ସେଥିରେ ଅଛି ,
ସାମ୍ନାରେ ନଥିଲେ ବି ଆଖପାଖରେ ଅଛି ,
ଆଖି ବନ୍ଦ କରି ଥରୁଟେ ନିଜ ହୃଦୟରେ ଦେଖ
ମୁ ସବୁବେଳେ ତୁମ ସାଥିରେ ଅଛି ।
ଏକୁଟିଆ ଏହି ଜଗତର ସମସ୍ତ ବୟସକୁ
ସାମ୍ନା କରିବା ଅପେକ୍ଷା , ମୁଁ ତୁମ ସହିତ
ଗୋଟିଏ ଦିନ ଜୀବନ ବିତାଇବାକୁ ଚାହିଁବି ।
କେତେ ଦିନ ମୁହଁ ପୋତି ବାଟ ଚାଲିବ
କେତେ ଦିନ ବୁଲି ବୁଲି ମତେ ଚାହିଁବ ।
ତୁମ କଥା ଭାବି ଭାବି ଦିନ କଟି ଯାଉଛି ,
ମନ କଥା ଖୋଲି କେବେ କହିବ ।
ଗୋଟିଏ ସୁନ୍ଦର ହୃଦୟ ,ହଜାରେ
ସୁନ୍ଦର ଚେହେରାକୁ ପଛରେ ପକାଇ ଦେଇପାରେ ।
ତେଣୁ ଜୀବନରେ ଜଣେ ଏମିତି ସାଥିକୁ ବାଛ
ଯାହାର ହୃଦୟ ଚେହେରା ଠାରୁ ସୁନ୍ଦର ହୋଇଥିବ ।
ଆକାଶ ଯେମିତି ମେଘକୁ ଭଲପାଏ ,
ମେଘ ଯେମିତି ବର୍ଷାକୁ ଭଲପାଏ ,
ସାଧବ ବୋହୁ ଯେମିତି ମାଟିକୁ ଭଲପାଏ ,
ତା ଠାରୁ ବି ଅଧିକ ମୁଁ ତୁମକୁ ଭଲପାଏ ।
ଭଲ ଲାଗେ ତୁମ ନାମ ମୋ ନାମ ସାଥିରେ ,
ଯେମିତିକି ଯୋଡ଼ି ହୋଇଛି ସକାଳ
କୌଣସି ସୁନ୍ଦର ସନ୍ଧ୍ୟା ସାଥିରେ ।
ଯେବେ ତୁମ ଆଖି ସାଥିରେ ମୋର ଆଖି ମିଶିଲା,
ତୁମ ତିର୍ଛି ନଜର ମନକୁ ମୋର ଘାଇଲା କଲା ।
ସାରା ଦୁନିଆକୁ ମନ ମୋର ଭୁଲି ଗଲା ,
ଯେବେଠୁ ମନ ତୁମକୁ ଆପଣା କଲା ।
ପ୍ରେମ ଏକ ପବିତ୍ର ଅନୁଭୂତି ,
ଯାହା ହୃଦୟ ହିଁ ବୁଝି ପାରିବ ,
ଶବ୍ଦ ଦ୍ବାରା ପ୍ରକାସିତ କରା ଯାଇ ପାରିବ ନାହିଁ ।
ସକାଳର ତୁମେ ସୁନେଲି କିରଣ
ରାତିରେ ଜହ୍ନର ଜ୍ୟୋସ୍ନା ,
ପାହାନ୍ତି ସପନେ ତୁମେ ମୋ ପ୍ରେମିକା
ମଧ୍ୟାହ୍ନରେ ମୋର ତୃଷ୍ଣା ।
ପ୍ରେମ ଏକ ରଙ୍ଗିଲା ଗାଡ଼ି ,
ତୁ ବସିଲେ ଯିବ ଆଗକୁ ମାଡି ,
ତୋ ମନ କୁ ମୋ ମନରେ ଯୋଡ଼ି
ମୋ ଗାଡ଼ିରେ ଯିବା ଆମେ ଉଡ଼ି ।
ହୃଦୟର କଥାକୁ ଆଜି ତୁମକୁ କହିବାକୁ ଚାହେଁ ,
ହୃତସ୍ପନ୍ଦନ ହୋଇ ତୁମ ହୃଦୟରେ ରହିବାକୁ ଚାହେଁ ,
ଅଟକି ନଯାଉ ଏହି ମୋର ଶ୍ୱାସ ଏଥିପାଇଁ
ସବୁବେଳେ ତୁମ ସାଥିରେ ରହିବାକୁ ଚାହେଁ ।
ପ୍ରେମ ଦୁଇଟି ଶରୀରରେ ବାସ କରୁଥିବା ଏକ ଆତ୍ମାକୁ ନେଇ ଗଠିତ ।
ମେଘକୁ ମାଗିଲି ବରଷା ଟିକିଏ
ତୁମକୁ ମାଗିଲି ମନ ,
ମେଘ ଢାଳିଦେଲା ବରଷା ଅସରା
ହେଲେ ତୁମେ ଦେଲନାହିଁ ମନ ।
Romantic Shayari For Love Couple
ପ୍ରେମରେ ପଡ଼ିଗଲା ପରେ
ସମୟର କୌଣସି ମହତ୍ତ୍ଵ ରହି ନଥାଏ ,
କାରଣ ପ୍ରେମ ପାଇଁ ସବୁ ସମୟ
ବହୁତ୍ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ।
ହୃଦୟର ସମ୍ପର୍କର କୌଣସି ନାମ ହୋଇ ନଥାଏ ,
ପ୍ରତ୍ୟେକ ରାସ୍ତାର ଲକ୍ଷ୍ୟ ହୋଇ ନଥାଏ ,
ହେଲେ ନିଭେଇବାର ଇଚ୍ଛା ଯଦି ଦୁଇପଟୁ ହୁଏ
ତେବେ କୌଣସି ସମ୍ପର୍କ ଅସଫଳ ହୋଇ ନଥାଏ।
ପ୍ରେମର ଭାଷା ବହୁତ୍ ସରଳ ,
ହେଲେ ତାକୁ ବୁଝିବା ବହୁତ୍ କଷ୍ଟ
କାରଣ ତାହା ହୃଦୟର କଥା ।
ଧୀରେ ଧୀରେ ଆସି ତୁମେ ଘର କଲ ମୋ ମନେ ,
ଛୁପି ଚ୍ଛୁପି ଆସିଲ ତୁମେ ମୋର ଜୀବନେ ,
ସାଜିଲ ମୋ ମନ ରାଣୀ ମୋ ପ୍ରିୟା ତୁମେ ,
ତୁମ ବିନା ନାହିଁ କେହି ଏଇ ମୋ ମନେ ।
ପ୍ରେମ ହେଉଛି ଯେତେବେଳେ ଦୁଇଜଣ ଏକ ହୋଇ ଯାଆନ୍ତି ,ଆଉ ଜୀବନ ସାରା ହାତଧରି ଚାଲିବା ପାଇଁ ସଂକଳ୍ପ କରନ୍ତି ।
ପ୍ରକୃତ ପ୍ରେମ କେବଳ ଭଲ ସମୟରେ
ହତାଧରିବା ଚାଲିବା ନୁହେଁ ,
ବରଂ ଏକତ୍ର ହୋଇ ପରସ୍ପରକୁ ଗଢ଼ିବା ଆଉ
ରାସ୍ତା ଖରାପ ହେଲେ ମଧ୍ୟ ହାତ ନ ଛାଡ଼ିବା ।
କିଛି କିଛି ହେଲା ପ୍ରିୟା ଦେଖି ତୁମକୁ ,
ରୋକି ହେଉ ନାହିଁ ରେ ଏବେ ମନକୁ ।
ଚାହିଁ ଦେଲେ ଆଗକୁ ଚାହିଁ ଦେଲେ ପଛକୁ
ଯେଉଁ ପଟେ ଦେଖେ ଆଖି ପାଏ ତୁମକୁ ।
କାହାକୁ ଭଲ ପାଇବା ତୁମ ଶରୀରର ଏକ ଅଂଶ
ବାହାରେ ବୁଲିବା ପରି ହୋଇଥାଏ ,
ତେଣୁ ଭଲରେ ଯତ୍ନ ନିଅ,
ତାହାର ସୁଖ ତୁମ ସୁଖରେ ପରିଣତ ହୋଇଥାଏ ।
ପ୍ରକୃତ ପ୍ରେମ ଦିନ ରାତି ବାର୍ତ୍ତାଳାପ କରିବା ନୁହେଁ ,
ବରଂ ବିନା ଶବ୍ଦରେ ମଧ୍ୟ ପରସ୍ପରକୁ ବୁଝିବା ହୋଇଥାଏ ।
ପ୍ରେମ କେବଳ ଖୁସିର ମୁହୂର୍ତ୍ତକୁ
ଏକାଠି ବିତେଇବା ନୁହେଁ ,
ଅସୁବିଧା ସମୟରେ ମଧ୍ୟ
ପରସ୍ପର ଏକାଠି ସମାଧାନ କରିବାକୁ ପଡ଼ିଥାଏ ।
ପ୍ରତ୍ୟେକ ବ୍ୟକ୍ତି ପାଖରେ ପ୍ରେମ କରିବାର ଅଧିକାର ଅଛି , ତା ପାଖରେ କିଛି ଥାଉ କି ନଥାଉ । କାରଣ ପ୍ରେମରେ ଧନ ସମ୍ପତ୍ତି ଦେଖା ଯାଇନଥାଏ ।
ନା ରାତି ନା ଦିନ ମୋର କଟେ ତୁମ ବିନୁ ,
ଭୁଲି ପାରୁନି ତୁମକୁ ମୁଁ
ଦିନ ରାତି ମୋ ମନୁ ।
ମୋ ମନର ମୟୁରୀ ,ହୃଦୟ ମୋର କଲୁ ଚୋରି
,ଦିଲ ମୁଁ ଦେଇଛି ତତେ ସତ କହୁଛି ଗୋରୀ ।
ଆଖିର ନିଦକୁ ବିଛେଇ ଦେଇଛି ନିଃଶ୍ୱାସର ନଇ ଧାରେ ,
ନିଦଭରା ରାତି ନିଅଣ୍ଟ ଲାଗୁଛି ତୁମକୁ ଭେଟିଲା ପରେ ।
Love Romantic Shayari in Odia
ମନର କଥା ମୁଁ ଚାହୁଁଛି କହିବାକୁ ,
ବୁଝୁନି ମନ ମୋ ତୁମଠୁ ଦୁରେ ରହିବାକୁ ।
ଯଦି ତୋର କେବେ ରାତି ଅଧେ ନିଦ ଭାଙ୍ଗିବ
,ତେବେ ମନ ତୋର ସେଇଦିନ ମତେ ଚାହିଁବ ।
ତୁମରି ପ୍ରେମରେ ନୀତି ମୁଁ ଝୁରୁଛି
ନିଦ ହେଉନାହିଁ ମୋର ,
କେମିତି ଦିନ କାଟିବି କୁହହେ ପ୍ରିୟତମା
ତୁମେବି ତ ମୋର ଅତି ନିଜର ।
ପ୍ରେମକୁ ତୁ ଲମ୍ବା ନାହିଁ ସିରିଏଲ୍ କାହାଣୀ ପରି ,
ଚେହେରାକୁ ବଦଳାନି ମୋବାଇଲ ଫୋନ ପରି । ମନା ତୁ କରିଦେଲେ ପ୍ରେମରେ ଜମିବନି ,
ଭୁଲରେ ଖୋଜିଲେ ବି ପାଇବୁନି ମୋରି ପରି ।
ସପନରେ ଲୁଚି ଲୁଚି ଆସୁଛ ,
ଈଶାରା କରି ମତେ ଡାକୁଛ ।
କଣେଇଁ କଣେଇଁ ଚାହୁଁଛ
ଭଲପାଅ ମତେ ବୋଲି କହୁଛ ।
ଛାଇ ପରି ତୋ ହାତ ଧରି ମୁଁ ,ବାଟ ସାଥେ ଚାଲିବି,
ଅନ୍ଧାରରେ ନିଜକୁ ହଜେଇ ତୋ କବଚ ମୁ ସାଜିବି ।
ତୁମକୁ ଦେଖି ଦେଇ ଲୋକ ଲାଜ ଛାଡ଼ି ଦେଇ ,
ମନ କଥା ଦେଲି ମୁଁ ବୁଝେଇ ।
ସାରା ଜୀବନ ତୁମ ସାଥିରେ ରହିବି,
ମନକୁ ପ୍ରେମର ରଙ୍ଗରେ ସଜେଇ ।
କଥା କେତେ ଅଛି କହିବାକୁ ,
ମୁଁ ଯେ କେତେ ଭଲପାଏ ତୁମକୁ
ଏଇ ମୋର ଦେହ ମନ ସବୁ ଲେଖିଦେଲି ତୋ ନାଁରେ ମୁଁ ।
ଥରେ ମାଗିଦେଖ ତୁମେ ,ଜୀବନବି ଦେଇଦେବି ତୁମକୁ ।
ତତେ ଦେଖେ ମୁଁ ଯେବେ ଯେବେ ,
ମୋ ଦିଲର ଧକ ଧକ ବଢ଼େ ସେବେ ,
ତୋ କଥା ମୁଁ ଦିନ ରାତି ଭାବେ
ତୁ ହେବୁ ମୋ ରାଣୀ କହ କେବେ ।
କେମିତି କରିବି ତାକୁ ମୁଁ ନିଜର ,
ଜାଣିଛ ଯଦି କହିଦିଆ ଉପାୟ ତାର ।
ପ୍ରଥମ ପ୍ରେମର ପ୍ରେମିକା ସେ ମୋର ,
ଦେଇଛି ଭରି ସପନ କେତେ ଆଖିରେ ମୋର ।
ମୋ ଆଖିର ସ୍ବପ୍ନ ତୁ ,ମୋ ପ୍ରଥମ ପ୍ରେମ ତୁ ,
ମୋ ମନର ଆଶା ତୁ ମୋ ପ୍ରେମର ଭାଷା ତୁ ।
ଯେବେ ଦେଖୁଛି ତତେ କାହିଁ ଲାଗୁଛି ମତେ
ସତେ ସ୍ଵର୍ଗର ପରି ଟେ ତୁ ।
କେତେ ମୁଁ ତୁମକୁ ଚାହେଁ କେବେ କହିପାରେ ନାହିଁ ,
କେବଳ ଏତିକି ଜାଣିଛି ତୁମ ବିନା ମୁଁ ରହିପାରେ ନାହିଁ ।
ଜହ୍ନ ସିନା ଭୁଲିଯାଏ ଅମାବାସ୍ୟା ରାତିକୁ
ରାତି ଜମା ଭୁଲେ ନାହିଁ ସେଇ ଜହ୍ନକୁ ,
ତୁମେ ସିନା ଭୁଲିଯିବ ମୋର ପ୍ରେମକୁ
ହେଲେ ମୁଁ ଭୁଲିବିନି କେବେ ତୁମକୁ ।
ନେଇ ଗଲୁ ମତେ ତୁ ଚରେଇ ,
ପାରେନା ମୁ ଜମା ଦୂରେଇ ।
ମୁଁ ପାରିବିନି ଜମାରୁ ଜିଇ
ତୁ ଗଲେ ମୋ ପାଖରୁ ଦୂରେଇ ।
ତୁମେ ମୋ ମନ ରାଇଜର ରାଣୀ ,
ଭଲ ଲାଗେ ତମ ରଜାହଂଶି ଠାଣି ।
ମନ ନେଇଗଲ କିଣି ,ତୁମକୁ ଦେଖିଲା କ୍ଷଣି ।
ପ୍ରେମ ହେଉ କି ଚଢ଼େଇ ,ଏମାନଙ୍କୁ ସ୍ଵାଧୀନ ଛାଡ଼ି ଦିଅ । ଫେରି ଆସିଲେ ତୁମର ହୋଇଯିବ ,ଯଦି ଆସୁନାହିଁ ବୁଝିଯାଅ ସେ ତୁମର କେବେ ଥିଲା ହିଁ ନାହିଁ ।
ମନ ମୋର ଗଲା ହଜି ପାଉନି ମୁ ଆଜି ଖୋଜି ,
ମତେ ଭଲ ଲାଗେ ତୁମ ସାଥୀ ସାଜି ,
ଝୁମି ଝୁମି ବୁଲେ ଆଜି ।
ସତେ ଜିତି ଗଲି ପ୍ରେମର ମୁଁ ବାଜି ,
ଜାଣିଗଲି ସବୁକିଛି ଆଜି ।
ବର୍ଷା ଭିଜା ତୁମ ଗୋଲାପି ଓଠ
ସେ ଓଠେ ପଢୁଛି ମୁଁ ପ୍ରେମର ପାଠ ,
କେମିତି ପାଠ ସେ ଜମା ସରୁନି
ଅଧା ବୁଝିପାରେ ଅଧା ବୁଝେନି I
ତେବେ ଏହା ଥିଲା Romantic Shayari in Odia ବା Odia Love Quotes ଆଶା କରୁଛୁ ଆପଣ ମାନଙ୍କୁ ଭଲ ଲାଗିଥିବ । ଯଦି ଭଲ ଲାଗିଲା ତେବେ ଏହାକୁ ନିଜ ସାଙ୍ଗ ମାନଙ୍କ ସହିତ share କରନ୍ତୁ । ଆଉ ଏହାକୁ ମଧ୍ୟ ପଢ଼ନ୍ତୁ Emotional Shayari in Odia
For Other Motivational Quotes Visit Our Homepage